ETV Bharat / state

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ସଚିବସ୍ତରୀୟ ବୈଠକ

author img

By ETV Bharat Odisha Team

Published : Mar 7, 2024, 11:16 AM IST

Updated : Mar 7, 2024, 12:20 PM IST

Chief Secretary Meeting: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Chief Secretary Meeting
Chief Secretary Meeting

Chief Secretary Meeting

ଭୁବନେଶ୍ବର: ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅନୁଧ୍ୟାନ ପାଇଁ ବସିଥିଲା ସଚିବସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ସଚିବସ୍ତରୀୟ ବୈଠକ ବସିଥିଲା । ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷରେ ଫେବୃୟାରୀ ୨୦୨୪ ଶେଷ ସୁଦ୍ଧା ବିଭିନ୍ନ ବିଭାଗ ତଥା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା । ବଜେଟରେ ଆର୍ଥିକ ଆବଣ୍ଟନ ଅନୁସାରେ ବିଭିନ୍ନ ବିଭାଗର ଗତବର୍ଷ ଫେବୃଆରୀ ମାସ ଶେଷ ତୁଳନାରେ ଚଳିତ ବର୍ଷ ଫେବୃଆରୀ ମାସ ଶେଷ ସୁଦ୍ଧା ବ୍ୟୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ବୈଠକରେ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟ ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଦେଇଛନ୍ତି ।

ବୈଠକ ପ୍ରାରମ୍ଭରେ ଉନ୍ନୟନ କମିଶନର ଅନୁ ଗର୍ଗ ଗତ ମାସରେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତା ସଂପର୍କରେ ଉପସ୍ଥାପନ କରିଛନ୍ତି । ରାଜସ୍ୱ ଆଦାୟ କ୍ଷେତ୍ରରେ ଜିଏସଟି, ଭୂ ରାଜସ୍ୱ, ଯାନ ଟିକସ, ଇଡିର ଭଲ ପ୍ରଦର୍ଶନ ଯୋଗୁଁ ୨୦୨୪ ଫେବୃଆରୀ ସୁଦ୍ଧା ନିଜସ୍ୱ ଟିକସ ରାଜସ୍ୱରେ ଗତବର୍ଷ ତୁଳନାରେ ୧୮ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଖଣି ରାଜସ୍ୱ ଏବଂ ପ୍ରାପ୍ତ ଲାଭାଂଶରେ ଅଭିବୃଦ୍ଧି ଯୋଗୁଁ ୨୦୨୪ ଫେବୃଆରୀ ସୁଦ୍ଧା ଅଣଟିକସ ରାଜସ୍ୱରେ ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ବୃଦ୍ଧି ଘଟିଛି । ୨୦୨୪ ଫେବୃଆରୀ ସୁଦ୍ଧା ମୋଟ ରାଜସ୍ୱ ଆଦାୟ ଗତବର୍ଷ ତୁଳନାରେ ୨୩.୪୨ ପ୍ରତିଶତ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ; "୪୮ ଘଣ୍ଟାରେ ସମାଧାନ କର ପାନୀୟ ଜଳ ସମସ୍ୟା

ଫେବୃଆରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୧ ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରାଯାଇଛି । ସେହିପରି ୧୩ ଜିଲ୍ଲାରେ ୨୦ ଆମ ବସଷ୍ଟାଣ୍ଡ ଲୋକାର୍ପଣ ହୋଇଛି । ୨୦୨୩-୨୪ ବର୍ଷରେ ୨୫.୬୩ ଲକ୍ଷ ଏକର ରବି ଫସଲ କରାଯାଇଛି । ରାଜ୍ୟରେ ପ୍ରଥମ ଥର କରି ମତ୍ସ୍ୟ ପ୍ରାଣୀ ସମାବେଶ ଓଡିଶା - ୨୦୨୪ ଅନୁଷ୍ଠିତ ହୋଇଛି । ଯାହାକି କୃଷକଙ୍କର ଆର୍ଥିକ ଅଭିବୃଦ୍ଧିକୁ ବହୁଗୁଣିତ କରିବ । ବୟନଶିଳ୍ପ ଓ ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ପ୍ରଣୟନ କରାଯାଇଛି । ଉଚ୍ଚ ଶିକ୍ଷା ବିଭାଗ ଓ ଜେଏନୟୁ ସହିତ ଓଡିଆ ଭାଷାରେ ଅଧ୍ୟୟନ ଓ ଗବେଷଣା ପାଇଁ ବିଜୁ ପଟ୍ଟନାୟକ ସ୍ୱତନ୍ତ୍ର କେନ୍ଦ୍ର ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ବିଭିନ୍ନ ରାଜ୍ୟରେ ୭ ଓଡିଆ ଚେୟାର ପ୍ରତିଷ୍ଠା ହେବା ପାଇଁ ଅନୁମୋଦନ, ନୂଆ-ଓ ସ୍କଲାରସିପ ଲାଗୁ ଏବଂ ୭୫୦ ଶଯ୍ୟା ବିଶିଷ୍ଟ ବାଗଚୀ - ଶ୍ରୀ ଶଙ୍କରା କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର ଲୋକାର୍ପଣ ହୋଇଛି । ଜନତା ମୈଦାନରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ସଫଳତାର ସହ ଆୟୋଜନ, ଗ୍ରାମୀଣ ଯୁବକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ସ୍ୱୟମ ଯୋଜନା ଲାଗୁ, ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କି ସୁବିଧା ନଥିବା ୨୦୦୦ ଗ୍ରାମ ପଞ୍ଚାୟତରେ ସିଏସପି ଆଉଟଲେଟ ଖୋଲିବା ଆଦି ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତା ସଂପର୍କରେ ବୈଠକରେ ଉପସ୍ଥାପନା କରାଯାଇଛି । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 7, 2024, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.