ETV Bharat / state

ଆମ ହସ୍ପିଟାଲ: ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରଣ ହେବ ଆଉ 65 ହସ୍ପିଟାଲ

author img

By ETV Bharat Odisha Team

Published : Feb 18, 2024, 9:07 AM IST

'Ama hospital' Scheme: 'ଆମ ହସ୍ପିଟାଲ' ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 15ଟି ଜିଲ୍ଲାର 65ଟି ହସ୍ପିଟାଲ ସାମିଲ ହେବାକୁ ଯାଉଛି । ଆସନ୍ତା 26 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲଗୁଡିକର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅଧିକ ପଢନ୍ତୁ

Ama hospital facilities in 15 districts
ଆମ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଆଉ 15ଟି ଜିଲ୍ଲାର 65ଟି ହସ୍ପିଟାଲ 'ଆମ ହସ୍ପିଟାଲ' ଯୋଜନାରେ ସାମିଲ ହେବାକୁ ଯାଉଛି । ଆସନ୍ତା 26 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ହସ୍ପିଟାଲଗୁଡିକର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏନେଇ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ।

'ଆମ ହସ୍ପିଟାଲ' ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ 15ଟି ଜିଲ୍ଲାର 65ଟି ହସ୍ପିଟାଲ ସାମିଲ ହେବାକୁ ଯାଉଛି । ତେବେ ଉମରକୋଟର ସବ୍-ଡିଭିଜନାଲ ହସ୍ପିଟାଲରେ ନୂତନ ଡାୟଲିସିସ୍ କେନ୍ଦ୍ରର ଉଦଘାଟନ କରାଯିବ । ସେହିପରି ସୁବର୍ଣ୍ଣପୁରର ନୂତନ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଉଦଘାଟନ ହେବ । 100 ଶଯ୍ୟା ବିଶିଷ୍ଟ BMRC ଝାରସୁଗୁଡ଼ା କାର୍ଡିଆକ୍ କେୟାର ହସ୍ପିଟାଲର ମଧ୍ୟ ଉଦଘାଟନ ହେବ । ବଲାଙ୍ଗୀରର BB-MCH, ବାରିପଦାର PRM-MCH, ବାଲେଶ୍ବରର FM-MCHରେ 650 ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ହସ୍ପିଟାଲ ଉଦଘାଟନ କରାଯିବ । ଆଉମଧ୍ୟ କେନ୍ଦୁଝରର DD-MCH ଓ ସୁନ୍ଦରଗଡ MCHରେ 500 ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ହସ୍ପିଟାଲ ଲୋକାର୍ପଣ ହେବ ।

ଏହାମଧ୍ୟ ପଢନ୍ତୁ...୧୫ ଜିଲ୍ଲାରେ ୭୩ ଆମ ହସ୍ପିଟାଲ, ୫ ଉପଖଣ୍ଡ ଡାଏଲେସିସ ସେଣ୍ଟର ଉଦଘାଟିତ

ଅନ୍ୟପଟେ ବେଗୁନିଆର ସବ-ଡିଭିଜନାଲ ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସେହିପରି 900 କୋଟି ବ୍ୟୟବରାଦରେ କଟକର AHPGIC ହସ୍ପିଟାଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । 950 କୋଟି ଟଙ୍କାର ବ୍ୟୟବରାଦରେ ବ୍ରହ୍ମପୁର MKCG MCH ହସ୍ପିଟାଲର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ବୁର୍ଲା VIMSAR ହସ୍ପିଟାଲର ସମ୍ପ୍ରସାରଣ କରାଯିବ । ଯେଉଁଥିପାଇଁ ପାଖାପାଖି 950 କୋଟି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ଭାବରେ 660 କୋଟି ଟଙ୍କାର ବ୍ୟୟବରାଦରେ ରାଉରକେଲା RGH ହସ୍ପିଟାଲର ସମ୍ପ୍ରସାରଣ କରାଯିବା ନେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ତେବେ ଦ୍ଵିତୀୟ ପର୍ଯ୍ୟାୟରେ 15ଟି ଜିଲ୍ଲାରେ 65ଟି ଆମ ହସ୍ପିଟାଲର ଉଦଘାଟନ କରାଯିବ । ତେବେ ସେଗୁଡିକ ମଧ୍ୟରେ ଅନୁଗୁଳ ଜିଲ୍ଲାରେ 6ଟି ହସ୍ପିଟାଲ ରହିଥିବା ବେଳେ ବଲାଙ୍ଗିରରେ 5ଟି ହସ୍ପିଟାଲ ସାମିଲ ହୋଇଛି । ସେହିଭଳି ଭାବରେ ଦେଓଗଡ଼ରେ ଗୋଟିଏ ହସ୍ପିଟାଲ, ସୁବର୍ଣ୍ଣପୁରରେ 2 ଟି ହସ୍ପିଟାଲ, ବାଲେଶ୍ଵରରେ 8ଟି ହସ୍ପିଟାଲ ରହିଥିବା ବେଳେ ଭଦ୍ରକରେ 4ଟି ହସ୍ପିଟାଲ, କଟକରେ 8ଟି ହସ୍ପିଟାଲ, ଯାଜପୁରରେ 5ଟି ହସ୍ପିଟାଲ, ନୟାଗଡ଼ରେ 3ଟି ହସ୍ପିଟାଲ, ପୁରୀରେ 5ଟି ହସ୍ପିଟାଲ, ଖୋର୍ଦ୍ଧାର 7ଟି ହସ୍ପିଟାଲ ରହିଥିବା ବେଳେ ଭୁବନେଶ୍ବରରେ ରହିଛି 4 ଟି ହସ୍ପିଟାଲ । ସେହିଭଳି ବୌଦ୍ଧରେ 2 ଟି ହସ୍ପିଟାଲ ରହିଥିବା ବେଳେ କୋରାପୁଟରେ 4, ନବରଙ୍ଗପୁରରେ 3ଟି ହସ୍ପିଟାଲ ରହିଥିବା ବେଳେ ଗଜପତିରେ 2ଟି ହସ୍ପିଟାଲର ହେବ ରୂପାନ୍ତରୀକରଣ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.