ETV Bharat / state

‘ଉତ୍ତମ ବ୍ୟବହାର ସହ ଲୋକଙ୍କୁ ଗୁଣାତ୍ମକ ସେବା ଦିଅ’: ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ପୋଲିସ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - CM reviews law and order situation - CM REVIEWS LAW AND ORDER SITUATION

CM Mohan Majhi reviews law and order situation: ଥାନାକୁ ଆସୁଥିବା ଲୋକଙ୍କୁ ଦୁର୍ବ୍ୟବହାର ନୁହେଁ, ଉତ୍ତମ ବ୍ୟବହାର ସହ ଗୁଣାତ୍ମକ ସେବା ଯୋଗାଓ । ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା ପରେ ପୋଲିସ ବିଭାଗକୁ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)
author img

By ETV Bharat Odisha Team

Published : Jun 15, 2024, 1:47 PM IST

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ସମେତ ଏକାଧିକ ବିଭାଗର ସଚିବଙ୍କୁ ଡାକି ବୈଠକ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୋଲିସ ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ସମୀକ୍ଷା ବୈଠକ କରିଛନ୍ତି । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ, କମିଶନରେଟ ପୋଲିସର ସମସ୍ତ ଅଧିକାରୀଙ୍କ ସମେତ ତମାମ ଜିଲ୍ଲାର ଏସପିମାନେ ଉପସ୍ଥିତ ଥିଲେ । ଉତ୍ତମ ବ୍ୟବହାର ସହ ଲୋକଙ୍କ ଗୁଣାତ୍ମକ ପୋଲିସ ସେବା ଯୋଗାଇଦେବା ଉପରେ ବିଭାଗକୁ ତତ୍ପର ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଉତ୍ତମ ବ୍ୟବହାର ସହ ଲୋକଙ୍କୁ ଗୁଣାତ୍ମକ ସେବା ଦିଅ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ (ETV Bharat Odisha)

ସମୀକ୍ଷା ବୈଠକର ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି, "ରାଜ୍ୟରେ ପୋଲିସର ସ୍ଥିତି, ଆଇନ ଶୃଙ୍ଖଳା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ଏହାସହ ସାଧାରଣ ଲୋକଙ୍କୁ ପୋଲିସର ଉତ୍ତମ ବ୍ୟବହାର ବାବଦରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପୋଲିସ ଡିଜି ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ବେଳେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହାସହ ଆସନ୍ତା ମାସ (ଜୁଲାଇ)ରୁ ରାଜ୍ୟରେ କାର୍ଯ୍ୟକାରୀ ହବାକୁ ଥିବା ନ୍ୟାୟ ଓ ବିଚାର ପ୍ରକ୍ରିୟା ସମ୍ପର୍କିତ ଦେଶର ତିନୋଟି ଗୁରୁତ୍ୱପୂର୍ଣ ଆଇନ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ଏତଲା ଦେବାକୁ ଥାନାକୁ ଆସୁଥିବା ଯେକୌଣସି ବ୍ୟକ୍ତି ଯେପରି ହରାଶ ନ ହୁଅନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ :- ଜୁଲାଇ ପହିଲାରୁ ନୂଆ ପୋଲିସ ଆଇନ, ହଟିବ ଦେଢ଼ ଶହ ବର୍ଷ ପୁରୁଣା ବ୍ରିଟିଶ ବ୍ୟବସ୍ଥା - BHARATIYA NYAYA SANHITA

ଦାୟିତ୍ବ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟ ଅତିଥି ଭବନରେ ନିଜର ଅସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଭିନ୍ନ ଦଳର ନେତା ଜନପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଭେଟୁଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ଜେନା, ଉନ୍ନୟନ ଆୟୁକ୍ତ ଅନୁ ଗର୍ଗଙ୍କ ସମେତ ତମାମ ବିଭାଗୀୟ ସଚିବଙ୍କ ସହ ମଧ୍ୟ ବୈଠକ କରିଥିଲେ । ରାଜ୍ୟ ପ୍ରଶାସନର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଆଜି ଏହିକ୍ରମରେ ପୋଲିସ ବିଭାଗ ସାମିଲ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.