ETV Bharat / state

ଫାଶୀ କାଠ ଅଭାବକୁ ନେଇ ବଢ଼ୁଛି ଚିନ୍ତା, ସଂରକ୍ଷଣ ନହେଲେ ରଥ ନିର୍ମାଣରେ ଉପୁଜିବ ସମସ୍ୟା - Wood Shortage for Chariot

author img

By ETV Bharat Odisha Team

Published : May 11, 2024, 10:20 PM IST

Wood Shortage for Chariot: ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହେବା ସହିତ ଚଳଚଞ୍ଚଳ ହୋଇଛି ରଥଖଳା । ତେବେ ଆଗାମୀ ବର୍ଷ ଗୁଡ଼ିକରେ ରଥ ପ୍ରସ୍ତୁତି ପାଇଁ ପ୍ରମୁଖ ଚିନ୍ତାର ବିଷୟ ପାଲଟିବ ଫାଶୀ କାଠର ଅଭାବ । ଏହାର ସଂରକ୍ଷଣ ନହେଲେ ଆଗାମୀ ଦିନରେ ରଥ ନିର୍ମାଣରେ ସମସ୍ୟା ଉପୁଜିବ ବୋଲି କହିଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ମହାରଣା । ଅଧିକ ପଢ଼ନ୍ତୁ

Wood Shortage for Chariot
Wood Shortage for Chariot (ETV Bharat Odisha)

ପୁରୀ: ଚଳିତ ବର୍ଷର ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ରଥ ନିର୍ମାଣ କାର୍ଯ୍ୟ । ତେବେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ଫାଶୀ କାଠ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମିଳିବା କଷ୍ଟକର ହେଉଥିବା ରଥଯାତ୍ରା ସମନ୍ବୟ କମିଟି ବୈଠକରେ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଯାହାକୁ ନେଇ ସେବାୟତ ମହଲରେ ଚିନ୍ତା ପ୍ରକଟ କରାଯାଇଛି । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଫାଶୀ କାଠ ଯେଭଳି ମିଳିବାରେ କୌଣସି ସମସ୍ୟା ନଉପୁଜେ ସେନେଇ ସେବାୟତମାନେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଦୃଷ୍ଟି ଆକର୍ଷଣ କରିଥଲେ । ତେବେ ଓଡ଼ିଶାରେ ଥିବା ଫାଶୀ ଗଛ ଗୁଡିକର ତଥ୍ୟ ବନ ବିଭାଗ ରଖି ଏହାକୁ କିଭଳି ଆଗାମୀ ଦିନରେ ରଥ ନିର୍ମାଣ ପାଇଁ ସଂରକ୍ଷଣ କରିହେବ, ସେନେଇ କାର୍ଯ୍ୟ କରିବାକୁ ବନ ବିଭାଗକୁ କେନ୍ଦ୍ରାଞ୍ଚଳ ଆରଡିସି ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏହା ଉପରେ 'ଇଟିଭି ଭାରତ'କୁ ପ୍ରତିକ୍ରିୟା ଦେଇ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର କହିଛନ୍ତି, "ଫାଶୀ ଗଛର ସଂରକ୍ଷଣ ନିହାତି ଜରୁରୀ । ବନ ବିଭାଗ ଏହା ଉପରେ ଗୁରୁତ୍ବ ଦେଇ ଉପଯୁକ୍ତ ପଦକ୍ଷେପ ନେବା ଉଚିତ । ଫାଶୀ କାଠକୁ ନେଇ ସଙ୍କଟ ଦେଖାଦେଲେ ଆଗାମୀ ଦିନରେ ରଥ ନିର୍ମାଣକୁ ନେଇ ଅଡ଼ୁଆ ସ୍ଥିତି ଉପୁଜିବା ଆଶଙ୍କା ରହିଛି । ଓଡ଼ିଶାରେ ଯେଉଁ ଅଞ୍ଚଳରେ ଫାଶୀ ଗଛ ରହିଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ ବନ ବିଭାଗ ରଖୁ । ଏହାକୁ କେହି ଯେଭଳି ବ୍ୟବସାୟିକ ଭିତ୍ତିରେ ବିକ୍ରି ନକରନ୍ତି, ତାହା ଉପରେ ସରକାର କଟକଣା ଜାରି କରନ୍ତୁ । ଏବେଠାରୁ ଫାଶୀ ଗଛ ସଂରକ୍ଷଣ ନେଇ ସରକାର ପଦକ୍ଷେପ ନେଲେ ଫାଶୀ କାଠ ମିଳିବା ତଥା ରଥ ନିର୍ମାଣରେ କୌଣସି ଅସୁବିଧା ଆଗାମୀ ଦିନରେ ହେବନାହିଁ । ରଥ ନିର୍ମାଣରେ ଫାଶୀ କାଠର ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହି କାଠ ବେଶ ମଜଭୁତ । ତେଣୁ ଏହି ଫାଶୀ କାଠରେ ମହାପ୍ରଭୁଙ୍କ ରଥ ଚକ ନିର୍ମାଣ ହୁଏ । ଯଦି ଫାଶୀ କାଠ ମିଳିବାରେ ଅସୁବିଧା ହୁଏ, ଆଗାମୀ ଦିନରେ ରଥ ନିର୍ମାଣରେ ସମସ୍ୟା ହେବ ।

ଏହା ମଧ୍ୟ ପଢ଼ନ୍ତୁ...ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ହେବ ଚକ ପାଇଁ 42ଟି ତୁମ୍ୱ - Ratha Khala Update

ରଥଯାତ୍ରା ପ୍ରଥମ ସମନ୍ଵୟ କମିଟି ବୈଠକରେ ଫାଶୀ କାଠକୁ ନେଇ ସମସ୍ୟା ଥିବା ନୟାଗଡ଼ ଡିଏଫ୍‌ଓ ସୂଚନା ଦେଇଥିଲେ । ରଥ ନିର୍ମାଣ ପାଇଁ ୬୦ରୁ ୭୦ ବର୍ଷର ଫାଶୀ ଗଛର କାଠ ଆବଶ୍ୟକ ରହିଛି । ଜଗନ୍ନାଥ ବନ ପ୍ରକଳ୍ପରେ ଫାଶୀ ଗଛ ଲାଗିଥିଲେ ମଧ୍ୟ ଏହା ରଥ ନିର୍ମାଣ ପାଇଁ ଦରକାର ହେଉଥିବା କାଠ ପାଇଁ ଉପଯୁକ୍ତ ହୋଇନାହିଁ । ତେବେ ଆଗାମୀ ୨୦ରୁ ୨୫ ବର୍ଷ ପର୍ଯ୍ୟନ୍ତ ଫାଶୀ କାଠ ସଂଗ୍ରହ ପାଇଁ କୌଣସି ସମସ୍ୟା ନଥିବା ନୟାଗଡ଼ ଡିଏଫ୍‌ଓ ସୂଚନା ଦେଇଥିଲେ ରଥଯାତ୍ରା ସମନ୍ଵୟ କମିଟି ବୈଠକରେ । ତେବେ ଏହି ତଥ୍ୟକୁ ନେଇ ସେବାୟତ ଉଦବେଗ ପ୍ରକାଶ କରିଥିଲେ । ବନ ବିଭାଗ ଓଡ଼ିଶାରେ ଯେଉଁ ଅଞ୍ଚଳରେ ଫାଶୀ ଗଛ ଅଛି, ତାହାର ଅନୁସନ୍ଧାନ କରି ତାର ତଥ୍ୟ ରଖିବା ସହ ଏହା କିଭଳି କେବଳ ରଥ ନିର୍ମାଣରେ ବ୍ୟବହାର ହୋଇପାରିବ, ସେ ଦିଗରେ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ସେବାୟତ ଦାବି କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.