ETV Bharat / state

ବଲାଙ୍ଗୀରରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ, ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା - Election Review In Balangir

author img

By ETV Bharat Odisha Team

Published : Mar 29, 2024, 9:14 PM IST

Election Review In Balangir: ବଲାଙ୍ଗୀର ଗସ୍ତରେ ଆସିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ । ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକରେ ହେଲେ ସାମିଲ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ, ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ । ଚଳିତ ସଧାରଣ ନିର୍ବାଚନ ପ୍ରସ୍ତୁତିର କଲେ ସମୀକ୍ଷା । ଜିଲ୍ଲାର ସବୁ ବରିଷ୍ଠ ଅଧିକାରୀଙ୍କ ସହ କଲେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଆଜି(ଶୁକ୍ରବାର) ଦିନ ବଲାଙ୍ଗୀରରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକରେ ସାମିଲ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ । ଏହି ବୈଠକରେ ଜିଲ୍ଲାର ସବୁ ବିଧାନସଭା ଏବଂ ଲୋକସଭାରେ କିଭଳି ଅବାଧ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରାଯିବ, ସେ ନେଇ ସମୀକ୍ଷା କରିଥିଲେ ମୁଖ୍ୟ ନିର୍ବାଚନ କମିଶନ ।

ନିର୍ବାଚନ ପ୍ରସ୍ତୁତିରେ ଆଚରଣ ବିଧି ନିୟମ କଡାକଡି ପାଳନ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପଦକ୍ଷେପ, ସବୁ ବୁଥରେ ଭୋଟରଙ୍କ ପାଇଁ ବିଭିନ୍ନ ସୁବିଧା, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ରାଜନୈତିକ ହିଂସା ଏଭଳି ସବୁ ବିଷୟର ସମୀକ୍ଷା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ନିକୁଞ୍ଜ ବିହାରୀ ଧଳ । ସେହିପରି ଭୋଟ ଗଣତି ପ୍ରକ୍ରିୟା ଓ ବ୍ୟବସ୍ଥାର ମଧ୍ୟ ସେ ସମୀକ୍ଷା କରିଛନ୍ତି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଲୋଇସିଂହା, କଣ୍ଟାବାଞ୍ଜି, ଟିଟିଲାଗଡ, ପାଟଣାଗଡ଼ ଓ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ସେହିପରି ଅଭିବ୍ୟକ୍ତ ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାକୁ ନେଇ ବଲାଙ୍ଗୀର ଲୋକସଭା କ୍ଷେତ୍ର ଗଠନ ହୋଇଛି । ତେବେ କଣ୍ଟାବାଞ୍ଜି, ଟିଟିଲାଗଡ ଓ ପାଟଣାଗଡ଼ରେ ଅଧିକ ସଂଖ୍ୟକ ସମ୍ବେଦନଶୀଳ ବୁଥ ରହିଥିବା ସୂଚନା ମିଳିଛି । ଏହା ଛଡ଼ା ମାଓ ପ୍ରଭାବିତ ଅଞ୍ଚଳ ରହିଥିବାରୁ ପ୍ରଶାସନର ଚିନ୍ତା ବଢାଇଛି । ଯେଉଁଠି ଅବାଧ ନିର୍ବାଚନ ସବୁବେଳେ ଚେଲେଞ୍ଜ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ....ମାଲକାନଗିରିରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ - Election Review In Malkangiri

ଯଦିଓ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ବିଶେଷ ବଡ଼ ଧରଣର ହିଂସା କିମ୍ବା ତ୍ରୁଟି କୌଣସି ନିର୍ବାଚନରେ ଘଟି ନାହିଁ । ପୋଲିସ ପ୍ରଶାସନର ଆଗୁଆ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇ ଆସୁଛି । ତେବେ ବଲାଙ୍ଗୀର ଜିଲ୍ଲାରେ ମେ 20ରେ ମତଦାନ ହେବ ।ସେହିପରି ଏଥି ପାଇଁ 26 ଏପ୍ରିଲରେ ନୋଟିଫିକେଶନ ଜାରି ହେବ । ସେପଟେ ନାମାଙ୍କନ ଭରିବା ଶେଷ ତାରିଖ ମେ 3ରେ ଥିବାବେଳେ ନାମାଙ୍କନ ପ୍ରତ୍ୟାହାର ତାରିଖ ମେ 6 ତାରିଖ ରହିଥିବା ବେଳେ ଭୋଟ ଗଣତି ଜୁନ ୪ ତାରିଖରେ ହେବ ।

ତେବେ ଏହି ସମୟରେ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ଥିବା ଯୋଗୁଁ ବିଶେଷ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ପୂର୍ବରୁ ଜିଲ୍ଲାପାଳ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଅଧିକାରୀମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.