ETV Bharat / state

'ଘରଦୁଆରେ ପୁଷ୍ଟି ଯୋଜନା' କାର୍ଯ୍ୟକ୍ରମ; ୭ ଲକ୍ଷ ହିତାଧିକାରୀଙ୍କୁ ୫ଟି ଲେଖାଏଁ ମାଗଣା କୁକୁଡ଼ା ଚିଆଁ ବଣ୍ଟନ

author img

By ETV Bharat Odisha Team

Published : Mar 3, 2024, 8:43 AM IST

Chicks Distribution Program: 'ଘରଦୁଆରେ ପୁଷ୍ଟି ଯୋଜନା'ରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଇଛି । ପ୍ରାଣୀଜ ପୁଷ୍ଟିସାର ପାଇଁ ୭ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପରିବାର ପିଛା ୫ ଲେଖାଏଁ କୁକୁଡ଼ା ଚିଆଁ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

କୁକୁଡ଼ା ଚିଆଁ ବଣ୍ଟନ
କୁକୁଡ଼ା ଚିଆଁ ବଣ୍ଟନ

ଭୁବନେଶ୍ବର: ଅପପୁଷ୍ଟି ଦୂରୀକରଣ ପାଇଁ 'ଘରଦୁଆରେ ପୁଷ୍ଟି ଯୋଜନା'ରେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯକ୍ରମର ଶୁଭାରମ୍ଭ ହୋଇଛି । କୃଷି ଭବନରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗତକାଲି (ଶନିବାର) ଭିସି ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ବିଭାଗୀୟ ଅଧିକାରୀ ନିଜ ନିଜ ଜିଲ୍ଲାରେ ଚିହ୍ନଟ ହିତାଧିକାରୀମାନଙ୍କୁ କୁକୁଡ଼ା ଚିଆଁ ବଣ୍ଟନ କରିଛନ୍ତି । ପ୍ରାଣୀଜ ପୁଷ୍ଟିସାର ପାଇଁ ୭ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ପରିବାର ପିଛା ୫ ଲେଖାଏଁ କୁକୁଡ଼ା ଚିଆଁ ବିନା ମୂଲ୍ୟରେ ପ୍ରଦାନ କରାଯାଇଛି ।

ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, "ଖାଦ୍ୟ ନିରାପତ୍ତା ସହିତ ରାଜ୍ୟବାସୀଙ୍କ ପୁଷ୍ଟି ସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ରହିଛି । ସରକାର ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି । ରକ୍ତହୀନତା ଓ ଅପପୁଷ୍ଟିର ଶିକାର ହୋଇଥିବା ମାଆ ଓ ଶିଶୁଙ୍କୁ ଅପପୁଷ୍ଟି ଓ ରକ୍ତହୀନତା ଦୂର କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ସୁସ୍ଥ ମାଆ ଓ ଶିଶୁର ପରିକଳ୍ପନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ପଦକ୍ଷେପ ସ୍ୱରୂପ ‘ଘରଦୁଆରେ ପୁଷ୍ଟି’ ଯୋଜନା ଆରମ୍ଭ ହୋଇଛି । ଏଥି ମଧ୍ୟରେ ଚିହ୍ନଟ ହିତାଧିକାରୀ ପରିବାରଙ୍କୁ ଫଳ ଓ ପନିପରିବା ଚାରା ବଣ୍ଟନ ଏବଂ କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ଏହି ଯୋଜନାରେ ମତ୍ସ୍ୟ ଓ ପ୍ରାଣିସଂପଦ ବିକାଶ ବିଭାଗ ପକ୍ଷରୁ ପ୍ରାଣୀଜ ପୁଷ୍ଟିସାର ଯୋଗାଇଦେବା ପାଇଁ କୁକୁଡ଼ା ଚିଆଁ ବଣ୍ଟନ କାରାଯାଉଛି ।"

ମନ୍ତ୍ରୀ ରଣେନ୍ଦ୍ର ଏହା ମଧ୍ୟ କହିଛନ୍ତି, "ରାଜ୍ୟର ୭ ଲକ୍ଷରୁ ଊର୍ଦ୍ଧ୍ବ ପରିବାର ଏହି କାର୍ଯକ୍ରମରେ ଉପକୃତ ହେବେ । ପରିବାର ପ୍ରତି ୫ ଟି ୨୮ ଦିନିଆ କୁକୁଡ଼ା ଚିଆଁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି । ଦିନିକିଆ କୁକୁଡ଼ା ଚିଆଁ ତୁଳନାରେ ୨୮ ଦିନିଆ କୁକୁଡ଼ା ଚିଆଁ ପାଳନ ସୁବିଧାଜନକ ହୋଇଥିବାରୁ ବିଭାଗ ତରଫରୁ ୨୮ ଦିନିଆ କୁକୁଡ଼ା ଯୋଗାଇ ଦିଆଯାଉଛି । ବାଡ଼ି ଅଗଣାରେ ପାଳନ କରିବାକୁ ଥିବା ଏହି କୁକୁଡ଼ାରୁ ହିତାଧିକାରୀ ପରିବାରଙ୍କୁ ହାତପାଆନ୍ତାରେ ଅଣ୍ଡା ମିଳିବ । ଅଣ୍ଡା ପୁଷ୍ଟି ସାଧନରେ ବଳିଷ୍ଠ ଭୂମିକା ଗ୍ରହଣ କରିବ । କାର୍ଯ୍ୟକ୍ରମରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୪ କୋଟି ଟଙ୍କା ବ୍ୟୟ ହେବ । ଏଥିରୁ ଦୈନିକ ପ୍ରାୟ ୪ ଲକ୍ଷ ୫୦ ହଜାର ଅଣ୍ଡା ଓ ବର୍ଷକୁ ପ୍ରାୟ ୧୬ କୋଟି ଅଣ୍ଡା ଉତ୍ପାଦନ ହୋଇପାରିବ । ଏହି କୁକୁଡ଼ା ଚିଆଁଗୁଡିକୁ ଲୋକମାନଙ୍କ ଘର ପାଖରେ ଯୋଗାଇ ଦିଆଯାଉଛି ।"

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି, "କୁକୁଡ଼ା ଚିଆଁ ପାଳନ ମାଧ୍ୟମରେ ରାଜ୍ୟର ପ୍ରାୟ ୭ ଲକ୍ଷ ପରିବାରକୁ ଆବଶ୍ୟକୀୟ ପୁଷ୍ଟିସାର ମିଳିବ । ଛୋଟ ଛୁଆ ଓ ମାଆମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ପୂର୍ବରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଅପପୁଷ୍ଟିରେ ପୀଡ଼ିତ ପରିବାରଙ୍କୁ ସଜନା, କଦଳୀ, ଅମୃତଭଣ୍ଡା, କନ୍ଦମୂଳ ଆଦି ଚାରା ବଣ୍ଟନ କରାଯାଇଛି । ଏଥିରୁ ସେମାନେ ସଜନା ଶାଗ, ସଜନା ଛୁଇଁ, କଞ୍ଚା କଦଳୀ, ଅମୃତଭଣ୍ଡା ପରି ପରିବା ପାଇପାରିବେ । ସେମାନଙ୍କର ପୁଷ୍ଟି ସାଧନ ହୋଇପାରିବ ।"

ଏହା ମଧ୍ୟ ପଢ଼ନ୍ତୁ...NDDB ସହ ପ୍ରାଣୀସମ୍ପଦ ବିଭାଗର ଚୁକ୍ତି, ଜୈବିକ ଟିକା ଉତ୍ପାଦନରେ ଆତ୍ମନିର୍ଭରଶୀଳ ଲକ୍ଷ୍ୟ

ତେବେ ଭିସି ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ରାଜ୍ୟର ୩୦ ଜିଲ୍ଲାର ୩୦ ପଞ୍ଚାୟତର ହିତାଧିକାରୀଙ୍କ ସହ ମନ୍ତ୍ରୀ ସିଧାସଳଖ କଥାବାର୍ତ୍ତା ହୋଇଛନ୍ତି । ହିତାଧିକାରୀମାନେ ସେମାନଙ୍କ ସୁବିଧା ଓ ରାଜ୍ୟରୁ ଅପପୁଷ୍ଟି ଦୂର ପାଇଁ ନିଆଯାଇଥିବା ଏପରି ପଦକ୍ଷେପକୁ ସ୍ୱାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.