ETV Bharat / state

ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶାର ଅସ୍ମିତା ବିପଦରେ - Chhattisgarh CM in sundargarh - CHHATTISGARH CM IN SUNDARGARH

CHHATTISGARH CM IN SUNDARGARH: ସୁନ୍ଦରଗଡ଼ରେ ବିଜେପିର ପ୍ରଚାର ମଙ୍ଗ ଧରିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ପାଣ୍ଡିଆନ ଏବଂ ନବୀନଙ୍କୁ କଲେ କଡ଼ା ସମାଲୋଚନା । କହିଲେ ଛତିଶଗଡ଼ ସହ ଓଡ଼ିଶାର ଭଲ ସମ୍ପର୍କ ଅଛି କିନ୍ତୁ ଛତିଶଗଡ଼ ଅପେକ୍ଷା ଓଡିଶା ବହୁତ ପଛୁଆ ରହିଛି । ଅଧିକ ପଢନ୍ତୁ

ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶାର ଅସ୍ମିତା ବିପଦରେ
ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶାର ଅସ୍ମିତା ବିପଦରେ (ETV Bharat Odisha)
author img

By ETV Bharat Odisha Team

Published : May 18, 2024, 7:22 AM IST

ସୁନ୍ଦରଗଡ଼ରେ ମାରାଥନ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କହିଲେ ଓଡ଼ିଶାର ଅସ୍ମିତା ବିପଦରେ (ETV Bharat Odisha)

ରାଉରକେଲା: ସୁନ୍ଦରଗଡ଼ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ଗରମ ହେବାରେ ଲାଗିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ମାତ୍ର ଆଉ ତିନି ଦିନ ରହିଥିବାବେଳେ ନିର୍ବାଚନୀ ପ୍ରଚାର ଜୋରଦାର ରହିଛି । ପଶ୍ଚିମ ଓଡିଶାକୁ ବିଜେପି ନେତାଙ୍କ ଫୋକ୍ସ ସହ ସୁନ୍ଦରଗଡ଼ ଜିଲ୍ଲାକୁ ପୁଣି ଦଖଲ କରିବା ପାଇଁ ବିଜେପିର ପ୍ରୟାସ ।ତେବେ ଦଳୀୟ ପ୍ରାର୍ଥୀ ପାଇଁ ଭୋଟ ମାଗିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ।

ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପୁଣି ଗର୍ଜିଲେ ଭାରତୀୟ ଜନତା ପାର୍ଟିର ଷ୍ଟାର ପ୍ରଚାରକ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ସୁନ୍ଦରଗଡ଼ ଲୋକସଭା ଅଧିନସ୍ଥ ସୁନ୍ଦରଗଡ଼, ବୀରମିତ୍ରପୁର ଏବଂ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ମାରାଥନ ପ୍ରଚାର କରିଛନ୍ତି । ଏହି ଅବସରରେ ବିଷ୍ଣୁ ଦେଓ କହିଛନ୍ତି ଯେ, ଓଡ଼ିଶାର ପ୍ରଗତି ହୋଇପାରୁ ନାହିଁ ଏହାକୁ ଅଟକାଉଛି ବିଜେଡି ସରକାର । ଏଠାରେ ଡବଲ ଇଞ୍ଜିନ ସରକାର ଦରକାର । ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶାର ପ୍ରଗତି ହେବ । ସେହିପରି ବର୍ତ୍ତମାନ ସମ୍ପୂର୍ଣ୍ଣ ଓଡ଼ିଶାର ଅସ୍ମିତାକୁ ବିପଦରେ ପକାଇଛି ବିଜେଡି ଏବଂ ଭିକେ ପାଣ୍ଡିଆନ ବୋଲି କହି ଟାର୍ଗେଟ କରିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ.....ମୁଖ୍ୟମନ୍ତ୍ରୀଙ୍କ ମାଇକ ଧରିବାକୁ କାହିଁକି କେବଳ ଜଣଙ୍କୁ ସୁଯୋଗ ମିଳୁଛି : ହିମନ୍ତ ବିଶ୍ବସର୍ମା - Assam CM Criticized Naveen

ଏହା ମଧ୍ୟ ପଢନ୍ତୁ .....ବ୍ରଜରାଜନଗରରେ ବିଜେପି ପାଇଁ ପ୍ରଚାର କଲେ ଆସାମ ମୁଖ୍ୟମନ୍ତ୍ରୀ - Himanta Biswa Sarma In Brajrajnagar

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ରାଜ୍ୟରେ ପରିବର୍ତ୍ତନର ହାୱା ଚାଲୁଛି ଏବଂ ରାଜ୍ୟବାସୀ ଜାଣି ସାରିଲେଣି ଯେ କେଉଁଠି ଅଧିକ ବିକାଶ ହେଉଛି । ରାଜ୍ୟରେ ନା କେନ୍ଦ୍ରରେ ତେବେ ମୋଦିଙ୍କ ନେତୃତ୍ବରେ ଏଥର ରାଜ୍ୟରେ ବିପୁଳ ସଂଖ୍ୟାରେ ବିଜେପିର ବିଜୟ ହେବ । କେନ୍ଦ୍ର ସରକାର ଯୋଜନାରେ 10 ବର୍ଷ ମଧ୍ୟରେ ଆଜି ଦେଶ ବହୁ ଉନ୍ନତି ହୋଇ ପାରିଛି ଆଗକୁ ମଧ୍ୟ ହେବ । କିନ୍ତୁ ଓଡିଶାରେ ୨୫ ବର୍ଷର ସରକାର ଥାଇ ମଧ୍ୟ ବିକାଶ ନଥିବା ଭଳି ଅବସ୍ଥାରେ ପହଞ୍ଚିଛି । ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଲୋକେ । ଛତିଶଗଡ଼ ରାଜ୍ୟ ସହ ଓଡ଼ିଶାର ଭଲ ସମ୍ପର୍କ ଅଛି କିନ୍ତୁ ଛତିଶଗଡ଼ ଅପେକ୍ଷା ଆଜି ଓଡିଶା ବହୁତ ପଛୁଆ ରହିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.