ETV Bharat / state

ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲା ନାହିଁ ବ୍ରହ୍ମ ତାଳଧ୍ଵଜ ରଥ - Bramha Taladhwaja Pulling Stopped

Chariot Pulling Postponed: ଆଜି ଗଡିପାରିଲାଣି ବଡ଼ ଠାକୁର ବଳଦେବ ଜୀଉଙ୍କର ବ୍ରହ୍ମ ତାଳଧ୍ବଜ ରଥ । ଗତ ଦୁଇବର୍ଷ ହେବ ପ୍ରଥମ ଦିନରେ ବିଘ୍ନ ଯୋଗୁଁ ହେଉଛି ବିଭ୍ରାଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 8, 2024, 10:44 PM IST

Chariot Pulling Postponed
Chariot Pulling Postponed (ETV Bharat Odisha)

କେନ୍ଦ୍ରାପଡ଼ା: ଶ୍ରୀଗୁଣ୍ଡିଚାର ଦ୍ଵିତୀୟ ଦିନରେ ମଧ୍ୟ ମାଉସୀ ମା ମନ୍ଦିର ଚକଡ଼ା ଲାଗି ପାରିଲା ନାହିଁ । କେନ୍ଦ୍ରାପଡାରେ ବ୍ରହ୍ମ ତାଳଧ୍ଵଜ ରଥରେ ଶ୍ରୀ ବଳଦେବଜୀୟୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ବିରାଜିତ ହୋଇଛନ୍ତି । ଗତକାଲି ଅପରାହ୍ନରେ ଦ୍ୱିପ୍ରହର ଧୂପ ସମୟରେ ଜନୈକ ସେବାୟତଙ୍କ ଦ୍ୱାରା ନୀତି ମାରା ହୋଇଯିବା ପରେ ଶ୍ରୀଜିଉ ମାନଙ୍କୁ ମହାସ୍ନାନ କରିବା ଫଳରେ ରଥ ଟଣା ହୋଇ ପାରିନଥିଲା । ଆଜି ଅପରାହ୍ନ ୨ ଘଟିକାରୁ ରଥଟଣା ଆରମ୍ଭ ହୋଇଥିଲେ ହେଁ ରଥ ଉତ୍ତର ମୋଡ଼ ନେଉଥିବା କାରଣରୁ ମାତ୍ର ୧୫୦ ମିଟର ଯାଇ ଅଟକି ରହିଛି ବ୍ରହ୍ମ ତାଳଧ୍ଵଜ ।

ଗତବର୍ଷ ପହଣ୍ଡି ନୀତି ସମାପନରେ ବିଳମ୍ବ ଆଉ ଚଳିତବର୍ଷ ମହାସ୍ନାନ ଯୋଗୁଁ ବିଳମ୍ବ କାରଣରୁ ପ୍ରଥମ ଦିନରେ ଗଡି ପାରିଲାନାହିଁ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ତେବେ ଗତବର୍ଷ ଦଇତା ସେବକଙ୍କ ବିଳମ୍ବ କାରଣରୁ ବର୍ଷବର୍ଷର ପରମ୍ପରା ଭାଙ୍ଗିଥିବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖା ଦେଇଥିଲା ବେଳେ ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଦଇତା ସେବାୟତ । ତେବେ ଚଳିତବର୍ଷ ଅର୍ଥାତ ଗତକାଲି ହୋଇଥିବା ଶ୍ରୀଗୁଣ୍ଡିଚା ଅବସରରେ ପ୍ରାତଃ ୪ ଘଟିକାରୁ ନେତ୍ରୋତ୍ସବ,ନବଯୌବନ ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ମଧ୍ୟାହ୍ନ ଧୂପ ପର୍ଯ୍ୟନ୍ତ ନୀତିକାନ୍ତି ଚାଲିଥିବା ବେଳେ ସେବାୟତ ପରିବାରର ଜଣେ ନାବାଳକ ମହାପ୍ରଭୁଙ୍କୁ ତୁଳସୀ ହାର ଲାଗି କରିଦେବାରୁ ଶ୍ରୀଜୀଉ ମାନଙ୍କର ମହାସ୍ନାନ କରାଯାଇଥିଲା, ଯେଉଁଥିପାଇଁ ପହଣ୍ଡି ନୀତିରେ ବିଳମ୍ବ ହୋଇଥିବା ଓ ସନ୍ଧ୍ୟା ହୋଇଯିବା କାରଣରୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବର୍ଷବର୍ଷର ପରମ୍ପରା ଭଙ୍ଗ ହୋଇ ରଥ ଟଣା ଯାଇପାରିନଥିଲା ।

ଏହା ମଧ୍ୟ ପଢନ୍ତୁ... ହରିବଳଦେବ ଜୀଉଙ୍କ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ତାଳଧ୍ୱଜ ଓ ବାଟରେ ଅଟକିଲେ ଦର୍ପଦଳନ, କାଲି ଗଡ଼ିବ ନନ୍ଦିଘୋଷ - Rath yatra In Baripada

ପ୍ରଚଳିତ ପ୍ରଥା ଓ ପରମ୍ପରା ଅନୁଯାୟୀ ପୁରୀ ଶ୍ରୀକ୍ଷେତ୍ରରେ ରଥ ଗୋଟିଏ ଦିନରେ ଟଣା ଯାଉଥିବା ବେଳେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ରଥଯାତ୍ରା ଦିନ ମାତ୍ର ଗୋଟିଏ ଦଉଡି ରଥ ଟଣାଯାଇ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରଥ ଅଟକି ରହିଥାଏ । କିନ୍ତୁ ଗତକାଲି ତାହା ହୋଇ ପାରିନଥିଲା । ପରଦିନ ଅର୍ଥାତ ଆଜି ଦ୍ଵିତୀୟ ଗୁଣ୍ଡିଚା ଅବସରରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ପବିତ୍ର କୁଅରୁ ପାଣି ଅଣାଯାଇ ଶ୍ରୀଜିଉ ମାନଙ୍କୁ ସ୍ନାନ କରାଯାଇଥାଏ ଓ ମଦନମୋହନ ଏବଂ ମହାପ୍ରଭୁ ବଳଦେବଜୀୟୁଙ୍କ ମଧ୍ୟରେ ଭେଟଘାଟ ହୋଇଥାଏ ।

ଅନ୍ୟପଟେ ଲୋକ ବିଶ୍ୱାସ ଅନୁଯାୟୀ,ତୁଳସୀକ୍ଷେତ୍ରରେ ଦ୍ଵିତୀୟ ଦିନରେ ଅନୁଷ୍ଠିତ ହେଉଥିବା ରଥରେ ପୁରୀରୁ ଆସି ସ୍ୱୟଂ ପ୍ରଭୁ ଜଗନ୍ନାଥ ଓ ଭଗିନୀ ସୁଭଦ୍ରା ବ୍ରହ୍ମ ତାଳଧ୍ଵଜ ରଥରେ ବିରାଜମାନ କରିଥାଆନ୍ତି । ଏହି ପ୍ରଥା ଓ ପରମ୍ପରାକୁ ବଜାୟ ରଖି ଆଜି ଅପରାହ୍ନରେ ରଥ, ପଥ ସମସ୍ତେ ଏକାକାର ହୋଇ ବଡଦାଣ୍ଡରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରଥଦାଣ୍ଡରୁ ବ୍ରହ୍ମ ତାଳଧ୍ଵଜ ଖାଲି ଉତ୍ତର ଦିଗକୁ ମାଡି ଚାଲିବାରୁ ୨୦୨୨ ମସିହା ରଥଯାତ୍ରା ଭଳି ଚଳିତବର୍ଷ ମଧ୍ୟ ରେଲୱେ ବିଭାଗର ଜ୍ୟାକ ସାହାଯ୍ୟରେ ଚକକୁ ଦକ୍ଷିଣକୁ ଅଣାଯାଇଥିଲେ ହେଁ ରଥ ଆଗକୁ ମାତ୍ର ୧୦ ମିଟର ଗଡି ରଥ ପୁନଃ ଅଟକି ଯାଇଥିଲା । ରଥାରୂଢ ମଣି ବିଗ୍ରହ ମାନଙ୍କୁ ଗୁଣ୍ଡିଚା ରାଣୀଙ୍କ ମନ୍ଦିର ଚକଡ଼ାରେ ପହଞ୍ଚାଇବାର ବ୍ୟବସ୍ଥା ଥିଲେ ହେଁ ଆସନ୍ତାକାଲି ପାଇଁ ରଥଯାତ୍ରା ରହିଥିବା କହିଛନ୍ତି ଜିଲ୍ଲାପାଳ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.