ETV Bharat / state

ହୋହଲ୍ଲା ଓ ହଟ୍ଟଗୋଳରେ ସରିଲା ବିଏମସି ବୈଠକ, ଜାଗା ମିଶନରେ ତ୍ରୁଟି ନେଇ ଘେରିଲେ ବିରୋଧୀ

BMC Corporation Meeting: ବିଏମସିର ମାସିକ ବୈଠକ ବା କର୍ପୋରେସନ ମିଟିଂ ଶେଷ ହୋଇଛି। ଜାଗା ମିଶନର ତ୍ରୁଟି ନେଇ ହୋହଲ୍ଲା କରିଥିଲେ ବିରୋଧୀ । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Feb 24, 2024, 2:52 PM IST

BMC Corporation Meeting
BMC Corporation Meeting
BMC Corporation Meeting

ଭୁବନେଶ୍ବର: ବିଏମସିର ମାସିକ ବୈଠକ ବା କର୍ପୋରେସନ ବୈଠକ ଶୁକ୍ରବାର ଶେଷ ହୋଇଛି। ନିର୍ବାଚନ ପୂର୍ବରୁ ଏହା ଅନ୍ତିମ କର୍ପୋରେସନ୍ ହୋଇଥିବାବେଳେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହା ଆୟୋଜିତ ହୋଇଛି । ବୈଠକରେ ବ୍ୟାପକ ହୋହଲ୍ଲା, ଗଣ୍ଡଗୋଳ ଓ ପ୍ରତିବାଦ ସାମ୍ନାକୁ ଆସିଥିଲା । ସ୍ଥିତି ଏପରି ହୋଇଥିଲା ଯେ, ବିଜେପି କର୍ପୋରେଟର ସାମୂହିକ ଭାବେ କର୍ପୋରେସନ୍ ଛାଡ଼ି ବାହାରକୁ ଚାଲି ଆସିଥିଲେ। ବିଏମସି ପକ୍ଷରୁ ବଣ୍ଟା ଯାଉଥିବା ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍ ବା ଭୂମି ଅଧିକାର ପ୍ରମାଣପତ୍ର (ଏଲଆରସି)ରେ ଥିବା ତ୍ରୁଟି ଓ ଏହାର ସଂଶୋଧନ ନେଇ ବିଜେପି କର୍ପୋରେଟର ଅଭିଯୋଗ ଆଣିଥିଲେ। ହେଲେ ବିଏମସି କମିଶନର ଓ ମେୟର ପ୍ରସଙ୍ଗ ଏଡ଼ାଇଯାଇଥିବାରୁ ସାମୂହିକ ଭାବେ ସେମାନେ ଗୃହ ତ୍ୟାଗ କରିଥିଲେ।

ତେବେ ବିଜେପି କର୍ପୋରେଟର ରାମଚନ୍ଦ୍ର ରଣସିଂହଙ୍କ ଅଭିଯୋଗ ମୂତାବକ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, କମିଶନର ବିଜୟ ଅମୃତା କୁଲାଙ୍ଗେକର୍ପୋରେସନରେ ଅଭିଭାଷଣ ରଖିଲେ। ୱାର୍ଡରେ ହୋଇଥିବା ବିକାଶ କାର୍ଯ୍ୟ ଓ ନିର୍ମାଣାଧୀନ ଥିବା ବିଭିନ୍ନ କାର୍ଯ୍ୟର ବିବରଣୀ ଦେଇଥିଲେ। ପରେ ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁ ଶନିବାର ବିଏମସିର ୩ ଜୋନରେ ଏଲଆରସି ବଣ୍ଟାଯିବ ବୋଲି ସୂଚନା ଦେଇଥିଲେ। ହେଲେ ଏଲଆରସି ବଣ୍ଟା ପରେ କ୍ରମାଗତ ଭାବେ ନଜରକୁ ଆସୁଥିବା ସମସ୍ୟା ଦିଗରେ ଆଲୋଚନା କରିଲେ ନାହିଁ । ଏନେଇ ବିଜେପି କର୍ପୋରେଟରମାନେ ପ୍ରଶ୍ନ କରିବା ପରେ ବ୍ୟାପକ ହୋହଲ୍ଲା ହୋଇଥିଲା। ଏପରିକି ୮ ବିଜେପି କର୍ପୋରେଟର ମେୟର ବସିଥିବା ପୋଡିଅମ୍ ନିକଟରେ ଧାରଣା ଦେବା ସହ ଏଲଆରସିର କାମ କ’ଣ ଓ ତ୍ରୁଟିଯୁକ୍ତ ଏଲଆରସିକୁ କାହିଁକି ଲୋକଙ୍କୁ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ କମିଶନର ଓ ମେୟର ମାର୍ଚ୍ଚ ୭ ତାରିଖ ଦିନ ଏନେଇ ଆଲୋଚନା କରିବାକୁ କହିଥିଲେ। ହେଲେ ବିଜେପି କର୍ପୋରେଟର ଅସନ୍ତୋଷ ପ୍ରକାଶ କରିବା ସହ ଗୃହ ତ୍ୟାଗ କରିଥିଲେ।

ସେପଟେ ଆରମ୍ଭରୁ ପ୍ରାୟ ଦେଢ଼ ଘଣ୍ଟା ହୋ-ହଲ୍ଲା ପରେ ମଧ୍ୟ କର୍ପୋରେସନ ସ୍ବାଭାବିକ ହୋଇପାରିନଥିଲା । କିଛି ହାତଗଣତି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇପାରିନଥିବାବେଳେ ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ କୋଡ ଅଫ୍ କଣ୍ଡକ୍ଟ ଲାଗୁ ହେବ। ଏହି ସମୟ ମଧ୍ୟ ଉନ୍ନତିମୂଳକ କାମ କେମିତି ହେବଳ ହିଟ୍ ୱେଭ୍ ନେଇ କ’ଣ ପ୍ରସ୍ତୁତ ହେବ ସେନେଇ କର୍ପୋରେସନରେ ଆଲୋଚନା ହୋଇଥିଲା । ହେଲେ ଜାଗା ମିଶନ ଓ ଏଲଆରସି ବଣ୍ଟନରେ ତ୍ରୁଟି ନେଇ ବିଜେପି କର୍ପୋରେଟରଙ୍କ ବିରୋଧ ପ୍ରଦର୍ଶନ ଲାଗି ଗୃହ ସ୍ବାଭାବିକ ଭାବେ ଚାଲିପାରିନାହିଁ।
ଏହା ମଧ୍ୟ ପଢନ୍ତୁ...ସିଟିଂ ଫି ବୃଦ୍ଧି ହୋଇଛି କହିଲେ ବିଏମସି କମିଶନର, ଭୁଲ ସୂଚନା କହି ପରେ ମାଗିଲେ କ୍ଷମା

ବର୍ତ୍ତମାନସୁଦ୍ଧା ବିଏମସି ବିଭିନ୍ନ ଜୋନରେ ୬୩ ହଜାରରୁ ଊର୍ଦ୍ଧ୍ବ ଏଲଆରସି ବଣ୍ଟିସାରିଛି। ପରବର୍ତ୍ତୀ ଦିନରେ ଟାର୍ଗେଟ ମଧ୍ୟ ପୂରଣ କରିବାକୁ ଲକ୍ଷ୍ୟ ରଖିଛି ବିଏମ୍ସି । "କିଛି ସ୍ଥାନରେ ତ୍ରୁଟି ରହିଛି, ଏହା ଆମର ମଧ୍ୟ ନଜରକୁ ଆସିଛି। ଏହି ସମୟ ମଧ୍ୟରେ ଆମେ ବସ୍ତିବାସିନ୍ଦାଙ୍କ ଅଭିଯୋଗ ମଧ୍ୟ ରଖିଛୁ କିଛି ଲୋକଙ୍କୁ ଭୁଲରେ ଡିମାଣ୍ଡ ନୋଟିସ୍ ଯାଇଛି । ସେମାନଙ୍କ ଅଭିଯୋଗ ରଖାଯାଇ ବିଏମସି ଟିମ୍ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରୁଛି। ଯଦି ଅଭିଯୋଗ ସତ ପ୍ରମାଣିତ ହେଉଛି, ତାଙ୍କୁ ତୁରନ୍ତ ପଇସା ଫେରସ୍ତ କରାଯାଉଛି। ଏଲଆରସି ବଣ୍ଟନ ଏକ ଦୀର୍ଘ ସ୍ଥାୟୀ କାର୍ଯ୍ୟ ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ଏହାର ସଂଶୋଧନ ମଧ୍ୟ କରାଯିବ। ୭ ତାରିଖ ଦିନ ଜାଗା ମିଶନ ଉପରେ ବିସ୍ତୃତ ଆଲୋଚନା କରିବାକୁ ବିଜେପି କର୍ପୋରେଟରଙ୍କୁ ପ୍ରସ୍ତାବ ଦିଆଯାଇଛି" ବୋଲି କହିଛନ୍ତି ବିଏମସି ମେୟର ସୁଲୋଚନା ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.