ETV Bharat / state

New Railway Projects In Odisha: ପଶ୍ଚିମ ଓଡିଶାବାସୀଙ୍କୁ ମୋଦି ସରକାରଙ୍କ ନୂଆଖାଇ ଭେଟି, ୨ ନୂଆ ରେଳ ଲାଇନ ପାଇଁ ମଞ୍ଜୁରୀ - New Railway Projects In Odisha - NEW RAILWAY PROJECTS IN ODISHA

New Railway Projects In Odisha: ଓଡିଶାର ଦୁଇଟି ନୂଆ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ । ୩୭ କିଲୋମିଟର ଲମ୍ବ ସରଡେଗା-ଭାଲୁମୁଡ଼ା ଡବଲ୍‌ ରେଳ ଲାଇନ ଓ ୧୩୮ କିଲୋମିଟର ଲମ୍ବ ବରଗଡ଼ ରୋଡ୍‌ – ନୂଆପଡ଼ା ରୋଡ୍‌ ନୂଆ ଲାଇନକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ଅଧିକ ପଢ଼ନ୍ତୁ...

New Railway Projects In Odisha
New Railway Projects In Odisha (ETV Bharat Odisha)
author img

By ETV Bharat Odisha Team

Published : Aug 28, 2024, 9:19 PM IST

ଭୁବନେଶ୍ବର/ସମ୍ବଲପୁର: ଓଡ଼ିଶା ପାଇଁ କେନ୍ଦ୍ରର ବଡ଼ ଭେଟି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଡ଼ ଘୋଷଣା । ରେଳ ମନ୍ତ୍ରଣାଳୟ ଆଜି ଓଡିଶା ପାଇଁ ୨ଟି ନୂଆ ରେଳ ପ୍ରକଳ୍ପ ପାଇଁ ଅନୁମୋଦିତ ଦେଇଛନ୍ତି । ପୂର୍ବ ଭାରତରୁ ରାଷ୍ଟ୍ର ଉଦୟ ଦିଗରେ ମୋଦି ସରକାରଙ୍କ ଏହା ଏକ ବଡ଼ ପଦକ୍ଷେପ । ଏହି ୨ଟି ପ୍ରୋଜେକ୍ଟ ଓଡିଶା ପାଇଁ ବହୁ ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ । ଓଡିଶାରୁ କୋଇଲା ଓ ଲୌହ ଖଣିଜପଦାର୍ଥ ପରିବହନ କ୍ଷେତ୍ରରେ ଏହି ୨ଟି ପ୍ରୋଜେକ୍ଟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।

New Railway Projects In Odisha (ETV Bharat Odisha)

ଓଡିଶାରେ ୨ଟି ରେଳ ପ୍ରକଳ୍ପ ଭେଟି:

ଆଜି ରେଳ ମନ୍ତ୍ରଣାଳୟର ମୋଟ ୬ ହଜାର ୪୫୬ କୋଟି ଟଙ୍କା ବ୍ୟୟ ଅଟକଳର ୩ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହା ମଧ୍ୟରୁ ପଶ୍ଚିମ ଓଡ଼ିଶାରେ ୨ଟି ନୂଆ‌ ରେଳ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛନ୍ତି । ଏହି ୨ଟି ପ୍ରକଳ୍ପ ବରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯିବ । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଡ଼ ଘୋଷଣା କରିଛନ୍ତି । ଏହି ୨ଟି ନୂଆ ରେଳ ପ୍ରକଳ୍ପରୁ ଗୋଟିଏ ବରଗଡ଼ରୁ ନୂଆପଡା ଭାୟା ପଦ୍ମପୁର ପାଇକମାଳ ରେଳପଥର ଚୂଡାନ୍ତ ମଞ୍ଜୁରୀ କେନ୍ଦ୍ରୀୟ କ୍ୟାବିନେଟ କରିଛନ୍ତି । ଏହି ୧୩୮ କିମି ରେଳପଥ ପାଇଁ ୨,୯୨୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ତେବେ ବରଗଡ଼-ନୂଆପଡା ପ୍ରୋଜେକ୍ଟରେ ଦୁଇଟି ଲାଭ ହେବ । ପ୍ରଥମେ ଟିଟିଲାଗଡ଼ ଦେଇ ଯାଉଥିବା ପଥକୁ ଏହା କମ୍ କରିବ ରାୟପୁରକୁ ଯାଉଥିବା ଖଣିଜ ପଦାର୍ଥ ଗାଡ଼ି 80 କିଲୋମିଟର ରାସ୍ତା କମ ହେବ । ଏହି ଟ୍ରେନ ଲାଇନ ପଦ୍ମପୁର ଦେଇଯିବ । ଯାହା ପଦ୍ମପୁରବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବ । ସେହିପରି ଅନ୍ୟଟି ୩୭ କିଲୋମିଟର ଲମ୍ବ ସରଡେଗା-ଭାଲୁମୁଡ଼ା ଡବଲ୍‌ ରେଳ ଲାଇନ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସହ ଯୋଡ଼ିବ । ଏଥିପାଇଁ ୧,୩୬୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ୱେଟିଂ ଟିକଟରେ ଟ୍ରେନ ଯାତ୍ରା ବନ୍ଦ ! VIP ସମେତ ୧୬ଟି କୋଟାରେ କରିପାରିବେ କନଫର୍ମ, ଜାଣନ୍ତୁ ରେଳବାଇ ରିଜର୍ଭେସନ ନିୟମ - Train waiting ticket new rules

ପ୍ରଥମେ ୩ ଓ ଆଜି ୨ଟି ପ୍ରୋଜେକ୍ଟ:

ଓଡ଼ଶାକୁ କିଛି ଦିନ ମଧ୍ୟରେ ପ୍ରଥମେ ୩ ଓ ଆଜି ୨ଟି ପ୍ରୋଜେକ୍ଟ ଆସିଛି । ଏହାମଧ୍ୟରୁ ଗୋଟିଏ ଇଷ୍ଟ କୋଷ୍ଟ ପ୍ରୋଜେକ୍ଟ ରହିଛି । ଓଡିଶାର ବିକାଶ ପାଇଁ ଆବଶ୍ୟକୀୟ ସମସ୍ତ ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଆସିଛି । ଏପାଇଁ ପୂର୍ବତଟ ରେଳବାଇ ମଧ୍ୟ କାର୍ଯ୍ୟ କରୁଛି । ଖୋର୍ଦ୍ଧା ବଲାଙ୍ଗୀର ମଧ୍ୟରେ ଯେଉଁ ଟର୍ନଲ କାର୍ଯ୍ୟ ଏଥିରେ ବହୁତ ସଫଳତା ମିଳିଛି । ସେହିପରି କିଛି ପ୍ରୋଜେକ୍ଟ ଦୁଇ ପକ୍ଷରେ ଫେନ୍ସିଂ ଲଗାଇବା ପ୍ରୋଜେକ୍ଟ ସାକ୍ସନ ହେଉଛି । ଦୁଇ ଦିନ ତଳେ ସମ୍ବଲପୁରରୁ ବରଗଡ଼ ପ୍ରୋଜେକ୍ଟ ସାକ୍ସନ ହୋଇଛି । 547 କିଲୋମିଟର ରେଳପଥ ପୂର୍ବତଟ ରେଳବାଇର ଲକ୍ଷ୍ୟ ଯେଉଁଥିରୁ 161 ପୁରା ହୋଇଛି । ନୂଆପଡ଼ା ବରଗଡ଼ରେ ମୋଟ 13ଟି ଷ୍ଟେସନ ରହିବ 11ଟି କ୍ରସିଂ ଷ୍ଟେସନ ଓ 2 ଟି ଜଙ୍କସନ୍‌ ରହିବ । ସେପଟେ ନୂଆଖାଇ ପୂର୍ବରୁ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ପଶ୍ଚିମ ଓଡିଶାବାସୀଙ୍କୁ ମିଳିଥିବା ଏହି ବଡ଼ ଭେଟି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତୁ ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଇଟିଭି ଭାରତ, ଭୁବନେଶ୍ବର/ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.