ETV Bharat / state

ଟିକେଟ୍‌ ପାଇ ଉତ୍ସାହିତ ଜଗତସିଂହପୁର ବିଜେଡି ପ୍ରାର୍ଥୀ, ଅମରେନ୍ଦ୍ରଙ୍କ ସମର୍ଥକ ନିରାଶ - BJD Candidate List

BJD MLA Candidates: ଜଗତସିଂହପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଘୋଷଣା ପରେ ବାଣ ଫୁଟାଇଲେ କର୍ମୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 4, 2024, 7:05 AM IST

BJD MLA Candidates
BJD MLA Candidates
BJD MLA Candidates

ଜଗତସିଂହପୁର: ୨୦୨୪ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । 27ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଏଥିରେ ଜଗତସିଂହପୁର ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ରମାକାନ୍ତ ଭୋଇଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ପୁନର୍ବାର ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ପ୍ରାର୍ଥୀ କରିଛି ଦଳ । ଯାହାକୁ ନେଇ ଗତକାଲି(ବୁଧବାର) ଜଗତସିଂହପୁରରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନାମ ଘୋଷଣା ହେବାପରେ ପ୍ରଶାନ୍ତଙ୍କ ସମର୍ଥକ ସ୍ଥାନୀୟ ଥାନାଛକ ନିକଟରେ ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ।

ଅପରପକ୍ଷରେ ଅମରେନ୍ଦ୍ର ଦାସଙ୍କ ଶିବିରରେ ଏବେ ନୈରାଶ୍ୟତା ଖେଳି ଯାଇଛି । ଗତକାଲି ସନ୍ଧ୍ୟାରେ ପ୍ରଶାନ୍ତ ମୁଦୁଲିଙ୍କ ନାମ ଘୋଷଣା ହେବାପରେ ଶହ ଶହ ସଂଖ୍ୟକ ଅମରେନ୍ଦ୍ର ସମର୍ଥକ ଅମରେନ୍ଦ୍ରଙ୍କ ବାସଭବନ ସମ୍ମୁଖରେ ଏକାଠି ହେବା ସହିତ ବିଜେଡି ବିରୋଧୀ ସ୍ଲୋଗାନ ଦେଇଥିଲେ । କର୍ମୀମାନେ ଅଭିଯୋଗ କରିଛନ୍ତି ଯେ, ଅମରେନ୍ଦ୍ର ଦାସ ସ୍ବର୍ଗତ ବିଷ୍ଣୁ ଦାସଙ୍କ ସମୟରୁ ବିଜେଡିର ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଗତ 2019 ସାଧାରଣ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟ ଥିବା ବେଳେ ଦଳ ବାଲିକୁଦା-ଏରସମାରୁ ପ୍ରଶାନ୍ତ ମୁଦୁଲିଙ୍କୁ ଆଣି ଜଗତସିଂହପୁରରେ ପ୍ରାର୍ଥୀ କରିଥିଲା । ସେ ସମୟରେ ଅମରେନ୍ଦ୍ର ଦାସଙ୍କୁ ବୁଝାଇ ଦେବା ସହିତ 2024 ସାଧାରଣ ନିର୍ବାଚନରେ ତାଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଦୀର୍ଘ ପାଞ୍ଚ ବର୍ଷ ଧରି ଅମରେନ୍ଦ୍ର ଦଳ ପାଇଁ କାମ କରି ଚାଲିଥିବା ବେଳେ ସଂଗଠନକୁ ସୃଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ । ହେଲେ ବିଜେଡି ତାଙ୍କୁ ପ୍ରାର୍ଥୀ ନ କରି ପୁନର୍ବାର ଆମଦାନୀ ନେତା ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ପ୍ରାର୍ଥୀ କରିବା ଏକ ବିଶ୍ଵାସଘାତକତା ବୋଲି ଅମରେନ୍ଦ୍ରଙ୍କ ସମର୍ଥକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଓ ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ବ୍ରହ୍ମପୁର ଲୋକସଭାରୁ ଲଢିବେ ଭୃଗୁ ବକ୍ସିପାତ୍ର

ତେବେ ପ୍ରଶାନ୍ତ ମୁଦୁଲିଙ୍କ ନାମ ଘୋଷଣା ହେବାପରେ ବ୍ଲକ ଉପାଧ୍ୟକ୍ଷ ରତି ରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକ ଥାନା ଛକ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି । ଏନେଇ ପ୍ରଶାନ୍ତଙ୍କ ସମର୍ଥକ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତି ଆସ୍ଥା ପ୍ରକଟ କରି ପୁନର୍ବାର ଜଗତସିଂହପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଛନ୍ତି । ଆଗାମୀ ନିର୍ବାଚନରେ ଲୋକେ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଜନହିତକର କାର୍ଯ୍ୟକୁ ନେଇ ବିପୁଳ ଭୋଟରେ ବିଜୟୀ କରାଇବେ ବୋଲି ଆଶା ପ୍ରକଟ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.