ETV Bharat / state

ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା, ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଲେ ଲୋକେ - ଛତ୍ରପୁର

Chhatrapur Declares As Municipality: ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହରକୁ ମିଳିଛି ମ୍ୟୁନିସିପାଲିଟି ମାନ୍ୟତା । ଛତ୍ରପୁରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ଅଧିକ ପଢ଼ନ୍ତୁ

ଛତ୍ରପୁର
ଛତ୍ରପୁର
author img

By ETV Bharat Odisha Team

Published : Feb 25, 2024, 9:29 AM IST

ଛତ୍ରପୁର

ବ୍ରହ୍ମପୁର: ବିଜ୍ଞାପିତ ଅଞ୍ଚଳ ପରିଷଦରୁ ମ୍ୟୁନିସିପାଲିଟି ମାନ୍ୟତା ପାଇଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର । ରାଜ୍ୟ ସରକାରଙ୍କ ପକ୍ଷରୁ ଛତ୍ରପୁର ସହରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନ କରାଯାଇଛି । ଛତ୍ରପୁର ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରଦାନା କରିବା ନେଇ ସ୍ଥାନୀୟବାସୀଙ୍କ ଦୀର୍ଘ ବର୍ଷର ଦାବିକୁ ପୂରଣ କରିଛନ୍ତି ସରକରା । ଯାହାକୁ ନେଇ ଛତ୍ରପୁରରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ବାଣ ଫୁଟାଇ ମିଠା ବଣ୍ଟନ କରି ହୋଇଛି ଜୋରଦାର ସେଲିବ୍ରେସନ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଛତ୍ରପୁର ମ୍ୟୁନିସିପାଲିଟିରେ ପରିଣତ ହେବା ଖବର ଜଣାପଡିବା ପରେ ଏନେଇ ବାଣ ଫୁଟାଇ ମିଠା ବଣ୍ଟନ କରି ସେଲିବ୍ରେସନ୍ କରିଛନ୍ତି ଛତ୍ରପୁରବାସୀ । ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚିତ ପ୍ରତିନିଧିଙ୍କ ସମେତ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷମାନେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟର 5ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାର ଏହି ସହରକୁ ୧୯୫୫ ମସିହାରେ ଏନଏସି ମାନ୍ୟତା ପ୍ରଦାନ କରାଯାଇଥିଲା । ଇତି ମଧ୍ୟରେ ଏହି ସହରର ପରିସୀମା ବୃଦ୍ଧି ପାଇଛି । ଏପରିକି ଜନସଂଖ୍ୟା ମଧ୍ୟ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ ଆକ୍ଟ ଅନୁଯାୟୀ ରହିଥିଲେ ମଧ୍ୟ ଏହାକୁ ମ୍ୟୁନିସିପାଲିଟି ମାନ୍ୟତା ଦେବାରେ ରାଜ୍ୟ ସରକାରଙ୍କ ଅହେତୁକ ବିଳମ୍ବ କରି ଚାଲିଥିବା ନେଇ ପୂର୍ବରୁ ଅନେକବାର ବିଭିନ୍ନ ଫୋରମରେ ଦାବି କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ୩୪ ନୂଆ NAC ଏବଂ ୫ ନୂଆ ମ୍ୟୁନିସିପାଲିଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏହି ଐତିହାସିକ ସହରରେ ଗୋଟିଏ ପଟେ ରହିଥିଲା ସ୍ବତନ୍ତ୍ର ପରିଚୟ । ଜିଲ୍ଲାର ଏହି ପୁରାତନ ସହରକୁ ଇତି ମଧ୍ୟରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ସହରର ପରିସୀମା ମଧ୍ୟ ପରିବ୍ୟାପ୍ତ ରହିଥିବାରୁ ତୁରନ୍ତ ଏହାର ଉନ୍ନତିକରଣ ପାଇଁ ମ୍ୟୁନିସିପାଲିଟିର ମାନ୍ୟତା ପାଇଁ ସରକାରଙ୍କ ନିକଟରେ ଦାବି ରହିଥିଲା । ବର୍ତ୍ତମାନ ଏନଏସିର ୱର୍ଡ ସଂଖ୍ୟା ବୃଦ୍ଧି ପାଇ ୧୪ରେ ପହଞ୍ଚିଥିବା ବେଳେ, କେବଳ ୱାର୍ଡ ସଂଖ୍ୟା ନୁହେଁ ସରକାରଙ୍କ ନିୟମ ଅନୁଯାୟୀ ଯେଉଁ ସହରର ଜନସଂଖ୍ୟା ୨୫ ହଜାର କିମ୍ବା ତା'ଠାରୁ ଅଧିକ ହୋଇଥିଲେ ହିଁ ପୌରପାଳିକା ଘୋଷଣା ହୋଇପାରିବ ।

ସେପଟେ ୨୦୧୧ ମସିହାର ଜନଗଣନା ଅନୁସାରେ ଛତ୍ରପୁରର ଜନସଂଖ୍ୟା ୨୨ ହଜାର ୨୭ ରହିଥିଲା । ଏଥିସହିତ ଛତ୍ରପୁର ସହର ନିକଟରେ ରହିଥିବା ଦୁଇଟି ପଞ୍ଚାୟତର ଦୁଇଟି ଗ୍ରାମକୁ ଏଥିରେ ସାମିଲ କରି ମ୍ୟୁନିସିପାଲିଟିରେ ପରିଣତ କରିବାକୁ ଏନଏସି କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ମହଲରୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ସେହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଗ୍ରହଣ କରିଥିବା ନେଇ ଖୁସିର ମାହୋଲ । ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମ୍ୟୁନିସିପାଲିଟି ମାନ୍ୟତା ମିଳିବା ପରେ ଛତ୍ରପୁରରେ ଖୁସିର ଲହରୀ ଖେଳିଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.