ETV Bharat / state

ଲାଞ୍ଚ ନେଉଥିଲେ FCI ଅଧିକାରୀ; ଧରିଲା CBI, ୨ ଅଧିକାରୀଙ୍କ ସମେତ ୪ ଗିରଫ - FCI Officer Arrest

author img

By ETV Bharat Odisha Team

Published : Jul 2, 2024, 9:39 PM IST

CBI Arrests FCI Officials In Bribery Case: ଲାଞ୍ଚ ନେବା ବେଳେ ୨ ଏଫସିଆଇ ଅଧିକାରୀଙ୍କୁ ଧରିଲା ସିବିଆଇ । ଟେଣ୍ଡର ହାତେଇବାକୁ ନେଇ ଚାଲିଥିଲା ଡିଲ୍‌, ଧରିଲା CBI । ଅଧିକ ପଢ଼ନ୍ତୁ

CBI Arrests FCI Officials
CBI Arrests FCI Officials (ETV Bharat Odisha)

ଭୁବନେଶ୍ବର: CBI ହାତରେ ଲାଞ୍ଚୁଆ FCI ଅଧିକାରୀ । ଟେଣ୍ଡର ହସ୍ତାନ୍ତର ପାଇଁ ଲାଞ୍ଚ ନେବା ବେଳେ ଧରିଲା ସିବିଆଇ । FCI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର 2 ଅଧିକାରୀ ସହ କୋଲକାତାର ଏକ ଘରୋଇ ଫାର୍ମର ମାଲିକଙ୍କ ସହ ଜଣେ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ସିବିଆଇ । ସେପଟେ ଅନ୍ୟ ଜଣେ ଦଲାଲକୁ ଧରିବା ପାଇଁ ଛାନଭିନ୍‌ ଚଲାଇଛି ସିବିଆଇ । ଗିରଫ ଅଭାଯୁକ୍ତମାନେ ହେଲେ FCIର GM ପ୍ରେମ ସିଂ ବନୋତ, ଡେପୁଟି ଜେନେରାଲ ମ୍ୟାନେଜର ସଞ୍ଜୟ ଦେ ଓ କଲିକତାର ଏକ ଘରୋଇ ଫାର୍ମର ମାଲିକ ସୋମି ଭଟ୍ଟାଚାର୍ଯ୍ୟ ସହ ଡିଲ୍‌ କରାଇଥିବା ଦଲାଲ ସୟେଦ ହସନେନ ଅହମ୍ମଦକୁ ଗିରଫ କରି କୋର୍ଟ ଚାଲାଣ କରଯାଇଛି ।

ସୂଚନା ମୁତାବକ, ଫୁଡ କର୍ପୋରେସନ ଅଫ୍ ଇଣ୍ଡିଆ (FCI) ଖାଦ୍ୟ ଯୋଗାଣ ଦିଗରେ‌ କାର୍ଯ୍ୟ କରେ । ଏଫସିଆଇରେ ଧାନ ଟ୍ରାନ୍ସପୋର୍ଟ କାରବାର ନେଇ ଏକ ଘରୋଇ ଫାର୍ମ ଟେଣ୍ଡର ହାତେଇବାକୁ ଚାହୁଁଥିଲେ । ଡିଲ କରି 2 ମଧ୍ୟସ୍ଥିଙ୍କ ଜରିଆରେ ଭୁବନେଶ୍ୱରରେ ଥିବା ଓଡ଼ିଶା ଏଫସିଆଇ କାର୍ଯ୍ୟାଳୟର ଅଧିକାରୀଙ୍କ ସହ ଯୋଗାଯୋଗ ରହିଥିଲେ । ଧାନ ଟ୍ରାନ୍ସପୋର୍ଟର ଟେଣ୍ଡର ହାତେଇବାକୁ କଲିକତାର ଘରୋଇ ଫାର୍ମର ମାଲିକ 2 ଦଲାଲ ସହ ମିଶି FCI ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟର ଜିଏମ ସହ ଯୋଗାଯୋଗ କରି ଲାଞ୍ଚ ପାଇଁ ଡିଲ୍‌ ଚଲାଇଥିଲେ । ଲାଞ୍ଚ କାରବାର ନେଇ ୧ ଲକ୍ଷ ଟଙ୍କାର ଡିଲ ହୋଇଥିଲା । ଟେଣ୍ଡର‌ ପାଇବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେବା ବେଳେ ଜିଏମ ପ୍ରେମ ସିଂ ବନୋତ ଓ ଡେପୁଟି ମ୍ୟାନେଜର ସଞ୍ଜୟ ଦେକୁ ରେଡ ହ୍ୟାଣ୍ଡ ଧରିଥିଲା ସିବିଆଇ ।

ଏହା ମଧ୍ୟ ପଢ଼ନ୍ତୁ..ଲାଞ୍ଚ ଟଙ୍କା ଫେରି ପାଇଲେ ଯୁବତୀ, ଜନ ସୂଚନା ଅଧିକାରୀ ନେଇଥିଲେ 500 ଟଙ୍କା ଲାଞ୍ଚ - Woman get her money back

1 ଲକ୍ଷ ଟଙ୍କା ଲାଞ୍ଚ ସହ ଡିଲ କରିଥିବା ଦଲାଲ ଓ ଘରୋଇ ଫାର୍ମର ମାଲିକାଣିକୁ ମଧ୍ୟ ଗିରଫ କରିଛି ସିବିଆଇ । ସିବିଆଇ ପକ୍ଷରୁ ହାଇଦ୍ରାବାଦ, ଭୁବନେଶ୍ୱର ଓ କୋଲକାତା ସହ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ୫ ଲକ୍ଷ ଟଙ୍କା ସହ ଲାପଟପ୍ ମୋବାଇଲ ଓ କିଛି ଦସ୍ତାବିଜ ଜବତ ହୋଇଛି । ସିବିଆଇ ପକ୍ଷରୁ ଏକ ଏଫଆଇଆର‌ ରେଜିଷ୍ଟର ହୋଇଛି । ମୋଟ 5 ଜଣଙ୍କ ନାଁରେ‌ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ଗିରଫ କରଯାଇଥିବା ବେଳେ ଆଉ ଜଣଙ୍କୁ ପୋଲିସ ଖୋଜୁଛି । ଗିରଫ ପରେ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସିବିଆଇ କୋର୍ଟକୁ ଚାଲାଣ କରାଯାଇଛି । ଏନେଇ ଗିରଫ ଅଭିଯୁକ୍ତ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ସିବିଆଇ । କିଭଳି ଲାଞ୍ଚ କାରବାର କରାଯାଇଥିଲା କିଏ କିଏ ଏଭଳି କାରବାରରେ ସମ୍ପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.