ETV Bharat / state

ସାଲେପୁର ନିର୍ବାଚନୀ ହିଂସା; ବିଜେଡି କର୍ମୀଙ୍କ ବିରୋଧରେ ଏତଲା ରୁଜୁ, ଆହତଙ୍କୁ ଭେଟିଲେ ବୈଜୟନ୍ତ - Salepur Election Violence

author img

By ETV Bharat Odisha Team

Published : Jun 1, 2024, 9:26 PM IST

Case Registered Against BJD Workers: ସାଲେପୁରରେ ନିର୍ବାଚନୀ ହିଂସା ମାମଲାରେ ଥାନାରେ ରୁଜୁ ହେଲା ମାମଲା । ବିଜେଡିର ୨୦ ଜଣ କର୍ମୀଙ୍କ ବିରୋଧରେ ଅଭିଯୋଗ । ଅଧିକ ପଢ଼ନ୍ତୁ

ସାଲେପୁର ନିର୍ବାଚନୀ ହିଂସା
ସାଲେପୁର ନିର୍ବାଚନୀ ହିଂସା (ETV Bharat Odisha)

କଟକ: ସାଲେପୁରରେ ନିର୍ବାଚନୀ ହିଂସା ମାମଲା । ଥାନାରେ ରୁଜୁ ହେଲା ଏତଲା । ସାଲେପୁର ବ୍ଲକର ବିଜେଡିର ପୂର୍ବତନ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ଲାଗିଲା ୩୦୭ । ରମେଶଙ୍କ ସହ ବିଜେଡିର ୨୦ ଜଣ କର୍ମୀଙ୍କ ବିରୋଧରେ ଦଫା ୩୦୭ ସହ ଏକାଧିକ ଅପରାଧିକ ମାମଲା ରୁଜୁ କରିଛି ସାଲେପୁର ଥାନା ପୋଲିସ ।

ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ମାଳଶାସନ ପଞ୍ଚାୟତର ବୁଥ ନମ୍ବର ୧୮୪ ଓ ୧୮୫ ରେ ଦୁଇ ଜଣ ବିଜେପି କର୍ମୀଙ୍କୁ ଧାରୁଆ ଅସ୍ତ୍ରରେ ମରଣାତ୍ମକ ଆକ୍ରମଣ କରିଥିଲେ ରମେଶ ଜେନା ଓ ବିଜେଡି କର୍ମୀ । ଏହି ଦୁଇଟି ବୁଥକୁ ବିଜେଡି ରିଗିଂ କରିବା ସମୟରେ ଏହାକୁ ବିରୋଧ କରିବାରୁ ବିଜେପି କର୍ମୀ ସଞ୍ଜୟ ରାଉତ ଓ ଅଭିଷେକ ପଣ୍ଡାଙ୍କୁ ପନିକି, ଧାରୁଆ ଅସ୍ତ୍ର ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଜେଡି ନେତା ଓ କର୍ମୀ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛି ବିଜେପି ।

ସେହିପରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଜେପିର 2 ଆହତ କର୍ମୀଙ୍କୁ ଭେଟିଛନ୍ତି କେନ୍ଦ୍ରାପଡା ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଏପରି ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବୈଜୟନ୍ତ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜେଡି ହାରିବା ଭୟରେ ଏପରି ଆକ୍ରମଣ କରୁଛି । ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ବୈଜୟନ୍ତ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସାଲେପୁରରେ ନିର୍ବାଚନୀ ହିଂସା, ବିଜେପି କର୍ମୀଙ୍କୁ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ - BJP Workers Attacked In Salepur

ଏହା ମଧ୍ୟ ପଢ଼ନ୍ତୁ...ମତଦାନ ବେଳେ ହିଂସା, କେନ୍ଦ୍ରାପଡା ବିଜେପି ସଭାପତିଙ୍କୁ ଛୁରା ମାଡ଼ - Poll Violence In Kendrapara

ତେବେ ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଭୋଟିଂ ସମୟରେ ସାଲେପୁର ନିର୍ବାଚନ ମଣ୍ଡଳୀ ମାଳଶାସନ ପଞ୍ଚାୟତ ସ୍ଥିତ ମାଳଶାସନ ବିଦ୍ୟାଳୟର ୧୮୪ ଓ ୧୮୫ ନଂ ବୁଥରେ ନିର୍ବାଚନୀ ହିଂସା ଦେଖା ଦେଇଥିଲା । ବୁଥ ଭିତରେ ବିଜେପି ଏଜେଣ୍ଟଙ୍କୁ ପନିକିରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବିଜେଡି କର୍ମୀଙ୍କୁ ଦାୟୀ କରିଛନ୍ତି ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ । ଦୁଇ ଆହତଙ୍କ ମଧ୍ୟରେ ଜଣେ ଅରିନ୍ଦମ ରାୟଙ୍କ ଏଜେଣ୍ଟ ରହିଥିବାବେଳେ ଅନ୍ୟଜଣେ ବିଜେପି କର୍ମୀ ବୋଲି ଜଣାପଡିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.