ETV Bharat / state

ନିର୍ବାଚନ ପୂର୍ବରୁ ରାଜଧାନୀରେ CAPF ଯବାନଙ୍କ ଫ୍ଲାଗ ମାର୍ଚ୍ଚ - Bhubaneswar

CAPF Jawans Conduct Flag March: ଓଡିଶାର ବିଭିନ୍ନ ସ୍ଥାନକୁ ପହଞ୍ଚିଛନ୍ତି ସିଏପିଏଫ୍ ଯବାନ । ନିର୍ବାଚନ ସମୟରେ ଯେପରି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ନେଇ ଏବେଠୁ ରାଜଧାନୀରେ ଏରିଆ ପାଟ୍ରୋଲିଂ ବା ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ୍ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ରାଜଧାନୀରେ CAPF ଯବାନଙ୍କ ଫ୍ଲାଗ ମାର୍ଚ୍ଚ

author img

By ETV Bharat Odisha Team

Published : Mar 3, 2024, 10:49 PM IST

ନିର୍ବାଚନ ପୂର୍ବରୁ ରାଜଧାନୀରେ CAPF ଯବାନଙ୍କ ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ କଡା ସୁରକ୍ଷା ପାଇଁ ଆରମ୍ଭ ହୋଇଯାଇଛି ପ୍ରାକ୍ ପ୍ରସ୍ତୁତି । ସେଥି ପାଇଁ ଓଡିଶାର ବିଭିନ୍ନ ସ୍ଥାନକୁ ପହଞ୍ଚିଛନ୍ତି ସିଏପିଏଫ୍ ଯବାନ । ପ୍ରଥମ ପର୍ଯାୟରେ ରାଜ୍ୟରେ ପହଞ୍ଚିଛନ୍ତି ୧୫ କମ୍ପାନୀ ସିଏପିଏଫ ଯବାନ । ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହିତ ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହାତରେ‌ ବନ୍ଧୁକଧାରୀ ସେଣ୍ଟ୍ରାଲ ଫୋର୍ସ ଫ୍ଲାଗ ମାର୍ଚ୍ଚ ଜରିଆରେ ଲୋକଙ୍କ ଭିତରେ ବିଶ୍ବାସ ଓ ଭରସା ଜାଗ୍ରତ ସହ ଅପରାଧୀ ଓ ଅପରାଧିକ ମନୋଭାବ ଥିବା ଲୋକଙ୍କୁ ପୋଲିସ ଦେଇଛି କଡ଼ା ବାର୍ତ୍ତା । ନିର୍ବାଚନ ସମୟରେ ଯେପରି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ନେଇ ଏବେଠୁ ଏରିଆ ପାଟ୍ରୋଲିଂ ବା ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ । ମୁକ୍ତ ଓ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଆଜି ଭୁବନେଶ୍ବରରେ କରାଯାଇଛି ଫ୍ଲାଗ ମାର୍ଚ । ସମ୍ବେଦନଶୀଳ ଅଞ୍ଚଳରେ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସ (CAPF) ମୁତୟନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଶ୍ରୀମନ୍ଦିରରେ ବିଦେଶୀ ଅଣହିନ୍ଦୁ ! ପ୍ରବେଶ କରିଥିବା ଅଭିଯୋଗରେ ୯ ଅଟକ

ନିର୍ବାଚନ ପୂର୍ବରୁ ସର୍ବସାଧାରଣରେ ଆତଙ୍କ ନ ଖେଳେଇବା, ଆଇନକୁ ହାତକୁ ନେଇ ବିଶୃଙ୍ଖଳା ସୃଷ୍ଟି ନ କରିବା, ରାଜନୈତିକ କାର୍ଯକ୍ରମ ଓ ରାଲି ବା ରୋଡ଼ ସୋ ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ନେଇ ବିଭିନ୍ନ ଦିଗକୁ ନେଇ ପୋଲିସ ଏବେଠୁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ଏହା ସହିତ ନିଶା କାରବାର, ବେଆଇନ ମଦ ବିକ୍ରି, ଚୋରା ମଦ କାରବାର ଓ ଅମାନିଆ ଭାବେ ଟ୍ରାଫିକ ଉଲ୍ଲଙ୍ଘନ କରି ଗାଡି ଚାଳନା ଆଦି ବିଭିନ୍ନ ଦିଗକୁ ନେଇ ପୋଲିସ ନଜର ରଖିଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି ।

ଏନେଇ କମିଶନରେଟ ପୋଲିସର ଜୋନ ୧ ଏସିପି ଏସ ଏନ ମୁଦୁଲି କହିଛନ୍ତି, "ଏହି ଫ୍ଲାଗ ମାର୍ଚ୍ଚ ଜରିଆରେ ଲୋକଙ୍କୁ ବାର୍ତ୍ତା ଦିଆଯାଉଛି ଯେ ଲୋକେ ଭୟଭୀତ ନ ହୁଅନ୍ତୁ । ନିର୍ଭୟରେ ଆସି ନିଜର ମତଦାନ ପ୍ରକ୍ରିୟାରେ ସାମିଲ ହୁଅନ୍ତୁ । ଅପରାଧିକ ମନୋବୃତ୍ତି ରଖୁଥିବା ଲୋକେ ଏରିଆ ଛାଡ଼ନ୍ତୁ ନଚେତ ଆଗାମୀ ଦିନରେ‌ ପୋଲିସ ଆହୁରି କଠୋର ହେବାକୁ ଯାଉଛି ।" ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଶାନ୍ତିଶୃଙ୍ଖଳାର ସହ କିପରି ନିର୍ବାଚନ ପରିଚାଳନା କରାଯିବ । ସେନେଇ ସହରରେ ପୋଲିସ ଏପରି ନିଜର ଅବସ୍ଥିତି ଜାହିର କରିଛି । ଏହା ମଧ୍ୟରେ ୧୦ପ୍ଲାଟୁନ ଫୋର୍ସଙ୍କୁ କଟକ, ଭୁବନେଶ୍ବର,ସମେତ ପୁରୀ ,ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ ,ବାଲେଶ୍ବର ଆଦି ଅଞ୍ଚଳରେ ନିୟୋଜିତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.