ETV Bharat / state

ଝାରସୁଗୁଡା ଲଖନପୁରରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ

author img

By ETV Bharat Odisha Team

Published : Jan 25, 2024, 7:59 AM IST

Coal to SNG Project: ସିଆଇଏଲ ଏବଂ ଭେଲର ଯୌଥ ଉଦ୍ୟୋଗ ଜରିଆରେ ଓଡିଶାର ଝାରସୁଗଡା ଜିଲ୍ଲାରେ ଥିବା ମହାନଦୀ କୋଲ ଫିଲ୍ଡସ ଲିମିଟେଡର ଲଖନପୁର ଅଞ୍ଚଳରେ 11,782.05 କୋଟି ଟଙ୍କାର ଆନୁମାନିକ ପୁଞ୍ଜି ବ୍ୟୟରେ ପ୍ରତିଷ୍ଠା ହେବ କୋଇଲାରୁ ଆମୋନିୟମ ନାଇଟ୍ରେଟ ପ୍ରକଳ୍ପ। ଅଧିକ ପଢନ୍ତୁ

ଝାରସୁଗୁଡା ଲଖନପୁରରେ  ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ
ଝାରସୁଗୁଡା ଲଖନପୁରରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଗତକାଲି ଦୁଇଟି ଇକ୍ୟୁଟି ନିବେଶ ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ଏହି ପ୍ରକଳ୍ପ ଗୁଡ଼ିକ ହେଲା ସିଆଇଏଲ ଓ ଗେଲର ଯୌଥ ଉଦ୍ୟୋଗ ଜରିଆରେ ଇସିଏଲ କମାଣ୍ଡ ଅଞ୍ଚଳରେ କୋଇଲାରୁ ଏସଏନଜି ଏବଂ ସିଆଇଏଲ ଓ ଭେଲର ଯୌଥ ଉଦ୍ୟୋଗ ଜରିଆରେ ଏମସିଏଲ କମାଣ୍ଡ ଅଞ୍ଚଳରେ କୋଇଲାରୁ ଆମୋନିୟମ ନାଇଟ୍ରେଟ ପ୍ରକଳ୍ପ ସ୍ଥାପନ ।

କେନ୍ଦ୍ର କ୍ୟାବିନେଟ କମିଟି ଅନୁମୋଦନ ଦେଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ସିଆଇଏଲ ଓ ଗେଲ ମଧ୍ୟରେ ଏକ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡର ସୋନପୁର ବାଜାରୀ ଅଞ୍ଚଳରେ ମୋଟ 13,052.81 କୋଟି ଟଙ୍କାର ଆନୁମାନିକ ପ୍ରକଳ୍ପ ପୁଞ୍ଜି ବ୍ୟୟରେ ପ୍ରସ୍ତାବିତ କୋଇଲାରୁ ସିନ୍ଥେଟିକ ନେଚୁରାଲ ଗ୍ୟାସ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏକ ଯୌଥ ଉଦ୍ୟୋଗ କମ୍ପାନୀରେ 70:30 ଋଣ-ଇକ୍ୟୁଟି ଅନୁପାତ ଏବଂ 51% ଇକ୍ୟୁଟି ନିବେଶକୁ ବିଚାରକୁ ନେଇ ସିଆଇଏଲ ଦ୍ବାରା 1,997.08 କୋଟି ଟଙ୍କାର ଇକ୍ୟୁଟି ପୁଞ୍ଜି ନିବେଶ ହେବ ।

ଅଧିକ ପଢନ୍ତୁ- Multi Tracking Projects Approves: ରେଳବାଇର ୭ଟି ମଲ୍ଟି-ଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ସେହିପରି ସିଆଇଏଲ ଏବଂ ଭେଲର ଯୌଥ ଉଦ୍ୟୋଗ ଜରିଆରେ ଓଡିଶାର ଝାରସୁଗଡା ଜିଲ୍ଲାରେ ଥିବା ମହାନଦୀ କୋଲ ଫିଲ୍ଡସ ଲିମିଟେଡର ଲଖନପୁର ଅଞ୍ଚଳରେ 11,782.05 କୋଟି ଟଙ୍କାର ଆନୁମାନିକ ପୁଞ୍ଜି ବ୍ୟୟରେ ପ୍ରତିଷ୍ଠା ହେବାକୁ ଥିବା ପ୍ରସ୍ତାବିତ କୋଇଲାରୁ ଆମୋନିୟମ ନାଇଟ୍ରେଟ ପ୍ରକଳ୍ପ ପାଇଁ ଯୌଥ ଉଦ୍ୟୋଗରେ 70:30 ଋଣ-ଇକ୍ୟୁଟୀ ଅନୁପାତ ଏବଂ 51% ଇକ୍ୟୁଟୀ ନିବେଶକୁ ବିଚାରକୁ ନେଇ ସିଆଇଏଲ ଦ୍ବାରା 1,802.56 କୋଟି ଟଙ୍କାର ଇକ୍ୟୁଟୀ ନିବେଶ ହେବ।

2030 ସୁଦ୍ଧା 100 ନିୟୁତ ଟନ କୋଇଲା ବାଷ୍ପୀକରଣ ଲକ୍ଷ୍ୟ ହାସଲ କରିବା ଏବଂ ଭାରତର ଆତ୍ମନିର୍ଭରଶୀଳତା ଓ ଇନ୍ଧନ ସ୍ବାଧୀନତାର ଦ୍ବୈତ ଲକ୍ଷ୍ୟ ପୂରଣ କରିବା ଉଦ୍ଦେଶ୍ୟରେ କୋଲ ଇଣ୍ଡିଆ ଲିମିଟେଡ ଏହି ଦୁଇଟି କୋଇଲା ବାଷ୍ପୀକରଣ ପ୍ରକଳ୍ପ ପ୍ରତିଷ୍ଠା କରିବ । 70:30 ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ 13,052.81 କୋଟି ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ ଏବଂ ଗେଲ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଇଷ୍ଟର୍ଣ୍ଣ କୋଲଫିଲ୍ଡସ ଲିମିଟେଡର ସୋନପୁର ବାଜାରୀ ଅଞ୍ଚଳରେ କୋଇଲାରୁ ଏସଏନଜି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ସିଆଇଏଲ ଓ ଗେଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ସେହିଭଳି 70:30 ଇକ୍ୟୁଟୀ ଅନୁପାତକୁ ବିଚାରକୁ ନେଇ ଆନୁମାନିକ 11,782.05 କୋଟି ଟଙ୍କାର ପ୍ରକଳ୍ପ ବ୍ୟୟବରାଦ ସହିତ ସିଆଇଏଲ ଏବଂ ଭେଲ ମଧ୍ୟରେ ଯୌଥ ଉଦ୍ୟୋଗ ଜରିଆରେ ରାଜ୍ୟର ଝାରସୁଗୁଡାରେ ଥିବା ମହାନଦୀ କୋଲ ଫିଲ୍ଡସ ଲିମିଟେଡର ଲଖନପୁର ଠାରେ କୋଇଲାରୁ ଆମୋନିୟମ ନାଇଟ୍ରେଟ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭେଲ ଏବଂ ସିଆଇଏଲ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.