ETV Bharat / state

ଶହେରୁ ଊର୍ଦ୍ଧ୍ବ ପ୍ରକାର ବ୍ୟଞ୍ଜନରେ ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ - BYANJANA DWADASHI

କେନ୍ଦୁଝର ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ ହେଲା ଶହେରୁ ଊର୍ଦ୍ଧ୍ବ ପ୍ରକାର ବ୍ୟଞ୍ଜନ । ପ୍ରସାଦ ପାଇ ଆନନ୍ଦିତ ଭକ୍ତ ।

ବ୍ୟଞ୍ଜନ ଦ୍ଵାଦଶୀ
ବ୍ୟଞ୍ଜନ ଦ୍ଵାଦଶୀ (ETV Bharat Odisha)
author img

By ETV Bharat Odisha Team

Published : Dec 12, 2024, 10:22 PM IST

କେନ୍ଦୁଝର: ଭୋଜନ ପ୍ରିୟ କଳାଠାକୁର । ଷାଠିଏ ପଉଟିରେ ମହାପ୍ରଭୁଙ୍କ ଶରଧା । ଆଜି ବ୍ୟଞ୍ଜନ ଦ୍ବାଦଶୀରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରାଯାଇଛି ଶହେରୁ ଊର୍ଦ୍ଧ୍ବ ବ୍ୟଞ୍ଜନ । କେନ୍ଦୁଝର ସିଦ୍ଧ ଜଗନ୍ନାଥଙ୍କ ଠାରେ ଶହେରୁ ଊର୍ଦ୍ଧ୍ବ ପ୍ରକାରର ବ୍ୟଞ୍ଜନ ପରସା ଯାଇଥିବା ବେଳେ ଏହାକୁ ଗ୍ରହଣ କରି ଆପ୍ୟାୟିତ ହେଲେ ସିଦ୍ଧ ଜଗନ୍ନାଥ । 2015 ମସିହାରୁ ସିଦ୍ଧ ଜଗନ୍ନାଥଙ୍କ ଠାରେ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରାଯାଉଥିବା ବେଳେ ପ୍ରସାଦ ପାଇ ଆନନ୍ଦିତ ଭକ୍ତ ।

ମହାପ୍ରଭୁଙ୍କୁ ପରସା ଯାଏ 100ରୁ ଊର୍ଦ୍ଧ୍ବ ବ୍ୟଞ୍ଜନ:

ବ୍ୟଞ୍ଜନ ଦ୍ଵାଦଶୀ (ETV Bharat Odisha)

କେନ୍ଦୁଝର ଜିଲ୍ଲାର ସର୍ବ ପୁରାତନ ଏହି ମନ୍ଦିରରେ ଏକ ଶହରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ସିଦ୍ଧ ଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ । ବିଭିନ୍ନ କିସମର ଖେଚୁଡ଼ି, ଘାଣ୍ଟ, ଶାଗ, ଦହି ଭାତ, ଡାଲି, ତରକାରୀ, ବଡ଼ି ଆଦି ଶୁଦ୍ଧ ଘିଅରେ ପ୍ରସ୍ତୁତ କରାଯାଇଥାଏ । ଏହାସହ ବିଭିନ୍ନ ପ୍ରକାରର ମିଠା ଯେପରିକି କପୁରକେଳି, ଝିଲି, ଆରିସା, କାକରା ପିଠା ତିଆରି କରାଯାଇଥାଏ । କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ବିଭିନ୍ନ ପ୍ରକାରର ବଡ଼ି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଦ୍ବାଦଶୀ ଦିନ ମହାପ୍ରଭୁଙ୍କୁ ଫଳମୂଳ, କ୍ଷୀର କୋଳି, ବର କୋଳି, ଭୁରୁଡୁ କୋଳି ଅର୍ପଣ କରାଯିବା ସହ ଶହେରୁ ଊର୍ଦ୍ଧ୍ବ ବ୍ୟଞ୍ଜନ ଅର୍ପଣ କରାଯାଇଥାଏ । ପରେ ଏହାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।

ପ୍ରସାଦ ପାଇବାକୁ କୋଣ ଅନୁକୋଣରୁ ଛୁଟନ୍ତି ଭକ୍ତ:

ବ୍ୟଞ୍ଜନ ଦ୍ଵାଦଶୀ
ବ୍ୟଞ୍ଜନ ଦ୍ଵାଦଶୀ (ETV Bharat Odisha)

ବ୍ୟଞ୍ଜନ ଦ୍ବାଦଶୀରେ ଲାଗି ହେଉଥିବା ଏହି ପ୍ରସାଦ ପାଇବାକୁ ଚାହିଁ ବସିଥାନ୍ତି ଭକ୍ତ । ସେଥିପାଇଁ ତ ଏହି ଦିନ ସିଦ୍ଧ ଜଗନ୍ନାଥଙ୍କ ପ୍ରସାଦ ପାଇବାକୁ ଜିଲ୍ଲାରୁ କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥାଏ ।

କଣ କୁହେ କିମ୍ବଦନ୍ତୀ:

ବ୍ୟଞ୍ଜନ ଦ୍ଵାଦଶୀ
ବ୍ୟଞ୍ଜନ ଦ୍ଵାଦଶୀ (ETV Bharat Odisha)

କିମ୍ବଦନ୍ତୀ ଅନୁସାରେ, ମା’ ଯଶୋଦା ହଠାତ୍‌ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି । ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ । ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ । ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି । ସେଠୁ ଯଶୋଦା ନିଜେ ରୋଷେଇ ଘରକୁ ଯାଇ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଥିଲେ । ସେହିଭଳି ଆଜିର ଏହି ଦିନରେ ନାନାଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ବିଭିନ୍ନ ମଠ ମନ୍ଦିରରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ।

ଏହା ମଧ୍ୟ ପଢନ୍ତୁ:

ତିନି ବର୍ଷରେ ଶ୍ରୀ ଜଗନ୍ନାଥଙ୍କ ହୁଣ୍ଡିକୁ ମିଳିଛି 133 କୋଟିର ଦାନ-ଦକ୍ଷିଣା

ଶ୍ରୀମନ୍ଦିରରେ ଖୁବଶୀଘ୍ର ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ବର୍ଷକୁ ଖର୍ଚ୍ଚ ହେବ ଏତିକି କୋଟି

କେନ୍ଦୁଝର ତାରିଣୀ ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଜଳିଗଲା ଭୋଗ ଦୋକାନ

କଣ କୁହନ୍ତି ଆୟୋଜକ:

ବ୍ୟଞ୍ଜନ ଦ୍ଵାଦଶୀ
ବ୍ୟଞ୍ଜନ ଦ୍ଵାଦଶୀ (ETV Bharat Odisha)

ଏନେଇ ଆୟୋଜକ ମଧୁସୂଦନ ମିଶ୍ର କହିଛନ୍ତି, ‘ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ବ୍ୟଞ୍ଜନ ଲାଗି କରିଛୁ । ବ୍ୟଞ୍ଜନ ପ୍ରସ୍ତୁତିର କାର୍ଯ୍ୟକ୍ରମ ଦିନକୁ ଦିନ ବଢି ଚାଲିଛି । ଯେବେଠୁ ଠାକୁରଙ୍କ ବିଗ୍ରହ ପରିବର୍ତ୍ତନ ବା ନବେକଳେବର ଠାରୁ ଅର୍ଥାତ 2015ରୁ କରି ଆସୁଛୁ । ବର୍ତ୍ତମାନ ଧିରେ ଧିରେ ଜନସମାଗମ ବଢି ଚାଲିଛି । ଏଥିରେ ଆମେ ଶହେରୁ ଅଧିକ ବ୍ୟଞ୍ଜନ ଆମେ ପ୍ରସ୍ତୁତ କରିଛୁ ।’

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.