ETV Bharat / state

ବିଜେଡିରେ ମିଶିଲେ ବିଏସପି ନେତା ଦ୍ରୋଣ କୁମ୍ଭାର - BSP Leader Joins BJD

BSP Leader Joins BJD: ବଲାଙ୍ଗୀରରେ ବିଜେଡିର ମିଶ୍ରଣ ପର୍ବ । ବିଏସପି ଛାଡି ବିଜେଡିରେ ମିଶିଲେ ଦ୍ରୋଣ କୁମ୍ଭାର । ଅଧିକ ପଢନ୍ତୁ

BSP Leader Joins BJD
BSP Leader Joins BJD
author img

By ETV Bharat Odisha Team

Published : Mar 18, 2024, 2:09 PM IST

BSP Leader Joins BJD

ବଲାଙ୍ଗୀର: ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଦଳ ଡିଆଁ ରାଜନୀତି । ବହୁଜନ ସମାଜ ବାଦୀ ପାର୍ଟି ଛାଡି ବିଜେଡିରେ ସାମିଲ ହେଲେ ପୂର୍ବତନ ବଲାଙ୍ଗୀର ବିଧାୟକ ପାର୍ଥୀ ଦ୍ରୋଣ କୁମ୍ଭାର । ବଲାଙ୍ଗୀରରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ଗତକାଲି (ରବିବାର) ସେ ସାମିଲ ହୋଇଛନ୍ତି । ଦ୍ରୋଣ କୁମ୍ଭାରଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହ ଦେଓ ଓ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହ ଦେଓ ପ୍ରମୁଖ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ- ବିଜେପିରେ ମିଶିଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

ବିଜେଡିର ସାମିଲ ହେବା ପରେ ବିଏସପି ଦଳିତ ନେତା ଦ୍ରୋଣ କୁମ୍ଭାର କହିଛନ୍ତି, ''ପୂର୍ବରୁ ବିଜେଡିର ସଦସ୍ୟ ଥିଲି । କିଛି ବର୍ଷ ହେବ ବହୁଜନ ସମାଜ ପାର୍ଟିରେ ଯୋଗଦାନ କରି ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ମଧ୍ୟ ଲଢ଼ିଥିଲି । ହେଲେ ବିଜେଡିର ଲୋକାଭିମୁଖି କାର୍ଯ୍ୟରେ ମୁଁ ଅନୁପ୍ରାଣିତ ହୋଇ ପୁଣି ଦଳକୁ ଫେରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏଠିକାର ନେତା ରାଜା ପରିବାର ମୋ ପାଇଁ ସବୁ ବେଳେ ଆଦର୍ଶ ଅଟନ୍ତି । ବିଜେଡି ରାଜ୍ୟରେ ଷଷ୍ଠ ଥର ସରକାର ଗଢିବାରେ ଆମେ ସାହାଯ୍ୟ କରିବୁ । କଳିକେଶ ନାରାୟଣ ସିଂଦେଓ ମୋତେ ଦଳରେ ସାମିଲ କରିଛନ୍ତି । ସେ ମୋ ଉପରେ ବିଶ୍ବାସ କରିଥିବାରୁ ଧନ୍ୟବାଦ । ବିଏସପକୁ ଯାଇ ମୁଁ ବାଟବଣା ହୋଇଛି ବୋଲି ମନେ କରୁଥିଲି । ସେଥି ପାଇଁ ପୁଣିଥରେ ବିଜେଡି ଫେରିବାକୁ ନିଷ୍ପତ୍ତି ନେଲି । ଜିଲ୍ଲାରେ ବିଜେଡି ବହୁତ ଭଲ କାମ କରିଛି । । ''

ଏହା ମଧ୍ୟ ପଢନ୍ତୁ- ଶଙ୍ଖ ଫୁଙ୍ଖିଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା, ଶତାଧିକ କର୍ମୀ ବିଜେଡିରେ ସାମିଲ

ଅନ୍ୟପଟେ ହାଉସିଂବୋର୍ଡ ଅଧ୍ୟକ୍ଷ ତଥା ବଜେଡି ନେତା କଳିକେଶ ନାରାୟଣ ସିଂଦେଓ କହିଛନ୍ତି, '' ବିଏସପିର ନେତା ଦ୍ରୋଣ କୁମ୍ଭାର ବିଜେଡିରେ ସାମିଲ ହୋଇଛନ୍ତି । ସେ 2019ରେ ବିଏସପିର ଏମଏଲଏ ପ୍ରାର୍ଥୀ ଥିଲେ । ତାଙ୍କର ସମର୍ଥକ ମାନେ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । ଦ୍ରୋଣ କୁମ୍ଭାର ବିଜେଡିରେ ସାମିଲ ହେବା ପରେ ଦଳ ମଜବୁତ ହେବ ଏବଂ ଓଡ଼ିଶାରେ ବିଜେଡି ପୁଣି ଆଗକୁ ସଫଳତା ପାଇବ । ''

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.