ETV Bharat / state

କପି ଉପରେ କଡ଼ା ନଜର, ମାଟ୍ରିକ ପରୀକ୍ଷାରେ ବ୍ୟବହୃତ ହେବ AI କ୍ୟାମେରା - ଏଆଇ କ୍ୟାମେରା

AI powered cameras in exam Centers: ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ଲାଗି ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ AIର ସହାୟତା ନେଲା ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ (BSE) । ଅଧିକ ପଢନ୍ତୁ

Matric Exam 2024
Matric Exam 2024
author img

By ETV Bharat Odisha Team

Published : Feb 17, 2024, 6:10 PM IST

ମାଟ୍ରିକ ପରୀକ୍ଷାରେ ବ୍ୟବହୃତ ହେବ AI କ୍ୟାମେରା

କଟକ: ଦେଶର ପ୍ରଥମ ପରୀକ୍ଷା ବୋର୍ଡ ଭାବେ କୃତ୍ରିମ ବୁଦ୍ଧିମତା (AI)ର ସହାୟତା ନେଲା ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ (BSE) । ଆସନ୍ତା ୨୦ ତାରିଖଠାରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଏହି ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ AI କ୍ୟାମେରା ବ୍ୟବହାର କରିଛି ବୋର୍ଡ । ଏହି ସବୁ କ୍ୟାମେରା ଉପରେ ବୋର୍ଡ ମୁଖ୍ୟାଳୟରେ କମାଣ୍ଡ କଣ୍ଟ୍ରୋଲ ରୁମରୁ ହିଁ ନଜର ରଖାଯିବ ।

ଏହାସହ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ରରେ CCTV ଲାଇଭ ଷ୍ଟ୍ରିମିଂ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଛି । ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ୨୦ ଜଣ ଏକ୍ସପର୍ଟଙ୍କ ନଜରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ । ଯଦି କୌଣସି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ କପି କରନ୍ତି, ମୋବାଇଲ ବ୍ୟବହାର ହୁଏ, ପରୀକ୍ଷାର୍ଥୀ କଥାବାର୍ତ୍ତା ହୁଅନ୍ତି କିମ୍ବା ଅନ୍ୟ କୌଣସି ପରିସ୍ଥିତି ଉପୁଜେ ତେବେ ଏହି ଏଆଇ କ୍ୟାମେରା ମାଧ୍ୟମରେ କମାଣ୍ଡ ସିଧା ବୋର୍ଡ କମାଣ୍ଡ କଣ୍ଟ୍ରୋଲ ରୁମରେ ପହଞ୍ଚିବ । ଏହାପରେ ତର୍ଜମା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଚଳିତ ବର୍ଷ ହାଇସ୍କୁଲ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ମୋଟ ୫ ଲକ୍ଷ ୬୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିପାଇଁ ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ ସମସ୍ତ ପରୀକ୍ଷା କେନ୍ଦ୍ରକୁ OMR ସିଟ ଓ ପ୍ରଶ୍ନପତ୍ର ପଠା ସରିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ । ୮ଟା ୩୦ ମିନିଟରେ ଓଏମଆର ସିଟ୍ ଏବଂ ୮ଟା ୪୫ ମିନିଟରେ ପ୍ରଶ୍ନ-ଉତ୍ତର ପୁସ୍ତିକା ବଣ୍ଟନ କରାଯିବ । ୮ଟା ୪୫ ମିନିଟରୁ ୯ଟା ମଧ୍ୟରେ ପରୀକ୍ଷାର୍ଥୀମାନେ ଓଏମଆର ସିଟ୍‌ର ପ୍ରଥମ ପୃଷ୍ଠା ଭରିବେ । ନିରୀକ୍ଷକମାନେ ଉପସ୍ଥିତ ଏବଂ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ତଥ୍ୟ ଦେବେ ।

ଏହା ବି ପଢନ୍ତୁ- ୨୦ରୁ ମାଟ୍ରିକ ପରୀକ୍ଷା: ବୋର୍ଡର ଚରମବାଣୀ, 'କପି ହେଲେ ପ୍ରଧାନ ଶିକ୍ଷକ ଦାୟୀ'

ଏମଟିଏଚ୍ ଲାଗି ୧୦ଟା ୧୫ ମିନିଟରୁ ୧୧ଟା ୧୫ ମିନିଟ ପର୍ଯ୍ୟନ୍ତ ସମୟ ମିଳିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ ୨୦ ତାରିଖରେ ପ୍ରଥମ ଭାଷ, ୨୩ରେ ଦ୍ବିତୀୟ ଭାଷା, ୨୬ରେ ଗଣିତ, ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୨ରେ ସାଧାରଣ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ଚଳିତବର୍ଷ ୨୯୯୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ । SOSCରେ ୫୫ଟି କେନ୍ଦ୍ରରେ ୭ ହଜାର ୮ ଶହ ୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ମଧ୍ୟମାରେ ୧୦୭ ଟି କେନ୍ଦ୍ରରେ ୩ ହଜାର ୩୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ମାର୍ଚ୍ଚ ୧୫ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ।

ନୂଆ ଢାଞ୍ଚାରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ:- ସବୁଠାରୁ ବଡ଼ କଥା ହେଉଛି ଚଳିତ ବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । କୋଭିଡ ପାଇଁ ପୂର୍ବରୁ ପରୀକ୍ଷାର୍ଥୀମାନେ ଦୁଇ ଥର ପରୀକ୍ଷା ଦେଇଥିଲେ । ସବଜେକ୍ଟିଭରେ ୩୦ ମାର୍କର ପରୀକ୍ଷା ଦେଉଥିଲେ । ମାତ୍ର ଏହି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏଥର ପରୀକ୍ଷାର୍ଥୀମାନେ ୧୦୦ ମାର୍କ ବିଶିଷ୍ଟ ପରୀକ୍ଷା ଦେବେ । ସବଜେକ୍ଟିଭରେ ୫୦ ମାର୍କ ଏବଂ ଅବଜେକ୍ଟଭରେ ୫୦ ମାର୍କର ପରୀକ୍ଷା ଦେବେ । ବାର୍ଷିକ ପରୀକ୍ଷାରେ ଯେଉଁ ୧୦୦ ମାର୍କର ପରୀକ୍ଷା ଦେବେ, ସେଥିରୁ ୮୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ଅର୍ଥାତ ୧୦୦ ମାର୍କରୁ ୮୦ ପ୍ରତିଶତ ଓଏଟେଜ ଏବଂ ଇଣ୍ଟରନାଲ ଓ ଆସ୍ପେରେଶନାଲ କମ୍ପୋନେଟରୁ ୨୦ ପ୍ରତିଶତ ଓଏଟେଜରେ ମୂଲ୍ୟାୟନ କରାଯିବ । ପରୀକ୍ଷା ଶେଷ ହେବା ପରେ ମାର୍ଚ୍ଚ ୧୫ରୁ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ୧୨ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.