ETV Bharat / state

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ, ଜାଣନ୍ତୁ କେମିତି ଜାଣିବେ ରେଜଲ୍ଟ - Matric Supplementary Exam Result

author img

By ETV Bharat Odisha Team

Published : Aug 23, 2024, 4:49 PM IST

Matric Supplementary Exam Result Release: ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । କେମିତି ଜାଣିବେ ରେଜଲ୍ଟ । ଜାଣିବା ପାଇଁ ପଢ଼ନ୍ତୁ

Matric Supplementary Exam Result
Matric Supplementary Exam Result (ETV Bharat Odisha)

କଟକ: ପ୍ରକାଶ ପାଇଲା ଦଶମ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଉଭୟ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ସମୁଦାୟ ୭୯୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପାସ ହାର ୫୫.୪ ପ୍ରତିଶତ ରହିଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ମୋଟ ୧୬ ହଜାର ୯୦୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯ ହଜାର ୪ ଶହ ୩୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଯାହାର ପାସ ହାର ୫୫.୮୭ ପ୍ରତିଶତ ରହିଛି ।

କେମିତି ଜାଣିବେ ରାଜଲ୍ଟ:

ତେବେ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଜାଣିବା ପାଇଁ ବୋର୍ଡ ପକ୍ଷରୁ ଏକ ୱେବ ସାଇଟର ସୂଚନା ଦିଆଯାଇଛି । www. bseodisha. ac. in ଲିଙ୍କରେ ରେଜଲ୍ଟ ଦେଖି ପାରିବେ ଛାତ୍ରଛାତ୍ରୀ । ଅପରାହ୍ନ ୪ଟା ପର ଠାରୁ ଏହି ୱେବସାଇଟରେ ରେଜଲ୍ଟ ଉପଲବ୍ଧ ଥିବା ବେଳେ ୱେବସାଇଟରେ ନିଜର ରୋଲ ନମ୍ବର ମାଧ୍ୟମରେ ନିଜ ନିଜ ରେଜଲ୍ଟ ଜାଣିପାରିବେ । ଯଦି କୌଣସି ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରନ୍ତି, ତେବେ ସେମାନେ ମଧ୍ୟ ରିଚେକିଂ ପାଇଁ ଆବେଦନ କରିପାରିବେ । ଏହି ସୁବିଧା ଆସନ୍ତା ୨୭ ତାରିଖରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

କେତେ ପିଲା ଦେଇଥିଲେ ପରୀକ୍ଷା:

ଗତ ଜୁଲାଇ ୨୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୩୧ରେ ଶେଷ ହୋଇଥିଲା । ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଚଳିତ ବର୍ଷ ୯୭୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିନଥିଲେ । ରାଜ୍ୟରେ ୮୩ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା । ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ମୋଟ ୧୨୧ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏଥିରେ ୨୪ ହଜାର ୫୨୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଆବେଦନ କରିଥିଲେ । ତେବେ ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିବା ବେଳେ ୫ ଲକ୍ଷ ୩୦ ହଜାର ୧୫୩ଜଣ ପାସ୍ କରିଥିଲେ । ଝିଅଙ୍କ ପାସ୍ ହାର 96.73 ପ୍ରତିଶତ ରହିଥିବା ବେଳେ ଓ ପୁଅଙ୍କ ପାସ୍‌ ହାର 95.39 ପ୍ରତିଶତ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ଓଡିଶା ନିଟ୍‌ କାଉନସିଲିଂ-2024: ପଞ୍ଜୀକରଣ ଆରମ୍ଭ, 18ରେ ପ୍ରୋଭିଜିନାଲ ମେରିଟ୍‌ ଲିଷ୍ଟ - NEET Counselling Registration

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.