ETV Bharat / state

ସରିଲା ମାଟ୍ରିକ ପରୀକ୍ଷା, ସଂସ୍କାର ସତ୍ତ୍ବେ ଛାଡିନି ପ୍ରଶ୍ନପତ୍ର ଭାଇରାଲ ବିବାଦ

Matric Examination Ends Today: ଆଜି ସରିଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । AI ସହାୟତା ସତ୍ତ୍ବେ ବିଭିନ୍ନ ବିଷୟର ପ୍ରଶ୍ନପତ୍ର ଭାଇରାଲ ହେବା ବୋର୍ଡ ପାଇଁ ସମସ୍ୟା ସୃଷ୍ଟି କରିଥିଲା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 4, 2024, 5:24 PM IST

ସରିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ସଂସ୍କାର ସତ୍ତ୍ବେ ଛାଡିନି ପ୍ରଶ୍ନପତ୍ର ଭାଇରାଲ ବିବାଦ

କଟକ: ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଶାନ୍ତି ଶୃଙ୍ଖଳାର ଶେଷ ହୋଇଛି । ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇ ଶେଷ ହୋଇଥିଲା । ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଓ ଖୁସି ପରିଲକ୍ଷିତ ହୋଇଥିଲା । ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଅର୍ଥାତ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ତେବେ ଆଗକୁ ଭବିଷ୍ୟତରେ ନିଜ କ୍ୟାରିଅର ପ୍ରତି ଧ୍ୟାନ ଦେଇ ଜଣେ ସଫଳ ବ୍ୟକ୍ତିତ୍ବ ହେବା ପାଇଁ ଲକ୍ଷ୍ୟ ରଖିଥିବା କଥା ଛାତ୍ରଛାତ୍ରୀ ମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଚଳିତ ମାଟ୍ରିକ ପରୀକ୍ଷାରେ ଅନେକ ସଂସ୍କାର ଆସିଥିବା ବେଳେ ବିବାଦ ମଧ୍ୟ ପିଛା ଛାଡି ନଥିଲା । ଦେଶର ପ୍ରଥମ ବୋର୍ଡ ପରୀକ୍ଷାରେ କୃତ୍ରିମ ବୁଦ୍ଧିମତା (AI)ର ସହାୟତା ନେଇଥିଲା ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ (BSE) । AI ପାଇଁ ଧାର୍ଯ୍ୟ ହୋଇଥିଲା ୮ଟି ପାରାମିଟର ଯାହା ଫଳରେ ଯଦି କୌଣସି କେନ୍ଦ୍ରରେ ନିୟମ ଉଲ୍ଲଘଂନ ହୁଏ ତେବେ ବୋର୍ଡ ଜାଣିପାରିବ । ଯେପରିକି, ପରୀକ୍ଷା କେନ୍ଦ୍ରଗୁଡିକର ଫାଟକ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ବାରମ୍ବାର ଚଳପ୍ରଚଳ ହେଲେ AI ଠାବ କରିବ । ପରୀକ୍ଷା କେନ୍ଦ୍ର ଭିତରେ ଡେସ୍କ ଓ ବେଞ୍ଚ ବ୍ୟବସ୍ଥିତ ନଥିଲେ କିମ୍ବା କେନ୍ଦ୍ରରେ ଲାଗିଥିବା ସିସିଟିଭି ଟାମ୍ପର ଓ ଅଫଲାଇନ ହେଲେ ଧରିବ AI ।

ଏହା ମଧ୍ୟ ପଢନ୍ତୁ... ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ, କ'ଣ କହୁଛନ୍ତି ଶିକ୍ଷାବିତ୍ ? ଶୁଣନ୍ତୁ

ଯଦି ଇନଭିଜିଲେଟର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ପରୀକ୍ଷା ହଲରେ ନ ବୁଲନ୍ତି, ଅର୍ଥାତ ଗୋଟିଏ ସ୍ଥାନରେ ବସି ରୁହନ୍ତି ତାହାହେଲେ AI ମାଧ୍ୟମରେ ଏହା ଜଣାପଡିଯିବ ।ପ୍ରଶ୍ନପତ୍ର ଖୋଲିବା ସମୟରେ ରୁମରେ ଧାର୍ଯ୍ୟ ଲୋକଙ୍କ ଠାରୁ ଅଧିକ ଲୋକ ରହିଲେ ଧରିବ AI । ପରୀକ୍ଷା ହଲ ଭିତରେ ବିଶୃଙ୍ଖଳା ହେଲେ ଅର୍ଥାତ ଗଣ୍ଡଗୋଳ, ଭିଡ଼ ଆଦି ହେଲେ AI ଜରିଆରେ ଜଣାପଡିବ । ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ମଧ୍ୟ ଧରିବ AI । ଦୀର୍ଘ ସମୟ ଧରି ସିସିଟିଭି ଅକାମି ରହିଲେ AI ଠାବ କରିବ । ଏଥିପାଇଁ ସାଇରନ ବାଜିବ ଯାହାକି ବୋର୍ଡ କର୍ତ୍ତୃପକ୍ଷ ବୋର୍ଡ କାର୍ଯ୍ୟାଳୟରେ ବସି ସୂଚନା ପାଇବେ । AI ବ୍ୟତିକ୍ରମକୁ ଚିହ୍ନଟ କରି କଣ୍ଟ୍ରୋଲ ରୁମକୁ ଆଲର୍ଟ ଦେବା ।

କିନ୍ତୁ ଏତେ ସାବଧାନତା ଥିବା ସତ୍ତ୍ବେ ଦ୍ବିତୀୟ ଦିନ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଇଂରାଜୀ ବିଷୟର ପ୍ରଶ୍ନପତ୍ର ଭାଇରାଇ ହୋଇଥିଲା । ଏହାପରେ ଗଣିତ, ସଂସ୍କୃତ ବା ହିନ୍ଦୀ ବିଷୟରେ ସବଜେକ୍ଟିଭ ପ୍ରଶ୍ନପତ୍ର ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିଥିଲା । ଏ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ ଅଭିଯୋଗକୁ ସିଧାସଳଖ ଖାରଜ କରିଥିଲେ । ସୂଚନାଯୋଗ୍ୟ ଯେ ଚଳିତବର୍ଷ ୨୯୯୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । SOSCରେ ୫୫ଟି କେନ୍ଦ୍ରରେ ୭ ହଜାର ୮ ଶହ ୩୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେହିଭଳି ମଧ୍ୟମାରେ ୧୦୭ଟି କେନ୍ଦ୍ରରେ ୩ ହଜାର ୩୭ ଜଣ ପରୀକ୍ଷାର୍ଥୀ ଦେଇଛନ୍ତି ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୫ରୁ ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡ ସୂଚନା ଦେଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.