ETV Bharat / state

ଜେଲରୁ ଚାଲୁଛି ଡ୍ରଗ ବ୍ୟବସାୟ, ଖବର ପାଇ ଜବତ କଲା ଖୋର୍ଦ୍ଧା ପୋଲିସ

author img

By ETV Bharat Odisha Team

Published : Feb 20, 2024, 7:11 PM IST

Brown Sugar Business operated by Prisoner In Khordha: ଜେଲ ଭିତରୁ କଣ୍ଟ୍ରୋଲ ହେଉଛି ବ୍ରାଉନସୁଗାର ବ୍ୟବସାୟ । ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ଜେଲ ଭିତରୁ ଏକ ମୋବାଇଲ ଫୋନ ଜବତ କରିବା ପରେ ଖୋଲୁଛି ଗୁମର । ଅଧିକ ପଢ଼ନ୍ତୁ,

ଜେଲ ଭିତରୁ କଣ୍ଟ୍ରୋଲ ହେଉଛି ବ୍ରାଉନସୁଗାର ବ୍ୟବସାୟ

ଖୋର୍ଦ୍ଧା: ଜେଲ ଭିତରୁ କଣ୍ଟ୍ରୋଲ ହେଉଛି ବ୍ରାଉନସୁଗାର ବ୍ୟବସାୟ । ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ଜେଲ ଭିତରୁ ଏକ ମୋବାଇଲ ଫୋନ ମିଳିବା ପରେ ଖୋଲୁଛି ଗୁମର। ସେହି ଫୋନ ସାହାଯ୍ୟରେ ଖୋର୍ଦ୍ଧା ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରୁ ବ୍ରାଉନସୁଗାର ମାଫିଆଙ୍କୁ ଗିରଫ କରିଛି ପୋଲିସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଏହାର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଗତକାଲି (ସୋମବାର) ଜବତ ମୋବାଇଲରୁ ବ୍ରାଉନସୁଗାର ଡିଲ ସମ୍ପର୍କରେ ପୋଲିସ ଖବର ପାାଇଥିଲା । ପରେ ଖୋର୍ଦ୍ଧାର ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରେ ଚଢ଼ାଉ କରି 262 ଗ୍ରାମ ବ୍ରାଉନସୁଗାର, ଗୋଟିଏ ଧଳା ରଙ୍ଗର ସ୍କର୍ପିଓ, 6ଟି ମୋବାଇଲ ଫୋନ ସାଙ୍ଗକୁ ଜଣେ ଯୁବତୀ ଏବଂ 6 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଲକ୍ଷ୍ମୀଧର ସାହୁ, ଏସକେ ଜାଫର, ଅଭିଜିତ ସାମନ୍ତରାୟ, ସୁରଜ ଦଳବେହେରା, ତାପସ କୁମାର ସ୍ୱାଇଁ ଏବଂ ସସ୍ମିତା ପ୍ରଧାନ । ତେବେ ଏଠାରେ ବ୍ରାଉନସୁଗାର ଜବତ ଠାରୁ ଅଧିକ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି ଯେ, କଡା ସୁରକ୍ଷା ଭିତରେ ଜାମରକୁ ଭେଦକରି ଜେଲରେ ଥିବା ଅପରାଧୀଙ୍କ ପାଖକୁ ମୋବାଇଲ ଗଲା କେମିତି । ଜବତ ମୋବାଇଲର ସିଡ଼ିଆର ମଗାଯାଇ ଆବଶ୍ୟକ ପଡିଲେ ଅପରାଧୀକୁ ରିମାଣ୍ଡରେ ଅଣାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ବାଲେଶ୍ବରରୁ ଧଳାଜହର ଜବତ, ମହିଳା ଗିରଫ

ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବ୍ରାଉନସୁଗାର ଜବତ ଘଟଣା ବୃଦ୍ଧି ପାଉଛି । ଖୋର୍ଦ୍ଧା ଏସପିଙ୍କ ସୂଚନା ଅନୁଯାୟୀ 2020 ମସିହାରେ ପୋଲିସ 18ଟି ବ୍ରାଉନ ସୁଗାର ମାମଲାରେ 200 ଗ୍ରାମ ଧଳା ଜହର ଜବତ କରିଥିଲା । 2021ରେ 21ଟି ମାମଲାରେ 500 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ,ସେହିପରି 2022ରେ 37ଟି ମାମଲାରେ 6 କିଲୋ ଏବଂ 2023ରେ 33ଟି ବ୍ରାଉନସୁଗାର ମାମଲା ହୋଇ 2 କିଲୋ ଧଳାଜହର ଜବତ ହୋଇଛି । ବିଶେଷକରି କଲିକତାରୁ ଭାୟା ବାଲେଶ୍ଵର ହୋଇ ଖୋର୍ଦ୍ଧାରେ ପହଞ୍ଚୁଛି ଧଳାଜହର ଏବଂ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଣ ହେଉଛି । ପୋଲିସ ପ୍ରଶାସନ ଓ ଅବାକାରୀ ବିଭାଗର ବାରମ୍ବାର ଚଢାଉ ସତ୍ୱେ ମଧ୍ୟ ମାଫିଆ ଏହାର ବ୍ୟବସାୟ ରୋକୁ ନଥିବା ଦେଖିବାକୁ ମିଳୁଛି। ଯୁବପିଢୀ ଠାରୁ ଆରମ୍ଭ କରି ମହିଳା ଓ ଯୁବତୀମାନେ ମଧ୍ୟ ଏହି କାରବାରରେ ସଂପୃକ୍ତ ରହୁଥିବା ଦେଖିବାକୁ ମିଳୁଛି । ବିଶେଷ କରି କଲେଜ ଛାତ୍ରଛାତ୍ରୀମାନେ ଅଧିକ ଟଙ୍କା ରୋଜଗାର ଆଶାରେ ଏହି ବେପାରରେ ଲାଗିପଡ଼ିଛନ୍ତି । ଯାହାକୁ ନେଇ ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳବାସୀ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.