ETV Bharat / state

ସମ୍ପର୍କରେ ରକ୍ତର ଛିଟା, ବଡ ଭାଇର ଜୀବନ ନେଲା ସାନ ଭାଇ

author img

By ETV Bharat Odisha Team

Published : Feb 3, 2024, 12:30 PM IST

Balangir Crime: ବଲାଙ୍ଗୀରରେ ଜଘନ୍ୟ ହତ୍ୟାକାଣ୍ଡ । ବଡ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ । ଅଧିକ ପଢନ୍ତୁ

ବଲାଙ୍ଗୀରରେ ଜଘନ୍ୟ ହତ୍ୟାକାଣ୍ଡ
brother killed his elder brother
ସମ୍ପର୍କରେ ରକ୍ତର ଛିଟା

ବଲାଙ୍ଗୀର: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭାଇ ସାଜିଲା ଭଗାରୀ । ନିଜ ଭାଇର ଜୀବନ ନେବାକୁ ପଛାଇଲା ନାହିଁ ଭାଇ । ବଡ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗୀର ସଇଁତଳା ବ୍ଲକ ଅନ୍ତର୍ଗତ ମହଗା ଗାଁରେ । ମୃତକ ଜଣଙ୍କ ହେଉଛନ୍ତି ବେଲାର ରଣା । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସୁନାଧର ରଣା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ଏହା ପଛର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଅଭିଯୁକ୍ତ ଜଣଙ୍କ ଫେରାର ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ବେଲାର ରଣା ଶୁକ୍ରବାର ମହଗା ଗ୍ରାମରେ ଥିବା ନିଜର କୁକୁଡ଼ା ଦୋକାନରେ ବସିଥିଲେ । ଏହି ସମୟରେ ତାଙ୍କ ଭାଇ ସୁନାଧର ରଣା ହଠାତ୍‌ ଦୋକାନରେ ପହଞ୍ଚି କେହି କିଛି ବୁଝିବା ଆଗରୁ ଟାଙ୍ଗିଆରେ ଅତର୍କିତ ଭାବରେ ବେଲାରଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ବଡ ଭାଇର ମୃତ୍ୟୁ ହେବା ପରେ ଅଭିଯୁକ୍ତ ସାନ ଭାଇ ଫେରାର ହୋଇଯାଇଥିଲା । ସେପଟେ ସଇଁତଳା ପୋଲିସ ଏନେଇ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ପଠାଇଛି ପୋଲିସ । ଅନ୍ୟପଟେ ଅଭିଯୁକ୍ତ ସୁନାଧର ରଣା ପୋଲିସକୁ ଧରିବା ପାଇଁ ତନାଘନା ଜାରି ରଖିଛି । ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି । ଅଭିଯୁକ୍ତ ସୁନାଧର ରଣା ପୂର୍ବରୁ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ ଯାଇଥିଲା । ଏବେ ଜେଲରୁ ଜାମିନରେ ଆସି ହତ୍ୟାକାଣ୍ଡ ଭିଆଇ ଥିବାର ତାଙ୍କ ସମ୍ପର୍କୀୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ତ୍ରିକୋଣୀୟ ପ୍ରେମର କରୁଣ ପରିଣତି; ପ୍ରେମିକା-ସହକର୍ମୀଙ୍କ ଜୀବନ ନେଲେ ଶିକ୍ଷକ

ଜାନୁଆରୀ 22 ତାରିଖରେ ଆଗଲପୁର ବ୍ଲକ ଅନ୍ତର୍ଗତ କୁଦୋପାଲିରେ ଅଭାବନୀୟ ଘଟଣା ଘଟିଥିଲା । ଗାଁ ପାଖ କ୍ଷେତ ନିକଟରେ ଥିବା ଗଛରେ ସ୍ୱାମୀଙ୍କ ଝୁଲନ୍ତା ଓ ଗଛ ମୂଳେ ସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ନିଜ ଜୀବନ ହାରିଥିବା ସନ୍ଦେହ କରାଯାଉଥିଲା । ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ତେବେ ପାରିବାରିକ କଳହ ଯୋଗୁ ଏଭଳି ଘଟିଥିବା ଅନୁମାନ କରାଯାଉଥିଲା । ଏହି ଘଟଣାର ସତ୍ୟାସତ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.