ETV Bharat / state

ହକି ଦଳ ଉପରେ ଅର୍ଥ ବର୍ଷା: ଅମିତଙ୍କୁ 4 କୋଟି, ପ୍ରତ୍ୟେକ ଖେଳାଳିଙ୍କୁ 15 ଲକ୍ଷ, ଓଡିଶା ଆସିବାକୁ ଆମନ୍ତ୍ରଣ କଲେ ମୋହନ, କଥା ହେଲେ ନବୀନ - Odisha Announce Cash Award Hockey - ODISHA ANNOUNCE CASH AWARD HOCKEY

Odisha Announce Cash Prize For Men's Hockey Team: ଅଲମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ପୁରୁଷ ଦଳରେ ଥିବା ଓଡ଼ିଆ ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପୁରସ୍କାର ବର୍ଷା କରିଛନ୍ତି ରାଜ୍ୟ ସରକାର । ସେପଟେ ଖେଳାଳି ସହ କଥା ହେଲେ ନବୀନ ।

Paris 2024 Olympics
Paris 2024 Olympics (ETV Bharat Odisha)
author img

By ETV Bharat Sports Team

Published : Aug 8, 2024, 10:28 PM IST

Updated : Aug 8, 2024, 10:56 PM IST

ଭୁବନେଶ୍ବର: ଅଲମ୍ପିକରେ ବ୍ରୋଞ୍ଜ ବିଜେତା ଭାରତୀୟ ପୁରୁଷ ଦଳ ପାଇଁ ଆର୍ଥିକ ପୁରସ୍କାର ରାଶି ଘୋଷଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡିଆ ହକି ଖେଳାଳି ପାଇଁ ଅର୍ଥ ରାଶି ବର୍ଷା କରିଛନ୍ତି ମୋହନ ସରକାର । ଅମିତଙ୍କ ପାଇଁ 4 କୋଟି ଟଙ୍କା ଘୋଷଣା କରିଥିବା ବେଳେ ପ୍ରତ୍ୟେକ ଖେଳାଳି ପାଇଁ 15 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

Odisha Govt Cash Award (ETV Bharat Odisha)

ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର:

ଅମିତଙ୍କୁ ମିଳିବ 4 କୋଟି ଟଙ୍କା । ପ୍ରତ୍ୟେକ ଖେଳାଳିଙ୍କୁ 15 ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ 10 ଲକ୍ଷ ଆର୍ଥିକ ପୁରସ୍କାର । ବ୍ରୋଞ୍ଜ ବିଜେତା ଭାରତୀୟ ହକି ଟିମ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଓଡିଶା ଆସିବାକୁ କଲେ ଆମନ୍ତ୍ରଣ । ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା ।

Odisha Govt Cash Award

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ପ୍ୟାରିସ ଅଲମ୍ପିକରେ ସ୍ପେନ ବିରୋଧରେ ଚମକପ୍ରଦ ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ । ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଉଛି । ଦଳର ଅଧିନାୟକ ହରମପ୍ରୀତ ସିଂ, ପ୍ରଶିକ୍ଷଣ ଗ୍ରେଗ ଫାଲଟନ, ସମସ୍ତ ଖେଳାଳି, ସହାୟକଙ୍କୁ ମୁଁ ଅଭିନନ୍ଦନ ଜଣାଇଛି । ମୁଁ ସେମାନଙ୍କ ସହ କଥା ମଧ୍ୟ ହୋଇଛି । ଏହି ବ୍ରୋଞ୍ଜ ପଦକ ବର୍ଷ ବର୍ଷ ଧରି ଆମର ହକି ପ୍ରତି ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ । ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ ।"

'ହୃଦୟରେ ହକି ଖେଳାଳିଙ୍କ ସ୍ବତନ୍ତ୍ର ସ୍ଥାନ'

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି," ହକି ଖେଳାଳିମାନେ ଆମ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ସେମାନଙ୍କ ଶୀଘ୍ର ଓଡିଶା ଆସିବାକୁ ନିମନ୍ତ୍ରଣ କରିଛି । ଓଡ଼ିଆ ପୁଅ ଅମିତ ରୋହି ଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା । ଭାରତୀୟ ହକି ଦଳ ନିଜର କ୍ରୀଡାବିତ ତଥା ଯୁବ ବର୍ଗଙ୍କୁ ଅନୁପ୍ରାଣିତ କରିଛନ୍ତି । ମୁଁ ପ୍ରତ୍ୟେକ ଖେଳାଳୀଙ୍କୁ 15 ଲକ୍ଷ ଓ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ 10 ଲକ୍ଷ ଆର୍ଥିକ ପୁରସ୍କାର ଘୋଷଣା କରୁଛି । ଓଡ଼ିଆ ଖେଳାଳୀ ଅମିତ ରୋହି ଦାସଙ୍କୁ 4 କୋଟି ଟଙ୍କାର ସ୍ୱତନ୍ତ୍ର ପୁରସ୍କାର ମଧ୍ୟ ଘୋଷଣା କରୁଛି । ଓଡ଼ିଶାର ଅସଂଖ୍ୟ କ୍ରୀଡ଼ାବିତଙ୍କୁ ଏହି ସଫଳତା ପ୍ରେରଣା ଯୋଗାଇବ ।"

ଲୋକସେବା ଭବନରେ କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଅନୁପମ ସାହା ମଧ୍ୟ ଉପସ୍ଥିତ ଥିଲେ ।

ନବୀନ ଜଣାଇଲେ ଶୁଭେଚ୍ଛା:

ସେପଟେ ହକିରେ ବ୍ରୋଞ୍ଜ ପଦକ ହାସଲ କରିବା ପରେ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ ମାଧ୍ୟମରେ ଖେଳାଳି ସହ କଥା ହୋଇଛନ୍ତି ନବୀନ । ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 8, 2024, 10:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.