ETV Bharat / state

ଆଧୁନିକତାର ସ୍ପର୍ଶରେ ଲୁପ୍ତ ହେଉଛି କୌଳିକ ବୃତ୍ତି, ସଙ୍କଟରେ କଂସାରୀ କାରିଗର

Brass Artisan seeks Help: ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସାରୀ ମାନଙ୍କର ଶିଳ୍ପ । ବରଗଡ଼ର କଣ୍ଟାପାଳିରେ 80 ପ୍ରତିଶତ ଲୋକ କଂସା କାରିଗରୀ କରୁଥିଲେ ହେଲେ ଏବେ ଗ୍ରାମରେ ମାତ୍ର କିଛି ହାତଗଣତି କଂସା କାରିଗର ରହିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 9, 2024, 8:22 PM IST

ଦୁର୍ଦ୍ଦିନରେ କଂସାରୀ କାରିଗର
ଦୁର୍ଦ୍ଦିନରେ କଂସାରୀ କାରିଗର
ଦୁର୍ଦ୍ଦିନରେ କଂସାରୀ କାରିଗର

ବରଗଡ଼: ଧିରେ ଧିରେ ଲୋପ ପାଇବାକୁ ବସିଲାଣି କଂସାରୀ ମାନଙ୍କର ଶିଳ୍ପ । କଂସାଶାଳରୁ ଆଉ ଶୁଭୁନି ଠକ୍‌ ଠାକ୍‌ ଶବ୍ଦ । ନିଆଁ ଧାସରେ ସନ୍ତୁଳି ହୋଇ କଂସାକୁ ପିଟିପିଟି ଜୀବନ୍ତର ସ୍ପର୍ଶ ଦେଉଥିବା କଂସାରୀ ଧିରେ ଧିରେ କାମରୁ ମୁହଁ ଫେରୁଛନ୍ତି । ଅନ୍ୟପଟରେ କଂସା, ପିତ୍ତଳର ଦରଦାମ ବୃଦ୍ଧି ସାଙ୍ଗକୁ ଫାଇବର ପ୍ଲାଷ୍ଟିକ ଓ ଷ୍ଟିଲର ଚାହିଦା ବୃଦ୍ଧି କଂସା କାରିଗରଙ୍କ ପେଟରେ ଲାତ ମାରିଛି । ଦିନେ ଭଲ ରୋଜଗାର କରୁଥିବା କଂସା କାରିଗର, ଏବେ ନିଜ ପରିବାର ପରିପୋଷଣ କରିବା ପାଇଁ ଅସହାୟ ହୋଇପଡ଼ିଛି । ଫଳରେ କାରିଗର ମାନେ ଆଜି ନିଜର କୌଳିକ ବୃତ୍ତି ଛାଡି ଅନ୍ୟତ୍ର ଦାଦନ ଖଟିବାକୁ ଯାଉଛନ୍ତି । ସମୟ ଥିଲା ଯେବେ ବରଗଡ଼ର କଣ୍ଟାପାଳିରେ 80 ପ୍ରତିଶତ ଲୋକ କଂସା କାରିଗରୀ କାମ କରୁଥିଲେ ହେଲେ ଏବେ ଗ୍ରାମରେ ମାତ୍ର କିଛି ହାତଗଣତି କଂସା କାରିଗର ରହିଛନ୍ତି ।

ବରଗଡ଼ ଜିଲ୍ଲାର କଟାପାଲି ଓ ଟୁକୁରା ଗାଁରେ ରହନ୍ତି ୫ଶହ କଂସାରୀ ପରିବାର । ବର୍ତ୍ତମାନ ଅଳ୍ପ କିଛି ପରିବାର ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ଏବଂ କଂସା କାରବାର ଜାରି ରଖିଛନ୍ତି । ଲୋକେ ଏବେ କେବଳ ବିବାହ, ବ୍ରତ ଅବା କୌଣସି କାର୍ଯ୍ୟ ପାଇଁ କଂସାବାସନ କିଣୁଛନ୍ତି । ଫଳରେ ଏଥିରୁ ପେଟ ପୋଷୁଥିବା କାରିଗର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ତେବେ କାରିଗର ମାନେ ପ୍ରତିଦିନ ଭୋର ୪ ଟାରୁ ଉଠି ସେମାନେ କଂସାର ପ୍ଲେଟ, ଥାଳି, ଘଚା, ବେଲା ଓ ପରାତ ଥାଳି ଆଦି ତିଆରିରେ ଲାଗିପଡ଼ନ୍ତି । ଏଥିପାଇଁ ଆବଶ୍ୟକ କଞ୍ଚାମାଲକୁ କୋଇଲା ଭାଟିର ଉଚ୍ଚ ତାପମାତ୍ରରେ ତରଳାଇବା ପରେ ସେସବୁକୁ ବିଭିନ୍ନ ପ୍ରକାର ଛାଞ୍ଚରେ ଢ଼ଳା ଯାଇ କଂସାବାସନ ସବୁ ତିଆରି କରାଯାଇଥାଏ । ମେସିନ ତିଆରି କଂସା ବାସନ ଓ କଞ୍ଚାମାଲର ଦର ବୃଦ୍ଧି ଯୋଗୁ ଧିରେ ଧିରେ ହାତ ତିଆରି କଂସା ସାମଗ୍ରୀର ଚାହିଦା ହ୍ରାସପାଇବାରେ ଲାଗିଛି । ଏପରିକି ଲୋକେ ଏବେ କେବଳ ବିବାହ, ବ୍ରତ ଅବା କୌଣସି କାର୍ଯ୍ୟ ପାଇଁ କଂସାବାସନ କିଣୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ, ଖଣି ଅଞ୍ଚଳ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ପାଇଁ ବାଟ ଦେଖାଇଲା ଯୋଜନା

କଥାରେ ଅଛି କଂସା ବାସନ ଅଧେ ଧନ, ଯେକୌଣସି ସମୟରେ ମଧ୍ୟରେ ତାହାର ମୂଲ୍ୟ ରହିଛି । ତଥାପି ମଧ୍ୟ ଷ୍ଟିଲର ବ୍ୟବହାର ଯୋଗୁ କଂସା ବାସନର ଚାହିଦା ହ୍ରାସ ପାଇବାରେ ଲାଗିଛି । ସରକାର କଂସା କାରିଗର ମାନଙ୍କୁ କେବଳ ପରିଚୟ ପତ୍ରଟିଏ ପ୍ରଦାନ କରି ନିଜ ଦାୟିତ୍ୱ ସମ୍ପନ୍ନ କରିଦେଇଛନ୍ତି । କଂସା ସାମଗ୍ରୀ ବିକ୍ରି ଲାଗି ଉପଯୁକ୍ତ ବଜାରଟିଏ ମଧ୍ୟ ସୃଷ୍ଟି ହୋଇପାରି ନାହିଁ । ବିଭିନ୍ନ ପ୍ରକାର ହାତ ତିଆରି ଜିନିଷ ଓ ହସ୍ତଶୀଳ୍ପର ବିକ୍ରି ଓ ପ୍ରଚାର ପ୍ରସାର ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଓରମାସ୍ ପରି କେତେକ ଜରିଆରେ ବିଶେଷ ଆଗ୍ରହ ରଖୁଥିବା ବେଳେ କଂସାରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି ଲାଗି କୌଣସି ଆଗ୍ରହ ପ୍ରକାଶ କରୁନାହାନ୍ତି । ଅନ୍ୟ ଶିଳ୍ପ ପରି କଂସାରୀ ଶିଳ୍ପର ବିଭିନ୍ନ ଯନ୍ତ୍ରପାତି ଏବଂ କଞ୍ଚାମାଲ ରିହାତି ମୂଲ୍ୟରେ ଯୋଗେଇଦେବା ସହିତ ସ୍ଵତନ୍ତ୍ର ବଜାର ସୃଷ୍ଟି କରାଗଲେ କଂସାରୀକୁଳ ଉପକୃତ ହେବେ ବୋଲି କାରିଗର କହିଛନ୍ତି ।

ସେମାନେ କହିଛନ୍ତି, ‘‘ଆମେ ଅଳ୍ପ କେତେକ କାରିଗର ଆମ କୌଳିକ ବୃତ୍ତି କଂସା କରୁଛୁ । ଧିରେ ଧିରେ ଲୋକ ଏହି ସବୁଠାରୁ ଦୁରେଇ ଯାଉଛନ୍ତି । ଯଦି ସରକାର ଆମକୁ ଅନ୍ୟ ଶିଳ୍ପ ପରି ବିଭିନ୍ନ ଯନ୍ତ୍ରପାତି ଏବଂ କଞ୍ଚାମାଲ ରିହାତି ମୂଲ୍ୟରେ ଯୋଗେଇ ଦିଅନ୍ତେ ଏବଂ ଅନ୍ୟ ପ୍ରୋତ୍ସାହନ ମିଳନ୍ତା ତେବେ ଆମେ ମଧ୍ୟ ଉର୍ନତି କରି ପାରିବୁ । ଯଦି ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳେ ତେବେ କଂସାରୀ ବୃତ୍ତି ମଧ୍ୟ ଲୁପ୍ତ ହୋଇଯିବା ।’’

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.