ETV Bharat / state

ଶେଷରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ବ୍ରହ୍ମ ତାଳଧ୍ବଜ, ୪ ଦିନ ଧରି ଭୋକରେ ମହାପ୍ରଭୁ - Brahma Taladhwaja Reached

author img

By ETV Bharat Odisha Team

Published : Jul 10, 2024, 9:13 PM IST

Brahma Taladhwaja Reached: ଚାରିଦିନର ପ୍ରୟାସ ପରେ ଗୁଣ୍ଡିଚା ମନ୍ଦିର ଚକଡ଼ାରେ ଲାଗିଛି ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ଆଜି ୧୦ ରୁ ଅଧିକ ଥର ହାଇଡ୍ରୋଲିକ ମେସିନ ସହାୟତାରେ ରଥକୁ ଟଣାଯାଇଥିଲା । ଅଧିକ ପଢନ୍ତୁ

Brahma Taladhwaja Reached
Brahma Taladhwaja Reached (ETV Bharat Odisha)

କେନ୍ଦ୍ରାପଡ଼ା: ଶେଷରେ ଭକ୍ତ ଓ ପ୍ରଶାସନର ପ୍ରୟାସ ସାକାର ହୋଇଛି । ଚାରିଦିନରେ ଗୁଣ୍ଡିଚା ମନ୍ଦିର ଚକଡ଼ା ଲାଗିଲା ବ୍ରହ୍ମ ତାଳଧ୍ଵଜ ରଥ । ରବିବାର ଅପରାହ୍ନରୁ ଅନ୍ନ ଭୋଗ ନଖାଇ ଚାରିଦିନ ଧରି ଭୋକରେ ରହିଛନ୍ତି ମହାପ୍ରଭୁ । ତେବେ ଅତ୍ୟାଧୁନିକ ହାଇଡ୍ରୋଲିକ ମେସିନ ଦ୍ବାରା ଅନୂନ୍ୟ ପକ୍ଷେ ୧୦ ଥରରୁ ଊର୍ଦ୍ଧ୍ବ ଥର ମେସିନ ଲଗାଯାଇ ମହାପ୍ରଭୁଙ୍କୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଅଣାଯାଇଛି । ତିନିଦିନ ଧରି ମହାପ୍ରଭୁ ବଡ଼ବାଡ଼ ସାଆନ୍ତଙ୍କ ରଥ କେଇ ହାତ ଗଡ଼ିବା ପରେ ବାମ ପଟକୁ ମାଡି ଯାଉଥିବାରୁ ଲାଗୁଥିଲା ଜ୍ୟାକ ମେସିନ । ଯେଉଁ ଠାକୁରଙ୍କ ରଥ ନିର୍ମାଣ କଣ୍ଟା କିଣାନଯାଇ ବିଭିନ୍ନ ପ୍ରକାର କଣ୍ଟା (ଲୁହା)କୁ କମାର ମାନେ ମାସ ମାସ ଧରି ଗଢ଼ିଥାଆନ୍ତି, ସେଇ ମହାପ୍ରଭୁଙ୍କ ରଥ ଚାଲିବା ପାଇଁ ନିଆଗଲା ରେଲୱେ ବିଭାଗର ଅତ୍ୟାଧୁନିକ ହାଇଡ୍ରୋଲିକ ମେସିନ ସହ ଏକାଧିକ ଜ୍ୟାକ ।

ରବିବାର ଅର୍ଥାତ ଗୁଣ୍ଡିଚା ଦିନ ମହାସ୍ନାନ ପାଇଁ ନୀତିକାନ୍ତିରେ ବିଳମ୍ବ ଯୋଗୁଁ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇଥିଲେ ହେଁ ବ୍ରହ୍ମ ତାଳଧ୍ଵଜ ରଥ ଗଡି ପାରିନଥିଲା । ସେହିପରି ଦ୍ଵିତୀୟ ଗୁଣ୍ଡିଚା ଅବସରରେ ଅପରାହ୍ନରେ ରଥଟଣା ଆରମ୍ଭ ହୋଇଥିବା ବେଳେ ରଥ ଚକଗୁଡିକ ବାମ ପଟକୁ ଯିବାରୁ 2022 ମସିହା ଭଳି ରଥକୁ ଟ୍ରାକକୁ ଆଣିବା ପାଇଁ ରେଲୱେ ବିଭାଗର କର୍ମଚାରୀ ମାନଙ୍କ ଦ୍ବାରା ଜ୍ୟାକ ଲଗାଯାଇଥିଲେ ହେଁ ପୁଣିଥରେ ରଥଟଣା ସମୟରେ ସମାନ ଅସୁବିଧା ହେବା ଓ ସୂର୍ଯ୍ୟାସ୍ତ ହୋଇଯିବା କାରଣରୁ ରଥକୁ ଆଉ ଟଣା ନଯାଇ ଉକ୍ତଦିନ ରାତିରେ ରଥଦାଣ୍ଡ ମଝିକୁ ରଥକୁ ହାଇଡ୍ରୋଲିକ ମେସିନ ଏବଂ ଜ୍ୟାକ ସାହାଯ୍ୟରେ ଅଣାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ... ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ପାରିଲା ନାହିଁ ବ୍ରହ୍ମ ତାଳଧ୍ଵଜ ରଥ - Bramha Taladhwaja Pulling Stopped

ତେବେ ତିନିଦିନ ସମୟ ମଧ୍ୟରେ ରଥର ଚକ କେବଳ ଆଉ କେବଳ ବାମ ପଟକୁ ମାଡୁଥିବାରୁ ଅନ୍ୟୁନ ପକ୍ଷେ ୧୧ ଥର ଏହି ମେସିନ ବ୍ୟବହାର କରାଯାଇଥିଲା ଏବଂ ପରିଶେଷରେ ବୁଧବାର ଅପରାହ୍ନରେ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ଗୁଣ୍ଡିଚା ରାଣୀଙ୍କ ମନ୍ଦିରରେ ପହଞ୍ଚିଥିଲା ଯେଉଁଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ବିଧି ଓ ପରମ୍ପରା ମୁତାବକ ରଥାରୂଢ ଶ୍ରୀଜୀଉ ଅନ୍ନ ପ୍ରସାଦ ଭୋଗ ଖାଉନଥିବାରୁ ଆଜକୁ ତିନିଦିନ ଧରି ଶ୍ରୀଜିଉମାନଙ୍କ ନିକଟରେ ଶୁଖିଲା ଭୋଗ ଲାଗି କରାଯାଉଛି ।

ରଥାରୂଢ ଶ୍ରୀଜିଉ ତିନିଦିନ ଧରି ରଥରୁ ପହଣ୍ଡି ହୋଇନପାରି ରଥରେ ଥିବା ଓ ଅନ୍ନ ପ୍ରସାଦ ନଖାଇ ପାରୁଥିବାରୁ ସେବାୟତ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରଥନିର୍ମାଣକୁ ନେଇ ଆଙ୍ଗୁଳି ଉଠାଇବା ସହ ପ୍ରଶାସନର ବେପରୁଆ ନୀତି ଯୋଗୁଁ ଏଭଳି ଅସୁବିଧା ହୋଇ ଶ୍ରୀଜୀଉ ରଥ ଉପରେ ରହିଥିବା କ୍ଷୋଭର ସହ କହିଛନ୍ତି ଭକ୍ତ ଓ ସେବାୟତ । ବିଭିନ୍ନ ବାଧାବିଘ୍ନ ଓ ଅସୁବିଧା ସତ୍ତ୍ବେ ବୁଧବାର ଅପରାହ୍ନରେ ଗୁଣ୍ଡିଚା ମନ୍ଦିର ଚକଡ଼ା ଲାଗିଛି ବ୍ରହ୍ମ ତାଳଧ୍ଵଜ ରଥ।ଏହି ଚାରିଦିନିଆ ଯାତ୍ରା ପାଇଁ ପ୍ରଶାସନ କେଉଁ ମାନଙ୍କ କାର୍ଯ୍ୟକୁ ସମୀକ୍ଷା କରୁଛି ସେନେଇ ଭକ୍ତମାନେ ଚାହିଁ ରହିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.