ETV Bharat / state

ବିକାଶ ଆଢୁଆଳରେ ଆଢେଣୀଗଡ; ପହଞ୍ଚି ପାରୁନି ସରକାରୀ ଯୋଜନା, ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ - Lack Of Development

Tribals deprived of basic amenities: ବିକାଶ ଖୋଜୁଛି ଆଢେଣୀଗଡ । ବୌଦ୍ଧ ଜିଲ୍ଲାର ସୀମାନ୍ତ ପଞ୍ଚାୟତରେ ବିକାଶ ଯେମିତି ବାଟବଣା ହୋଇଯାଇଛି । ଅଧିକ ପଢ଼ନ୍ତୁ

ବିକାଶର ଆଢ଼ୁଆଳରେ ଆଢେଣୀଗଡ, ପହଞ୍ଚି ପାରୁନି ସରକାରୀ ଯୋଜନା

author img

By ETV Bharat Odisha Team

Published : Feb 21, 2024, 12:05 PM IST

ବିକାଶର ଆଢ଼ୁଆଳରେ ଆଢେଣୀଗଡ, ପହଞ୍ଚି ପାରୁନି ସରକାରୀ ଯୋଜନା

ବୌଦ୍ଧ: ବିକାଶ ଖୋଜୁଛି ଆଢେଣୀଗଡ । ବୌଦ୍ଧ ଜିଲ୍ଲାର ଏହି ଆଦିବାସୀ ଆଧ୍ୟୁଷିତ ଅଞ୍ଚଳ ନୟାଗଡ଼ ଓ କନ୍ଧମାଳ ସୀମାକୁ ଲାଗି ରହିଛି । ତେବେ ଏହି ସୀମାନ୍ତ ପଞ୍ଚାୟତରେ ବିକାଶ ଯେମିତି ବାଟବଣା ହୋଇଯାଇଛି । ଏଠାରେ ରହୁଥିବା ଲୋକ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ବିକାଶମୂଳକ ଯୋଜନାର ଲାଭ ପାଇ ପାରୁନଥିବା ଅଭିଯୋଗ କରିଛନ୍ତି । ଦେଶ ଏତେ ଉନ୍ନତି କରିଥିଲେ ମଧ୍ୟ ଏଠାକାର ଲୋକ ସାଧାରଣ ପାନୀୟ ଜଳର ସୁବିଧା ପାଉନଥିବା ଅଭିଯୋଗ ଆସିଛି ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସୀମାନ୍ତ ପଞ୍ଚାୟତ ଆଢେଣୀଗଡ । ଆଢେଣୀଗଡ ପଞ୍ଚାୟତ ବୌଦ୍ଧ ଜିଲ୍ଲାରେ ଥିବା ବେଳେ ଏହାର ସୀମା ଉଭୟ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାକୁ ସଂଲଗ୍ନ ହୋଇରହିଛି । ଏଠାରେ ଅଧିକାଂଶ ଆଦିବାସୀମାନେ ବସବାସ କରିଆସୁଛନ୍ତି । ବୌଦ୍ଧ ଜିଲ୍ଲାର ଶେଷ ସୀମାରେ ଥିବା ହେତୁ ଏହି ପଞ୍ଚାୟତର ଦୁର୍ଗମ ବାଲେଜୁ, ଛତ୍ରସାହି, ମାଣ୍ଡାଲି, ଲେଙ୍ଗେରପାଜୁ, କଣ୍ଡରା, କାଚପାଜୁ,ବାଙ୍କପାଜୁ ଭଳି ଅନେକ ଗ୍ରାମରେ ବିକାଶର ଧାରା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଆସୁଛି । ବିଶେଷକରି ବଣ ଜଙ୍ଗଲ ଘେରା ଏସବୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ଏକପ୍ରକାର ଅପହଞ୍ଚ ହୋଇରହିଛି । ଗମନାଗମନର ଅବ୍ୟବସ୍ଥା ଯୋଗୁଁ ଏସବୁ ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ସ୍ବପ୍ନ ହୋଇ ରହିଥିବା ବେଳେ ପାନୀୟ ଜଳ ସମସ୍ୟା ପିଢ଼ି ପରେ ପିଢ଼ି ଲାଗି ରହୁଛି ।

ଏହା ମଧ୍ୟ ପଢ଼ନ୍ତୁ...ବଦଳିଲେ ବୌଦ୍ଧ ଜିଲ୍ଲାର ଉପଜିଲ୍ଲାପାଳ, ଅପହଞ୍ଚ ଇଲାକାକୁ ଚାଲି ଚାଲି ପହଞ୍ଚି ଥିଲେ ଚର୍ଚ୍ଚାରେ

ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଆଢେଣୀଗଡ ପଞ୍ଚାୟତ ବିକାଶ ଠାରୁ ଢେର ଦୂରରେ ରହିବା ସହିତ ସମସ୍ୟାର ପାହାଡ଼ରେ ପୋତି ହୋଇରହିଛି । ଆଢେଣୀଗଡ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆଜି ମଧ୍ୟ ଅଧିକାଂଶ ହିତାଧିକାରୀ ଜରିପାଲ ଟଣା ଭଙ୍ଗା ଦଦରା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହାଛଡା ପଞ୍ଚାୟତରେ କୌଣସି ଜଳସେଚନ ପ୍ରକଳ୍ପ ନଥିବାବେଳେ ଏନେଇ ଜନପ୍ରତିନିଧିଙ୍କ ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଅଧିବାସୀ । ଅଧିକାଂଶ ପରିବାର ଦୁଃଖ କଷ୍ଟରେ ଚଳୁଥିଲେ ମଧ୍ୟ ପଞ୍ଚାୟତ କିମ୍ବା ବ୍ଲକ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରାଯାଇଛି ।

ଗତ ପଞ୍ଚାୟତ ନିର୍ବାଚନରେ ଆଢେଣୀଗଡ ପଞ୍ଚାୟତର କଣ୍ଡରା କାଚପାଜୁ ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ । ସୋମବାର ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ ଉକ୍ତ କଣ୍ଡରା କାଚପାଜୁ ଗ୍ରାମରେ ପହଞ୍ଚି ସେଠାରେ ଥିବା ପୋଲିଂ ବୁଥ ପରିଦର୍ଶନ କରିଛନ୍ତି । ଆଢେଣୀଗଡ ଅଞ୍ଚଳରେ ଥିବା ମୌଳିକ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଏହାର ପ୍ରଭାବ ସାଧାରଣ ନିର୍ବାଚନ ଉପରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.