ETV Bharat / state

ବୌଦ୍ଧ ପୋଲିସକୁ ସଫଳତା, 10 ଜଣିଆ ବଚ୍ଚା ଡକାୟତି ଗ୍ୟାଙ୍ଗ ଗିରଫ - Robbers Gang Arrested

author img

By ETV Bharat Odisha Team

Published : May 10, 2024, 2:13 PM IST

Robbers Gang Arrested: ଯାତ୍ରୀବାହୀ ବସରୁ ଡକାୟତି କରି ଅଞ୍ଚଳରେ ଖେଳାଇଥିଲେ ଆତଙ୍କ । 10 ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ପୋଲିସ । ଅଧିକ ପଢନ୍ତୁ

Robbers Gang Arrested
Robbers Gang Arrested (ETV Bharat Odisha)

ବୌଦ୍ଧ: ଆଦର୍ଶ ଥାନା ପୋଲିସକୁ ସଫଳତା । ଯାତ୍ରୀବାହୀ ବସଗୁଡିକରୁ ଡକାୟତି ଘଟଣା ନେଇ ପୋଲିସର ଚିନ୍ତା ବୃଦ୍ଧି ପାଉଥିବା ବେଳେ ପୋଲିସ କବ୍‌ଜାରେ ବଚ୍ଚା ଡକାୟତ ଗ୍ୟାଙ୍ଗ । ବୌଦ୍ଧ ଜିଲ୍ଲାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ପ୍ରଥମ ଥର ପାଇଁ ନାବାଳକମାନେ ଏଭଳି ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ଆଜି ଏହି ଗ୍ୟାଙ୍ଗର ଦଶ ଜଣଙ୍କୁ ଗିରଫ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ । ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ବଚ୍ଚା ଡକାୟତ ଗ୍ୟାଙ୍ଗ ପୋଲିସ ହାତରେ ଧରାପଡିଛି । ବୌଦ୍ଧ ଜିଲ୍ଲାର ନୂଆପଡା ଅଞ୍ଚଳରେ ଗତ କିଛି ଦିନ ହେଲା ବିଭିନ୍ନ ଯାତ୍ରୀବାହୀ ବସରେ ଡକାୟତି ହେଉଥିବା ଅଭିଯୋଗ ହୋଇଆସୁଥିଲା । ଏନେଇ ପୋଲିସ ତଦନ୍ତ ଚଳାଇ ଦଶ ଜଣ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଗତ କିଛି ଦିନ ହେଲା ନୂଆପଡ଼ାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରାୟ 12ରୁ କୋଡ଼ିଏ ବର୍ଷର ବାଳକମାନେ ଠେଙ୍ଗା ବାଡି, ଖଣ୍ଡା, ଭୁଜାଲି ଭଳି ବିଭିନ୍ନ ମାରଣାସ୍ତ୍ର ଧରି ୫୭ ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ଯାତ୍ରୀବାହୀ ବସକୁ ଅତର୍କିତ ଆକ୍ରମଣ କରି ଡ୍ରାଇଭର ଠାରୁ ଲୁଟପାଟ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଖାକିରେ ଦାଗ: ପୋଲିସ ହାତରେ ହାତକଡ଼ି ପକାଇଲା ପୋଲିସ - Ganja Seized in Boudh

ଏନେଇ ବୌଦ୍ଧ ଆଦର୍ଶ ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ ଉକ୍ତ ଅଞ୍ଚଳରେ ଘନ ଘନ ଚଢାଉ ଜାରି ରଖିଥିଲା । ତେବେ ବର୍ତ୍ତମାନ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇପାରିଛି ବୌଦ୍ଧ ପୋଲିସ । ଗିରଫ ହୋଇଥିବା 10 ଜଣଙ୍କ ମଧ୍ୟରୁ ସାତ ଜଣ ନାବାଳକ ଥିବାବେଳେ ତିନି ଜଣ ସାବାଳକ ଥିବା ସୂଚନା ମିଳିଛି । ଏହି କିଶୋର ଅପରାଧୀଙ୍କ ପଛରେ ସ୍ଥାନୀୟ କିଛି ଲୋକଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ଆଜି କିଶୋର ଅପରାଧୀଙ୍କ ମଧ୍ୟରୁ ସାତ ଜଣ ନାବାଳକଙ୍କୁ କିଶୋର ନ୍ୟାୟାଳୟକୁ ପୋଲିସ ପଠାଇଥିବା ସୂଚନା ମିଳିଛି । ବୌଦ୍ଧ ଜିଲ୍ଲାରେ ନାବାଳକ ଗ୍ୟାଙ୍ଗର କାରନାମା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିବା ବେଳେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.