ETV Bharat / state

ମାଡ଼ିଆସିଲାଣି ବନ୍ୟା ଜଳ ! ଆତଙ୍କରେ ମହାନଦୀ କୂଳିଆ, ସ୍ଥାୟୀ ସମାଧାନ ପାଇଁ ଦାବି - Mahanadi Water Level Rises

author img

By ETV Bharat Odisha Team

Published : Jul 30, 2024, 9:38 PM IST

Mahanadi Water Level Rises in Boudh: ଫୁଲୁଛି ମହାନଦୀ । ବୌଦ୍ଧରେ ପ୍ରବାହିତ ହେଲା ବନ୍ୟାଜଳ । ବନ୍ୟା ସ୍ଥିତିକୁ ନେଇ ଚିନ୍ତାରେ ନଦୀକୂଳିଆ । ଅଧିକ ପଢ଼ନ୍ତୁ

Mahanadi Water Level Rises in Boudh
Mahanadi Water Level Rises in Boudh (ETV Bharat Odisha)

ବୌଦ୍ଧ: ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଆସନ୍ନ ବନ୍ୟା ସ୍ଥିତି ଦେଖାଦେଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ଆତଙ୍କିତ ମହାନଦୀ କୂଳରେ ଥିବା ଗ୍ରାମର ଅଧିବାସୀ । ମହାନଦୀ କୂଳ ଲଙ୍ଘୁଥିବା ବେଳେ ଦୀର୍ଘ ବର୍ଷ ଧରି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଧିବାସୀ । ସେପଟେ ବନ୍ୟା ଜଳରେ ଉପର ମୁଣ୍ଡକୁ ଚାଲିଆସିଥିବା ଘଡ଼ିଆଳ କୁମ୍ଭୀର ଯୋଗୁଁ ନଦୀକୂଳିଆ ଅଞ୍ଚଳର ଅଧିବାସୀ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମବାସୀ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ।

ମହାନଦୀ ଗର୍ଭକୁ ଠେଲି ହୋଇଯାଉଛି ଗାଁ:

ଗତ ରବିବାର ଦିନ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା । ଫଳରେ ସୋମବାର ସକାଳୁ ଏହି ବନ୍ୟାଜଳ ବୌଦ୍ଧ ଜିଲ୍ଲାରେ ପହଞ୍ଚିବା ସହିତ ଅନେକ ନଦୀ କୂଳିଆ ତଥା ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିଲା । ବୌଦ୍ଧ ଜିଲ୍ଲାର ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ମହାନଦୀ ପ୍ରବାହିତ ହେଉଥିବା ବେଳେ ଏହି ବନ୍ୟାଜଳ ଦ୍ବାରା ଜିଲ୍ଲାର ହରଭଙ୍ଗା ବ୍ଲକର ସରସରା, ମଥୁରା, ବୀରନରସିଂପୁର, ସାମ୍ପୋଚ, ରାମଗଡ, ଧଳପୁର, ସଙ୍କୁଳେଇ, ହରଭଙ୍ଗା ଓ କୁଶଙ୍ଗ ଭଳି ନଦୀକୂଳିଆ ପଞ୍ଚାୟତର ଅନେକ ଗ୍ରାମ ବର୍ତ୍ତମାନ ମହାନଦୀ ଗର୍ଭ ଭିତରକୁ ଠେଲି ହୋଇଯାଉଛି । ଏହା ଭିତରୁ ଏକ ଗ୍ରାମ ହେଉଛି ଧଳପୁର ପଞ୍ଚାୟତର ମହାନଦୀ କୂଳରେ ଥିବା ଖଣ୍ଡିଧଳପୁର ଗ୍ରାମ ।

ସ୍ଥାୟୀ ସମାଧାନ ପାଇଁ ଦାବି:

ତେବେ ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବା ମାତ୍ରକେ ଏହି ଖଣ୍ଡିଧଳପୁର ଗ୍ରାମ ଚତୁଃପାର୍ଶ୍ବରୁ ବନ୍ୟାପାଣିରେ ଘେରି ହୋଇ ରହିଯାଏ । ଖଣ୍ଡିଧଳପୁର ଭଳି ସାକୁସିଙ୍ଗା, ପାଣିଘରା, ମାରଡା ଭଳି ଗ୍ରାମ ପ୍ରତ୍ୟେକ ବର୍ଷ ବନ୍ୟାପାଣି ଯୋଗୁଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଯାଏ । ତେଣୁ ଖଣ୍ଡିଧଳପୁର ଗ୍ରାମର ଦେଢ ଶହରୁ ଊର୍ଦ୍ଧ୍ବ ପରିବାରକୁ ପ୍ରତ୍ୟେକ ବର୍ଷ ଉକ୍ତ ଗ୍ରାମରୁ ବିସ୍ଥାପିତ ହେବାକୁ ପଡିଥାଏ । ଖଣ୍ଡିଧଳପୁର ଗ୍ରାମରେ ଅଧିକାଂଶ ପରିବାର ଘିଙ୍ଗରା ବା ଧିବର ସଂପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ଏହାର ନିକଟରେ କୌଣସି ବନ୍ୟା ଆଶ୍ରୟସ୍ଥଳୀ ନଥିବାରୁ ସ୍ଥାନୀୟ ଅଧିବାସୀ ବନ୍ୟା ସମୟରେ ପିଣ୍ଡାକୁ ପିଣ୍ଡା ଡେଇଁ ଆଶ୍ରୟ ନେଉଥିବା ଅଭିଯୋଗ କରିଛନ୍ତି । ଏହା ସହ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି

ପ୍ରତ୍ୟେକ ବର୍ଷାଋତୁ ଆସିଲେ ଖଣ୍ଡିଧଳପୁର ଗ୍ରାମର ଅଧିବାସୀଙ୍କୁ କେବଳ କିଛି ଦିନ ପାଇଁ ସ୍ଥାନାନ୍ତରିତ କରିଦିଆଯାଉ ଥିବା ବେଳେ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଉ ନଥିବା ଅଭିଯୋଗ ହୋଇଛି । ତେଣୁ ଖଣ୍ଡିଧଳପୁର ଭଳି ବୌଦ୍ଧ ଜିଲ୍ଲାର ଅନେକ ମହାନଦୀ କୂଳିଆ ଗ୍ରାମବାସୀ ପ୍ରତ୍ୟେକ ବର୍ଷ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ମହାନଦୀରେ ବନ୍ୟାଜଳ ସ୍ତର ବୃଦ୍ଧି ପାଉଥିବାରୁ ବିଶେଷ କରି ଜଳ ଜନୀତ ରୋଗ ବ୍ୟାପିବାର ଅଧିକ ସମ୍ଭାବନା ରହିଛି । ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ ତଥା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ପ୍ରସ୍ତୁତି, ପ୍ରସୂତୀ ମହିଳାଙ୍କୁ ଗୁରୁତ୍ଵ - Odisha Health Department

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.