ETV Bharat / state

ବୌଦ୍ଧ ପଞ୍ଚାୟତ କଲେଜକୁ ଜିଲ୍ଲାପାଳଙ୍କ ଗସ୍ତ, ସମସ୍ୟା ଜଣାଇଲେ ଛାତ୍ରଛାତ୍ରୀ - Boudh News

Boudh Collector Visits District First College: ଦୀର୍ଘ ୪୫ ବର୍ଷର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟକୁ ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲଙ୍କ ଗସ୍ତ । ଛାତ୍ରଛାତ୍ରୀ ମାନେ କଲେଜର ବହୁବିଧ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ହେଲେ ଫେରାଦ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 4, 2024, 7:50 AM IST

ଜିଲ୍ଲାର ପ୍ରଥମ କଲେଜକୁ ଜିଲ୍ଲାପାଳଙ୍କ ଗସ୍ତ, କଲେଜର ନାନା ସମସ୍ୟା ଜଣାଇଲେ ଛାତ୍ରଛାତ୍ରୀ

ବୌଦ୍ଧ: ବ୍ୟାପକ ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି ଜିଲ୍ଲାର ସର୍ବପୁରାତନ ତଥା ଅଞ୍ଚଳର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ । ଦୀର୍ଘ ୪୫ ବର୍ଷର କଲେଜ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସରକାରୀ ହୋଇ ନଥିବା ବେଳେ ପାନୀୟଜଳ, ଶୌଚାଳୟ, କମ୍ପ୍ୟୁଟର ଲାବ, କଲେଜ ଗୃହ ଭଳି ବିଭିନ୍ନ ସମସ୍ୟାକୁ ନେଇ ଆଜି କଲେଜର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଗତକାଲି ଜିଲ୍ଲାର ପ୍ରଥମ କଲେଜରେ ଆଗାମୀ ନିର୍ବାଚନରେ ଭୋଟିଂ ପାଇଁ ଭିତ୍ତିଭୂମି ତଦାରଖ ପାଇଁ ପହଞ୍ଚିଥିଲେ ନୂତନ ଜିଲ୍ଲାପାଳ ଜେ ସୋନାଲ ।

ସେ କଲେଜର ଶ୍ରେଣୀଗୃହ, ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କରିଥିଲେ । ବୌଦ୍ଧ ଜିଲ୍ଲାପାଳ ଜେ ସୋନାଲ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ପହଞ୍ଚିଥିଲେ । ବୌଦ୍ଧ ଜିଲ୍ଲାର ଏହି ସର୍ବପୁରାତନ ତଥା ଅଞ୍ଚଳର ପ୍ରଥମ କଲେଜ ଦୀର୍ଘ ବର୍ଷ ହେଲା ବ୍ୟାପକ ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ଏମ.ଏ ଖୋଲି ନ ଥିବା ବେଳେ ଜିଲ୍ଲାର ଏହି ୪୫ ବର୍ଷର କଲେଜ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପାଇନାହିଁ । କଲେଜରେ ଆବଶ୍ୟକତା ମୁତାବକ ଶ୍ରେଣୀ କକ୍ଷର ଅଭାବ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ କମନରୁମ, ଶୌଚାଳୟ, କମ୍ପ୍ୟୁଟର ଲାବ, ପାନୀୟ ଜଳ ଭଳି ମୌଳିକ ସୁବିଧା ନ ଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ ... ସାମ୍ସ ପୋର୍ଟାଲରେ ଅପଲୋଡ ହେବ କଲେଜ ରୂପାନ୍ତରୀକରଣ ଫୋଟ

ଏନେଇ କଲେଜ କର୍ତ୍ତୃପକ୍ଷ ତଥା ଛାତ୍ରଛାତ୍ରୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳି ପାରିନାହିଁ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ପ୍ରତିଷ୍ଠା କରାଯାଇଥିବା କମ୍ପ୍ୟୁଟର ଲାବ ବର୍ତ୍ତମାନ ଖତ ଖାଉଥିବା ବେଳେ ଖୋଦ କଲେଜ ଅଧ୍ୟକ୍ଷଙ୍କ ନିଜସ୍ଵ କାର୍ଯ୍ୟାଳୟ ଗୃହ ନ ଥିବାରୁ ତାହା ଏକ ଛାତ୍ରୀ ନିବାସରେ ଚାଲୁଛି ।

ସେପଟେ ଶନିବାର ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ ସୋନାଲ କଲେଜ ପରିଦର୍ଶନରେ ଯାଇଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜର ବହୁବିଧ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିବା ସହିତ ଆଗାମୀ ଦିନରେ ବଉଦ କଲେଜ ଫାଇଭ ଟି ଅନ୍ତର୍ଭୁକ୍ତ ହୋଇ ଏସବୁ ସମସ୍ୟାର ସମାଧାନ ହେବ ବୋଲି ଆଶ୍ଵସନା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.