ETV Bharat / state

ବୌଦ୍ଧ ଜିଲ୍ଲାପାଳ ଓ ବରିଷ୍ଠ ଡାକ୍ତର ଦୁର୍ବ୍ୟବହାର ପ୍ରସଙ୍ଗ: ଓମସାର କର୍ମକର୍ତ୍ତାଙ୍କ ଭିତିରିଆ ବୁଝାମଣାରେ ସମାଧାନ - Boudh collector and doctor issue

Boudh collector and doctor misbehaved case: ବୌଦ୍ଧ ଜିଲ୍ଲାର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ଓ ଏସପିଙ୍କ ଦୁର୍ବ୍ୟବହାର କରିଥିବା ପ୍ରସଙ୍ଗରେ ପଡିଲା ପୂର୍ଣ୍ଣଚ୍ଛେଦ । ଅଧିକ ପଢନ୍ତୁ

Boudh collector and doctor misbehaved case

author img

By ETV Bharat Odisha Team

Published : Mar 19, 2024, 10:57 PM IST

Boudh collector and doctor misbehaved case

ବୌଦ୍ଧ: ଜିଲ୍ଲାର ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ଓ ଏସପିଙ୍କ ଦୁର୍ବ୍ୟବହାର କରିଥିବା ପ୍ରସଙ୍ଗରେ ପଡିଲା ପୂର୍ଣ୍ଣଚ୍ଛେଦ । ଘଟଣାକୁ ନେଇ ଗତକାଲି (ସୋମବାର) ସ୍ବାସ୍ଥ୍ୟ ବିଭାଗ କ୍ରୋଧାନ୍ୱିତ ମନୋଭାବ ପ୍ରଦର୍ଶନ କରିଥିବା ବେଳେ ଆଜି (ମଙ୍ଗଳବାର) ରାଜ୍ୟ ଓମସାର କର୍ମକର୍ତ୍ତାଙ୍କ ଭିତିରିଆ ବୁଝାମଣା ପରେ ସବୁ ପରିସ୍ଥିତି ସାମାନ୍ୟ ହୋଇଥିବା ଜଣାପଡିଛି ।

ଗୋଟିଏ ଦିନ ପୂର୍ବରୁ ଚରମ ନିଷ୍ପତ୍ତି ନେଇଥିବା ସ୍ବାସ୍ଥ୍ୟ ବିଭାଗ ଆଜି (ମଙ୍ଗଳବାର) ରାଜ୍ୟ ଓମସାର କର୍ମକର୍ତ୍ତାଙ୍କ ଭିତିରିଆ ବୁଝାମଣା ଯୋଗୁଁ ଆନ୍ଦୋଳନରେ ପାଣି ଢ଼ାଳି ଦେଇଛି । ଗୋଟିଏ ଦିନ ପୂର୍ବରୁ ଜିଲ୍ଲାର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ମାମଲାରେ ଆଜି ନୂଆ ମୋଡ଼ ଆସିବା ସହିତ ଏଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଥିବା ଜଣାପଡିଛି ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିନରେ ଥିବା ଏକ କୋଠା ପରିଦର୍ଶନ ପାଇଁ ଗତ ଶନିବାର ଅପରାହ୍ନରେ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ ପହଞ୍ଚିଥିଲେ । ସେଠାରେ ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଜିଲ୍ଲାପାଳ ଓ ଏସପି ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୌଦ୍ଧ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଏ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ସୋମବାର ସନ୍ଧ୍ୟାରେ ରାଜ୍ୟ ଓମସାର କର୍ମକର୍ତ୍ତା ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

ଏହାମଧ୍ୟ ପଢନ୍ତୁ..ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର, ଏପରି ପ୍ରତିକ୍ରିୟା ରଖିଲେ ବୌଦ୍ଧ ଜିଲ୍ଲାପାଳ

ପୂର୍ବ ନିର୍ଦ୍ଧାରିତ ସମାଧାନର ସୂତ୍ରକୁ ଆଧାର କରି କୋଳାକୋଳିରେ ଏତେବଡ଼ ଘଟଣାକୁ ଚପାଇ ଦିଆଯାଇଥିବା ସୂଚନା ମିଳିଛି । ଫଳରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ପାରିବାପଣିଆ ତଥା ଗତକାଲି ଦେଇଥିବା ଚେତାବନୀ ଏକପ୍ରକାର ଫସର ଫାଟିଥିବା ଭଳି ମନେ ହୋଇଥିଲା । ଏନେଇ ରାଜ୍ୟ ଓମସାର କରିତକର୍ମା କର୍ମକର୍ତ୍ତାଙ୍କ ଭିତିରିଆ ବୁଝାମଣା ସବୁକିଛି ହାସ୍ୟାସ୍ପଦ ଭଳି ମନେ ହୋଇଥିଲା । ବର୍ତ୍ତମାନ ଏଭଳି ଘଟଣା ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର ପାଇଁ ଘଟିଥିବା ବେଳେ ଆଗକୁ ସ୍ବାସ୍ଥ୍ୟ ବିଭାଗର ଅନେକ କାର୍ଯ୍ୟକ୍ରମରେ ପ୍ରଶାସନର ହସ୍ତକ୍ଷେପ ରହିବ ବୋଲି ଆଲୋଚନା ହେଉଛି ।

ସୋମବାର ସନ୍ଧ୍ୟାରେ ରାଜ୍ୟ ଓମସାର କର୍ମକର୍ତ୍ତାଙ୍କ ସହିତ ଜିଲ୍ଲା ପ୍ରଶାସନର ଭିତିରିଆ ବୁଝାମଣା ସମ୍ପର୍କରେ ଗଣମାଧ୍ୟମକୁ ଅନ୍ଧକାର ମଧ୍ୟରେ ରଖାଯାଇଥିବା ବେଳେ ଦୁର୍ବ୍ୟବହାରର ଶିକାର ହେଉଥିବା ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ମଦନ ମୋହନ ପ୍ରଧାନ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଡାକ୍ତରମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଏହା ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ ବୋଲି କହିଥିଲେ । ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ସମସ୍ତଙ୍କ ସହଯୋଗରେ ଲୋଡିଥିଲେ ।'

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.