ETV Bharat / state

Bonda Boy Cracks NEET: ମାଲକାନଗିରି ବଣ୍ଡା ଘାଟିରୁ ମେଡିକାଲ କ୍ୟାରିୟର, ନିଟ୍ ପରୀକ୍ଷା ପାସ୍ ମଙ୍ଗଳା ମୁଦୁଲି, ହେବେ ଡାକ୍ତର - Bonda youth will become a doctor

author img

By ETV Bharat Odisha Team

Published : Aug 29, 2024, 1:27 PM IST

Updated : Aug 29, 2024, 2:44 PM IST

Bonda Boy To Become Doctor: ମହକିଲା ବଣ ମଲ୍ଲୀ । ବଣ୍ଡାଘାଟିର ପୁଅ ବନିବେ ଡାକ୍ତର । ନିଟ୍‌ (NEET) ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇବା ସହ ସମଗ୍ର ବଣ୍ଡା ଜନଜାତି ସମ୍ପ୍ରଦାୟର ଟେକ ରଖିଛନ୍ତି ବଣ୍ଡା ଯୁବକ ମଙ୍ଗଳା ମୁଦୁଲି । ଏହାକୁ ନେଇ ବଣ୍ଡାଘାଟିରେ ଖୁସି କହିଲେ ନସରେ । ମଙ୍ଗଳାଙ୍କ ସଫଳତା ପଛରେ ଶିକ୍ଷକଙ୍କ ହାତ । ଅଧିକ ପଢନ୍ତୁ,

MANGALA MUDULI
MANGALA MUDULI (Etv Bharat)

ମାଲକାନଗିରି/ବାଲେଶ୍ବର: କୁହାଯାଏ ଯଦି ଇଚ୍ଛା ଶକ୍ତି ଅଛି ତେବେ ସବୁ କିଛି ସମ୍ଭବ । ପାଠ ପଢିବାର ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅଭାବ ଅନଟନ । ଦିନେ ପାଠ ପଢିବାକୁ ସ୍ବପ୍ନ ଦେଖୁଥିବା ବଣ୍ଡାଘାଟିର ପୁଅ ବନିବେ ଡାକ୍ତର । ନିଟ୍‌(NEET) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପାଠ ପଢିବାର ସୁଯୋଗ ପାଇଛନ୍ତି ମାଲକାନଗିରି ବଣ୍ଡାଘାଟିର ପୁଅ ମଙ୍ଗଳା ମୁଦିଲି । ସମଗ୍ର ବଣ୍ଡା ଜନଜାତି ସମ୍ପ୍ରଦାୟର ଟେକ ରଖିଥିବାରୁ ଏହାକୁ ନେଇ ବଣ୍ଡାଘାଟିରେ ଖୁସି କହିଲେ ନସରେ । ବଣ୍ଡାଘାଟିର ଏହି ସଫଳ ଛାତ୍ରଙ୍କ ସଫଳତା ପଛରେ ରହିଛି ଜଣେ ଶିକ୍ଷକଙ୍କ ହାତ । ଯାହାଙ୍କ ସାହାଯ୍ୟ ଓ ସହଯୋଗରେ ବଣରେ ବଣ ମଲ୍ଲୀର ମହକ ନରହି ଏବେ ବାହାରକୁ ମହକିଛି ।

ମାଲକାନଗିରି ବଣ୍ଡା ଘାଟିରୁ ମେଡିକାଲ କ୍ୟାରିୟର (ETV Bharat Odisha)

ନେଟଓ୍ବାର୍କ ନଥିବାରୁ ପାହାଡ ଉପରେ ପାଠ ପଢୁଥିଲେ ମଙ୍ଗଳା :

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକରେ ରହିଛି ବଣ୍ଡାଘାଟି । ମଦୁଲିପଡା ପଞ୍ଚାୟତର ବଡବେଲ ଗ୍ରାମର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ମୁଦିଲି । ଏହି ବଣ୍ଡାଘାଟିର ଆଦିମ ଜନଜାତି ବଣ୍ଡା ସଂପ୍ରଦାୟର ଆଗଧାଡିର ବଣ୍ଡା ଛାତ୍ର ଏବେ ଡାକ୍ତର ବନିବେ । ବଣ୍ଡା ଘାଟି କହିଲେ ଯେତେବେଳେ ଲୋକମାନେ ଆଦିବାସୀ ଓ ନିରକ୍ଷରତାର କାୟା ବିସ୍ତାର କଥା ବୁଝିଥାନ୍ତି, ସେତେବେଳ ଏକ ଉଜ୍ଜ୍ବଳ ତାରକା ଭାବେ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ମଙ୍ଗଳା । ପିଲାଟି ଦିନରୁ ମଙ୍ଗଳା ପାଠ ପଢିବାକୁ ବହୁତ ଭଲ ପାଆନ୍ତି । ଯୁକ୍ତ 2 ବିଜ୍ଞାନ ପଢ଼ି ସରିବା ପରେ ତାଙ୍କ ଅଞ୍ଚଳରେ ଇଣ୍ଟରନେଟ ନେଟଓ୍ବର୍କ ନଥିବାରୁ ପାହାଡ ଉପରକୁ ଲୁଚି ଲୁଚି ଯାଇ ପାଠ ପଢୁଥିଲେ । ବର୍ତ୍ତମାନ ନିଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ଏମକେସିଜି(MKCG) ମେଡିକାଲ କଲେଜରେ ନାମ ଲେଖାଇବାକୁ ଚୟନ ହୋଇଛନ୍ତି । କିନ୍ତୁ କଟକ ମେଡିକାଲ (SCB) ରେ ନାମ ଲେଖାଯାଇ ପାରିବ, ସେନେଇ ଚେଷ୍ଟା କରୁଥିବା କହିଛନ୍ତି ତାଙ୍କ ଶିକ୍ଷକ ଉତ୍କଳ କେଶରୀ ଦାସ । ନିଜର ଛାତ୍ର ଜୀବନ ବଣ୍ଡାଘାଟିର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ କଟାଇଛନ୍ତି ମଙ୍ଗଳା । ଦଶମ ପାସ କରିବା ପରେ ମାଥିଲି ବଳଦିଆଗୁଡା ଏସଏସଡି ହାଇସ୍କୁଲରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ କରିଛନ୍ତି ।

MANGALA MUDULI (ETV Bharat Odisha)

ମଙ୍ଗଳାଙ୍କ ସଫଳତା ପଛରେ ଶିକ୍ଷକଙ୍କ ମହତ ଅବଦାନ:

ଛାତ୍ରଛାତ୍ରୀଙ୍କ ଜୀବନରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକର ପ୍ରଦୀପ ଜଳାନ୍ତି ଗୁରୁ । ଯାହା କରି ଦେଖାଇଛନ୍ତି ଶିକ୍ଷକ ଉତ୍କଳ କେଶରୀ ଦାସ । ପିଲାଟି ଦିନରୁ ମଙ୍ଗଳା ପାଠ ପଢିବାକୁ ଭଲ ପାଆନ୍ତି । ତାଙ୍କୁ ଶିକ୍ଷାଦାନ କରୁଥିବା ବଣ୍ଡାଘାଟିର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଉତ୍କଳ କେଶରୀ ଦାସ ପ୍ରଥମେ ମଙ୍ଗଳାଙ୍କ ଜ୍ଞାନକୁ ଚିହ୍ନି ପାରିଥିଲେ । ମଙ୍ଗଳା ବିଦ୍ୟାଳୟରେ ପ୍ରଥମ ହେବା ସହ ସମସ୍ତ ବିଷୟରେ ପାରଙ୍ଗମ ଥିଲେ । ଉତ୍କଳ କେଶରୀ ତାଙ୍କୁ ନିଜର ଉଦ୍ୟମରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ । ଯୁକ୍ତ ଦୁଇ ସରିବା ପରେ ପରେ ସେ କିପରି ଡାକ୍ତର ବନିବେ ଏବଂ ନିଜ ଅଞ୍ଚଳର ବଣ୍ଡା ସଂପ୍ରଦାୟର ଲୋକଙ୍କୁ ସହଯୋଗ କରିବେ ତାହା ବୁଝାଇଥିଲେ । ତେଣୁ ତାଙ୍କୁ ବାଲେଶ୍ବର ନେଇ ଇରୋଡାଭ କୋଚିଂ ସଂସ୍ଥାରେ ତାଲିମ ନେବାକୁ ସହଯୋଗ କଲେ । ତାଙ୍କ ଉଦ୍ୟମରେ ଏବଂ ସହଯୋଗରେ ମଙ୍ଗଳା ଡାକ୍ତର ବନିବାକୁ ଯାଉଛନ୍ତି ।

ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖାଇଥିଲା ଡାକ୍ତର ହେବାର ସ୍ବପ୍ନ:

ମଙ୍ଗଳା କହିଛନ୍ତି , " ମୁଁ ଯେତେବେଳେ ପିଲା ଥିଲି, ମୁଦୁଲିପଡ଼ା ସ୍କୁଲରେ ପ୍ରଥମରୁ ଦଶମ ଯାଏଁ ପଢ଼ିଲି । ସେଠାରୁ ମୁଁ ବଲଦୀହାଗଡ଼ାରେ ଯୁକ୍ତ ଦୁଇ ଉତ୍ତୀର୍ଣ୍ଣ ହେଲି। ପରୀକ୍ଷାରେ ଭଲ ମାର୍କ ମୋର 67 ପ୍ରତିଶତ ରହିଥିଲା । ମୁଁ ପିଲା ଦିନରୁ ହିଁ ଭାବୁଥିଲି ମୋର ଡାକ୍ତର ହେବାର ଅଛି । କାରଣ ଗାଁରେ ଅନେକ ଲୋକମାନେ କୌଣସି ରୋଗ କିମ୍ବା ଗଛରୁ ପଡ଼ିଗଲେ ବି ସେମାନେ ମେଡିକାଲ ଯାଇ ପାରନ୍ତି ନାହିଁ । କାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ନଥିଲା, ପାଞ୍ଚରୁ ଛଅ (୫ରୁ ୬) କିଲୋମିଟର ଦୂରରେ ଗୋଟେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଛି । ସେଠାକୁ ଯିବାକୁ ହେଲେ , ଖଟରେ ରୋଗୀଙ୍କୁ ନେବାକୁ ପଡୁଥିଲା । ଅନେକ ସମୟରେ ଲୋକେ ଗୁଣିଆଙ୍କ ଉପରେ ନିର୍ଭର କରୁଥିଲେ। ତାହା ମୋତେ ଡାକ୍ତର ହେବାର ସ୍ବପ୍ନ ଦେଖାଇଥିଲା । ''

ସାର୍‌ଙ୍କ ପାଇଁ ଏହି ସଫଳତା:

MANGALA MUDULI
MANGALA MUDULI (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, '' ମୁଁ ନିଟ୍‌ ପାସ କରିବା ପଛରେ ରହିଛନ୍ତି ସାର୍‌ ଉତ୍କଳ କେଶରୀ ଦାସ, ତାଙ୍କୁ ଅନେକ ଅନେକ ଧନ୍ୟବାଦ ଜ୍ଞାପନ କରୁଛି। ସାରଙ୍କ ଭଉଣୀ ସିନ୍ଧୁମତି ଦାସ ମୋର ଖାଇବା ପିଇବା ସବୁ ବୁଝୁଥିଲେ । ରୋଷେଇ କରି ଦେଉଥିଲେ, ଯେହେତୁ 10 କିଲୋମିଟର ପ୍ରାୟ ସାଇକେଲରେ ଯିବାକୁ ପଡୁଥିଲା, ସନ୍ଧ୍ୟା ବେଳେ ମୋତେ ଖାଇବାକୁ ଦେଉଥିଲେ। ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀରେ ଥିଲି ସେତେବେଳେ ଉତ୍କଳ ସାର ଆମ ହାଇସ୍କୁଲ ଆସିଥିଲେ । ସେହି ସମୟରେ ସାରଙ୍କ ସହ ଚିହ୍ନା ପରିଚୟ ହୋଇଥିଲା । ମୋର ପଢ଼ିବାର ଶୈଳୀ ସାର ଜାଣିଥିଲେ । 2021 ମସିହାରେ ମୋର ଦଶମ ସରିଲା, ଯୁକ୍ତ ଦୁଇ ସରିଲା ପରେ ସାର ମୋର ପରୀକ୍ଷା ଫଳ ବିଷୟରେ ପଚାରି ବୁଝିଥିଲେ । ମଝିରେ ମଝିରେ ମୋ ସହ କଥା ହେଉଥିଲେ। ଯେତେବେଳେ ପରୀକ୍ଷା ଫଳ ଆସିଲା ସାର ମୋତେ ପଚାରିଲେ କଣ କରିବୁ । ମୁଁ ମେଡିକାଲ ଲାଇନରେ ଯିବି କହିଥିଲି, କିନ୍ତୁ ମେଡିକାଲ ଲାଇନରେ ଯିବାକୁ ହେଲେ ଗୋଟେ ବଡ଼ ପରୀକ୍ଷା ଦେବାକୁ ହୁଏ ବୋଲି ମୁଁ ଜାଣି ନଥିଲି । ସାର କହିଥିଲେ, ସର୍ବ ଭାରତୀୟ ସ୍ତରରେ ପରୀକ୍ଷା ଦେବାକୁ ପଡେ । ତା ପରେ ସାର ଆଣିକି ମୋତେ ବାଲେଶ୍ୱରରେ କୋଚିଂ ଦେଇଥିଲେ । ଖର୍ଚ୍ଚ ମାନେ ସବୁ ଖାଇବା ପିଇବା, ବହିପତ୍ର ଦେଇଥିଲେ । କୋଚିଂ ସହିତ ବୁଝାବୁଝି କରି ନିଜର ପଇସାରେ ସବୁ ବ୍ୟବସ୍ଥା କଲେ । ମୁଁ ପ୍ରଥମେ SCB ମେଡିକାଲ କଲେଜ ଚୟନ କରିଥିଲି, କିନ୍ତୁ ଦ୍ବିତୀୟ ଚୟନରେ ଦେଇଥିବା MKCG ବ୍ରହ୍ମପୁରରେ ହୋଇଛି । ବହୁତ ଖୁସି ଅଛି, ଯେଉଁ କଲେଜରେ ରହିଲେ ମଧ୍ୟ ନିଜର ଅକ୍ଲାନ୍ତ ପରିଶ୍ରମ, ମନ ଦେଇକି ପଢିବି ଆଉ ଲୋକମାନଙ୍କ ସେବା କରିବାକୁ ଚାହୁଁଛି। ''

MANGALA MUDULI
MANGALA MUDULI (ETV Bharat Odisha)

ଗାଁ ପାଖରେ ଗୋଟେ ମେଡିକାଲ କରାଯାଉ:

ମଙ୍ଗଳା ଆହୁରି ମଧ୍ୟ କହିଛନ୍ତି, ''ମୁଁ ପ୍ରଥମେ କହିବି କି ଗାଁ ପାଖରେ ଗୋଟେ ମେଡିକାଲ ହେଇଥିଲେ ଭଲ ହେଇଥାନ୍ତା। କାରଣ ସେଠାରେ କୌଣସି ସ୍ୱାସ୍ଥ୍ୟ ବ୍ୟବସ୍ଥା ନାହିଁ, ତେଣୁକରି ମୁଁ ଚାହୁଁଛି କି ସରକାର ଟିକେ ଧ୍ୟାନ ଦେଲେ ଗୋଟେ ବଡ଼ ମେଡିକାଲ ହେଲେ ପ୍ରତ୍ୟେକ ଲୋକମାନଙ୍କ ସେବା କରି ପାରନ୍ତି। ବଣ୍ଡା ଘାଟିରେ ଲୋକମାନେ ପାଠ ପଢି ନାହାନ୍ତି, ସେମାନେ ଓଡ଼ିଆ ବୁଝି ପାରୁ ନାହାନ୍ତି। ନିଜ ବଣ୍ଡା ଭାଷାରେ କଥା ହୁଅନ୍ତି। ମେଡିକାଲ ଯେତେବେଳେ ଯାଉଛନ୍ତି ସେମାନେ ଡରୁଛନ୍ତି କେତେବେଳେ କଣ ଖାଇବେ, ମେଡ଼ିସିନ ଦେଉଛନ୍ତି ମାନେ ସେମାନେ କେତେବେଳେ ଖାଇବାର ଅଛି, କେତେବେଳେ ଖାଇବାର ନାହିଁ ସେମାନେ କିଛି ଜାଣି ନାହାନ୍ତି। ତେଣୁ ମୁଁ ଚାହୁଁଚି କି ସେହି ଅଞ୍ଚଳରେ ମୁଁ ରହି ସେମାନଙ୍କୁ ମୋ ନିଜ ଭାଷାରେ ବୁଝେଇକି ଔଷଧ ଆଡକୁ ଆକର୍ଷିତ କରି ଗୁଣିଆ ପ୍ରତି ଆକର୍ଷଣ କମ କରିବାକୁ ମେଡିକାଲ ଅଧିକ ଯିବାକୁ ପରାମର୍ଶ ଦେଇ ଲୋକମାନଙ୍କ ସେବା କରିବାକୁ ଚାହୁଁଛି। '' "

ତେବେ ବଣ୍ଡା ଘାଟିରୁ ବାଲେଶ୍ୱର ଆସିବା ପଛରେ ଶିକ୍ଷକ:

MANGALA MUDULI
MANGALA MUDULI (ETV Bharat Odisha)

ବାଲେଶ୍ୱର ବଡ଼କିଆ ଅଞ୍ଚଳରେ ମଙ୍ଗଳାଙ୍କ ସମସ୍ତ କଥା ବୁଝୁଥିବା ଉତ୍କଳଙ୍କ ଭଉଣୀ ସିନ୍ଧୁମତି କୁହନ୍ତି ଯେ, " ମଙ୍ଗଳା ପାଠ ପଢ଼ିବା ପରେ ଦ୍ବିପ୍ରହରରେ ମୋ ପାଖରେ ଖାଇବା ପିଇବା କରେ । ସନ୍ଧ୍ୟା ବେଳେ ମୁଁ ତା ପାଖକୁ ଖାଇବା ପଠାଇ ଦିଏ । ମୁଁ ତାକୁ କୁହେ ପାଠ ପଢ଼, ତୁ ଆସିଛୁ ଯେଉଁ ଲକ୍ଷ୍ୟରେ ଭବିଷ୍ୟତ ଗଢ଼। ଆଜି ଯଦି ସେ ଭାଇ ନଥାନ୍ତା ପିଲାର କୌଣସି ଲକ୍ଷ୍ୟ ପୂରଣ ହୋଇ ନଥାନ୍ତା। ଭାଇଙ୍କର ବହୁତ ଅବଦାନ । ମୁଁ ତାର ପଢ଼ା, କେଉଁଠି କି ଯିବ, କଣ ଖାଇବ ସେସବୁ ବୁଝାବୁଝି କରେ । ଯେହେତୁ ପିଲା ଭଲ ପଢୁଛି ମୁଁ ତା ସହ ଟିକେ ଟାଇମ ଦିଏ ସବୁବେଳେ । ଗାଡ଼ିଆନ ହିସାବରେ ମୁଁ ତାକୁ ଗାଇଡ଼ କରେ।"

MANGALA MUDULI
MANGALA MUDULI (ETV Bharat Odisha)

ଇଟିଭି ଭାରତ, ମାଲକାନଗିରି/ ବାଲେଶ୍ବର

Last Updated : Aug 29, 2024, 2:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.