ETV Bharat / state

ବୁଦାମୂଳରୁ ମିଳିଲା ନବଜାତର ମୃତଦେହ, ପୋଲିସ ତଦନ୍ତ ଜାରି - ନବଜାତର ମୃତଦେହ

Body Of New Born Baby Found In Bush: ବୁଦା ମୂଳରୁ ମିଳିଛି ନବଜାତ ଶିଶୁର ମୃତଦେହ । ମୃତ ଶିଶୁଟିର ଦେହରେ ଟ୍ୟାଗ ମଧ୍ୟ ଲାଗିଥିବା ସହିତ ମେଡ଼ିକାଲ ରସିଦ ମିଳିଛି । ଅଧିକ ପଢନ୍ତୁ

ବୁଦାମୂଳରୁ ମିଳିଲା ନବଜାତର ମୃତଦେହ, ପୋଲିସ ତଦନ୍ତ ଜାରି

author img

By ETV Bharat Odisha Team

Published : Feb 28, 2024, 8:22 AM IST

ବୁଦାମୂଳରୁ ମିଳିଲା ନବଜାତର ମୃତଦେହ, ପୋଲିସ ତଦନ୍ତ ଜାରି

ରାୟଗଡା: ଧୀରେ ଧୀରେ ସମାଜରୁ ହଜିଯାଉଛି ମାନବିକତା । ବୁଦା ମୂଳରୁ ମିଳିଛି ନବଜାତ ଶିଶୁର ମୃତଦେହ । ସୂଚନା ଅନୁଯାୟୀ, ରାୟଗଡା ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ମହିଳା ପୌର କର୍ମଚାରୀ ସଫେଇ କାର୍ଯ୍ୟ କରିବା ସମୟରେ ଏକ ବୁଦା ଭିତରେ ଏକ ଅଖା ମିଳିଥିଲା । ଅଖାକୁ ଖୋଲିବା ପରେ ଅଖା ଭିତରେ ଧଳା କନା ଘୋଡେଇ ହୋଇଥିବା ନବଜାତ ଶିଶୁ ପୁତ୍ରକୁ କେହି ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ପୌର ସଫେଇ କର୍ମଚାରୀ ଏହା ଦେଖି ତାହାକୁ ବାହାର କରି ଦେଖିବା ପରେ ଏକ ନବଜାତ ଶିଶୁ ପୁତ୍ର ବୋଲି ଜଣାପଡିଥିଲା । ମୃତ ଶିଶୁଟିର ଦେହରେ ଟ୍ୟାଗ ମଧ୍ୟ ଲାଗିଥିବା ସହିତ ମେଡ଼ିକାଲ ସୁପରିଟେଣ୍ଡେଣ୍ଟ ଶିବ ରଞ୍ଜନ ନାୟକଙ୍କ ନାଁରେ ଏକ ରସିଦ ମିଳିଛି ।

ଏହା ମଧ୍ୟ ପଢନ୍ତୁ... ମହଙ୍ଗା ପଡିଲା ମାଫିଆ ସହ ସମ୍ପର୍କ, ଖୋଲିଲା SHG ମହିଳାଙ୍କ ମୃତ୍ୟୁର ଗୁମର

ମିଳିଥିବା ଏହି ରସିଦରେ ମାଆଙ୍କ ନାଁ ରାଶି ମାଝୀ ଏବଂ ବାପାଙ୍କ ନାମ ରମେଶ ମାଝୀ ଥିବା ବେଳେ ଉକ୍ତ ମହିଳା ଜଣଙ୍କ ଚଳିତ ମାସ ୧୬ ତାରିଖ ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଉଲ୍ଲେଖ ରହିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରମେଶ ମାଝୀ ଦୋରାଗୁଡା ଥାନା ଅନ୍ତର୍ଗତ ଭାମାନପୁଟ ଗାଁର ବାସିନ୍ଦା । ଗତ ୧୬ ତାରିଖ ଦିନ ରମେଶ ମାଝୀଙ୍କ ସ୍ତ୍ରୀ ରାଶି ମାଝୀ ନିଜ ଘରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ପୁତ୍ର ସନ୍ତାନ ଜନ୍ମ ହବା ପରେ ରାଶୀଙ୍କ ଯନ୍ତ୍ରଣା ଅଧିକ ହେବାରୁ ତାକୁ ଆଣି ପରିବାର ଲୋକେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ଏହାପରେ ରାଶୀଙ୍କ ଅନ୍ୟ ଏକ କନ୍ୟା ସନ୍ତାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଇଥିଲେ । ତେବେ ଘରେ ଜନ୍ମ ହୋଇଥିବା ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଡାକ୍ତର କହିବା ପରେ ସେହି ନବଜାତ ଶିଶୁ ପୁତ୍ରକୁ ଅଖାରେ ବାନ୍ଧି ଆଣି ଫିଙ୍ଗିଦେଇଥିଲେ । ଯାହାକି ଗତକାଲି ପୌର ସଫେଇ କର୍ମଚାରୀ ତାହାକୁ ଠାବ କରି ପୋଲିସକୁ ଖବର ଦେଇଥିଲେ । ବର୍ତ୍ତମାନ ମାଆ ଓ କନ୍ୟା ସନ୍ତାନ ଗୁରୁତର ରହିଥିବା ନେଇ ସୂଚନା ରହିଛି । ପୋଲିସ ଏ ସମ୍ପର୍କରେ ଯାଞ୍ଚ ଜାରି ରଖିଛି । ତେବେ ମୃତ୍ୟୁ ପରେ ମଧ୍ୟ ଉଚିତ ସଂସାର ନକରି ସର୍ବସାଧାରଣ ସ୍ଥାନରେ ଫୋପାଡି ଦେବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.