ETV Bharat / state

ବିଏମସିର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍‌ ପ୍ରସ୍ତୁତ, ୧୫୧୪.୪୫ କୋଟି ଟଙ୍କାର ଅଟକଳ - Bhubaneswar

BMC Proposes 1514,45 Crore Budget: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଏମ୍‌ସିର ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ ହୋଇଛି । ବଜେଟରେ ବ୍ୟୟ ଅଟକଳ ୧୪୯୨.୫୦ କୋଟି ରହିଛି । ଅଧିକ ପଢନ୍ତୁ

ବିଏମ୍‌ସିର ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍‌ ପ୍ରସ୍ତୁତ,  ୧୫୧୪.୪୫ କୋଟି ଟଙ୍କାର ଅଟକଳ

author img

By ETV Bharat Odisha Team

Published : Feb 17, 2024, 9:44 PM IST

ଭୁବନେଶ୍ବର: ଆଗତ ହୋଇଛି ଭୁବନେଶ୍ବର ମହାନଗର ନିଗମର ବଜେଟ୍ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଏମ୍‌ସିର ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତ ହୋଇଛି । ଏ ବର୍ଷର ବଜେଟକୁ ବିଏମ୍‌ସି ବହୁମାତ୍ରାରେ ଗୋଷ୍ଠୀ କଲ୍ୟାଣ ଅଭିମୁଖୀ କରିବାକୁ ପ୍ରୟାସ କରିଛି । ସାଧାରଣ ନାଗରିକ ବିବାହ, ବ୍ରତ ବା ଶୁଭ କାର୍ଯ୍ୟ ପାଇଁ ଦାମୀ ହୋଟେଲ ବା କଲ୍ୟାଣ ମଣ୍ଡପଟିଏ ନିଜ ବଜେଟ୍‌ରେ ପାଇପାରୁ ନାହାଁନ୍ତି, ସେହିମାନଙ୍କୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ୧୦ ଗୋଟି କଲ୍ୟାଣ ମଣ୍ଡପ, ସ୍ବାସ୍ଥ୍ୟ ସେବାକୁ ପରିବ୍ୟାପ୍ତ କରିବା ପାଇଁ ଆଉ ୪ ଗୋଟି ଅର୍ବାନ ୱେଲନେସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ବର୍ଷା ଦିନେ ଲୋକମାନଙ୍କୁ ଆକସ୍ମିକ ଜଳବନ୍ଦୀକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ପମ୍ପସେଟ୍ କ୍ରୟ, ଜରୁରୀ କାଳୀନ ପରିସ୍ଥିତି ପାଇଁ ଡିଜି ସେଟ୍ କ୍ରୟ ଆଦି ରହିଛି ।

ଭୁବନେଶ୍ବର ମହାନଗର ନିଗମର ସୁପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦ କୋଟି, ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ୯୭.୭୨ କୋଟି, ଡ୍ରେନ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭ କୋଟି, ୱାର୍ଡ ଅଫିସ ନିର୍ମାଣ ପାଇଁ ୨୧ କୋଟି, ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧ କୋଟି ସହ ଯାନବାହାନ କ୍ରୟ, ପାନୀୟ ଜଳ, ଆଲୋକୀକରଣ ଏବଂ ଅନ୍ୟାନ୍ୟ ମୌଳିକ କାର୍ଯ୍ୟକୁ ଗୁରୁତ୍ବ ଦେଇ ୧୫୧୪.୪୫ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତୁତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଦିବ୍ୟାଙ୍ଗ ବ୍ୟବସାୟୀଙ୍କୁ ବିଏମସିର ଜୁଲୁମ, ବଳ ପୂର୍ବକ ଆନ୍ଦୋଳନରୁ ଉଠାଇ ନେଲା

ଏହା ଏକ ସନ୍ତୁଳିତ ବଜେଟ୍ ଓ ଅନେକ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଏକ ଉତ୍ତମ ଓ ବଳକା ଟିଠା ବଜେଟ୍ ପ୍ରସ୍ତୁତ ହୋଇଛି । ଆଗାମୀ ଦିନରେ ଭୁବନେଶ୍ବର ମହାନଗର ନିଗମକୁ ସବୁ ଦିଗରୁ ସରସ ସୁନ୍ଦର କରିବା ପାଇଁ ଏହି ବ୍ୟୟ ଅଟକଳ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ବର ମେୟର । ତେବେ ଚିଠା ବଜେଟରେ ବ୍ୟୟ ଅଟକଳ ୧୪୯୨.୫୦ କୋଟି ରହିଥିବା ବେଳେ ଭୁବନେଶ୍ବର ମହାନଗର ନିଗମର ବିଭିନ୍ନ ଦିଗରୁ ହେଉଥିବା ପ୍ରମୁଖ ଆୟ ମଧ୍ୟରେ ରାଜସ୍ବ ପ୍ରାୟ ୯୧ କୋଟି, ସରକାରୀ ଅନୁଦାନ ବାବଦରେ ୧୨୫ କୋଟି, ମୁକ୍ତା ପାଇଁ ୬୦ କୋଟି, ଡ୍ରେନ ଉନ୍ନତିକରଣ ପାଇଁ ୫୦ କୋଟି, ଜଳାଶୟଗୁଡିକର ଉନ୍ନତିକରଣ ପାଇଁ ୫୦ କୋଟି ଏବଂ ବିଭିନ୍ନ ଟିକସ ବାବଦରେ ୯୨ କୋଟି, ରାଜସ୍ବ ଆୟ ୨୩୨.୧୨ କୋଟି ଏବଂ ସରକାରୀ ଅନୁଦାନ ବାବଦରେ ୬୩୬ କୋଟିରୁ ଅଧିକ ଟଙ୍କା ଆୟ ଅଟକଳ କରାଯାଇଛି ।

ମୋଟାମୋଟି ଭାବେ କହିବାକୁ ଗଲେ, ଆର୍ଥିକ ବର୍ଷ ୨୦୨୩-୨୪ ଶେଷରେ ୬୩୨.୯୬ କୋଟି ଟଙ୍କା ବଳକା ଅର୍ଥ ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ବ ଆୟ ୫୮୧.୨୮ କୋଟି, ପୁଞ୍ଜିଭୁକ୍ତ ଆୟ ୩୦୦ କୋଟି ଏପରି ମୋଟ ୧୫୧୪. ୪୫ କୋଟି ଟଙ୍କା ଆୟ ଆକଳନ କରାଯାଇଛି । ସେହିପରି ରାଜସ୍ବ ବ୍ୟୟ ୫୮୦.୪୭ କୋଟି, ପୁଞ୍ଜିଭୁକ୍ତ ବ୍ୟୟ ୪୪୭.୦୮ କୋଟି ଏବଂ ବର୍ଷ ଶେଷକୁ ୪୮୬.୯୦ କୋଟି ଟଙ୍କା ବଳକା ଅର୍ଥ ଅଟକଳ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.