ETV Bharat / state

ଖଣ୍ଡଗିରି କୁମ୍ଭମେଳା ପାଇଁ ବିଏମସିର ପ୍ରସ୍ତୁତି ବୈଠକ - ଖଣ୍ଡଗିରି ମେଳା ପ୍ରସ୍ତୁତି

Khandagiri Mela: ଫେବୃଆରୀ ୧୬ ତାରିଖରୁ ୨୪ ତାରିଖ ଯାଏଁ ଖଣ୍ଡଗିରି କୁମ୍ଭମେଳା ହେବ । ଏଥିପାଇଁ ବିଏମସିର ପ୍ରସ୍ତୁତି ବୈଠକ ବସିଛି । ଅଧିକ ପଢନ୍ତୁ

Khandagiri Mela
Khandagiri Mela
author img

By ETV Bharat Odisha Team

Published : Jan 30, 2024, 7:30 AM IST

Khandagiri Mela

ଭୁବନେଶ୍ବର: କୁମ୍ଭମେଳା ପାଇଁ ବସିଛି ବିଏମସିର ପ୍ରସ୍ତୁତି ବୈଠକ । ଫେବୃଆରୀ ୧୬ ତାରିଖରୁ ୨୪ ତାରିଖ ଯାଏଁ ଚାଲିବ ପ୍ରସିଦ୍ଧ ଐତିହାସିକ ଖଣ୍ଡଗିରି କୁମ୍ଭମେଳା । ମେଳାକୁ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ଏକାମ୍ର ହଲରେ ଏହି ମେଳା ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା । ସଠିକ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ କରାଯାଇଛି ଆଲୋଚନା । ପୂର୍ବ ବର୍ଷ ଅପେକ୍ଷା ଏଥର ମେଳାକୁ ଆହୁରି ସରସ ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି । ସାଧୁସନ୍ଥମାନଙ୍କ ମୌଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଏହାସହ ପାର୍କିଂ ବ୍ୟବସ୍ଥା, ମୀନା ବଜାରର ଆୟୋଜନ ହେବ । ମେଳାକୁ କିଭଳି ନୂଆ ବ୍ୟବସାୟୀମାନେ ଅଧିକ ଆସି ସାମିଲ ହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ମେୟର । ସମ୍ପୂର୍ଣ୍ଣ ମେଳା ପରିଚାଳନାକୁ ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ ବୋଲି କହିଛନ୍ତି ବିଏମସି ମେୟର । ଏହି ପ୍ରସ୍ତୁତି ବୈଠକରେ ବିଏମସି ମେୟର, ଡେପୁଟି ମେୟର, କମିଶନର, ୱାଟୋକୋ, ଏନଏଚଏଆଇ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଭଳି ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ମେଳା କମିଟିର ସଦସ୍ୟ ଓ ସ୍ଥାନୀୟ କର୍ପୋରେଟରମାନେ ସାମିଲ ଥିଲେ । ଏହାସହ ସ୍ୱଚ୍ଛତା ପରିଚାଳନା ଓ ସ୍ୱାସ୍ଥ୍ୟକର ଖାଦ୍ୟ କିଭଳି ଦିଆଯିବ ତା' ଉପରେ ବିଏମସି ଧ୍ୟାନ ଦେବ ବୋଲି କହିଛନ୍ତି ମେୟର ।

ଏହାସହ ଏହି ମେଳାର ମୂଳତତ୍ତ୍ବ ବହନ କରୁଥିବା ଅନନ୍ତ କେଶରୀଙ୍କ ଶୋଭାଯାତ୍ରା ପାଇଁ ସିଦ୍ଧେଶ୍ବର ଯୁବକ ସଂଘକୁ ପୂର୍ବ ବର୍ଷ ୧ ଲକ୍ଷ ଟଙ୍କା ବିଏମସି ପ୍ରଦାନ କରିଥିବା ବେଳେ ଚଳିତ ବର୍ଷ ସେମାନଙ୍କର ଦାବିକୁ ନେଇ ୫ ଲକ୍ଷ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଛି । ଏନେଇ କର୍ପୋରେସନରେ ନିଷ୍ପତ୍ତି ହେଲା ପରେ ଯାଇ ସହାୟତା କରାଯିବ ବୋଲି କହିଛନ୍ତି ମେୟର । ଭିଡ଼ ନିୟନ୍ତ୍ରଣ ପାଇଁ ଡିସିପି ଟ୍ରାଫିକ ବ୍ୟବସ୍ଥାର ତତ୍ତ୍ବାବଧାନ କରିବେ ।

ଏହା ମଧ୍ୟ ପଢନ୍ତୁ...ଫେବୃଆରୀ ୧୬ରୁ ଐତିହାସିକ ଖଣ୍ଡଗିରି କୁମ୍ଭମେଳା

ଏନେଇ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, "ଖଣ୍ଡଗିରି ମେଳା ପୂର୍ବରୁ ଯେଉଁମାନେ ଜବରଦଖଲ କରି ରହିଛନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯାଉଛି । ଯଦି କେଉଁଠି ତ୍ରୁଟି ପରିଲକ୍ଷିତ ହେଉଛି ବିଏମସିକୁ ଜଣାନ୍ତୁ । ଯେଉଁ ବ୍ୟବସାୟୀମାନେ ଆସୁଛନ୍ତି ସେମାନଙ୍କ ପାଇଁ ସମାନ ମାପରେ ଷ୍ଟଲ୍ ରହିବ । ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ପଦକ୍ଷେପ ନିଆଯିବ । ଜୋନାଲ ଡିସିଙ୍କ ମାଧ୍ୟମରେ ଟ୍ରେଡ ଲାଇସେନ୍ସ ମିଳିବ । ମେଳାରେ ବହୁ ଖାଦ୍ୟ ଷ୍ଟଲ୍ ରହିବ ତେଣୁ ଏହାକୁ ଦେଖିବାକୁ ଫୁଡ୍ ଇନ୍ସପେକ୍ଟର ରହିବେ । ବିଏମସିର ୩ଟି କଣ୍ଟ୍ରୋଲ ରୁମ୍ ରହିବ । ଖଣ୍ଡଗିରି ପାହାଡ ଉପରେ ଆକାଶ ଗଙ୍ଗା ସହ ପୋଖରୀର ସଫେଇ ହେବ ।" ଫେବୃଆରୀ ୧୬ ତାରିଖରୁ ୨୪ ତାରିଖ ଯାଏଁ ଖଣ୍ଡଗିରି କୁମ୍ଭମେଳା ହେବାକୁ ଥିବାବେଳେ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରିରେ ଯାତ୍ରା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.