ETV Bharat / state

'ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ'ରେ ହଙ୍ଗାମା, ଥାନାରେ ପହଞ୍ଚିଲା ବ୍ଲକ ଉପାଧ୍ୟକ୍ଷ ଓ ସରପଞ୍ଚଙ୍କ କଳି - ବ୍ଲକ ଉପାଧ୍ୟକ୍ଷ ଓ ସରପଞ୍ଚ କଳି

Nua Odisha Program: 'ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ'ରେ ଦେଖିବାକୁ ମିଳିଛି ତୁତୁ ମେମେ । ବ୍ଲକ ଉପାଧ୍ୟକ୍ଷ ଓ ସରପଞ୍ଚଙ୍କ ମଧ୍ଯରେ ହୋଇଥିବା ବିବାଦ ଏବେ ଥାନାରେ ପହଞ୍ଚିଛି । ଅଧିକ ପଢନ୍ତୁ

New Odisha Programme
New Odisha Programme
author img

By ETV Bharat Odisha Team

Published : Feb 5, 2024, 11:02 PM IST

New Odisha Programme

ମାଲକାନଗିରି: 'ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ'ରେ ହଙ୍ଗାମା । ବ୍ଲକ ଉପାଧ୍ୟକ୍ଷ ଓ ସରପଞ୍ଚଙ୍କ ମଧ୍ଯରେ ହୋଇଥିବା ବିବାଦ ଏବେ ଥାନାରେ ପହଞ୍ଚିଛି । ସରକାରୀ କାର୍ଯ୍ୟରେ ମାଲକାନଗିରି ସଦର ବ୍ଲକ ଉପାଧ୍ୟକ୍ଷଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଥିଲା । ଏନେଇ ଥାନାର ଦ୍ବାରସ୍ଥ ହେଲେ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦର । ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତ ପଦ୍ମିଗିରିରେ ରାଜ୍ୟ ସରକାରଙ୍କ 'ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ' କରାଯାଇଥିଲା । ଯୁବପୀଢିଙ୍କ ପ୍ରତିଭା ଅନ୍ବେଷଣ ସୃଜନଶୀଳତାକୁ ଲୋକଲୋଚନକୁ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଜିଲ୍ଲାର ପ୍ରତ୍ୟେକ ଗ୍ରାମରୁ ସହର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରି ଆସୁଛନ୍ତି ।

ତେବେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କୁ ଏହି କାର୍ଯ୍ୟକ୍ରମକୁ ଡ଼କାଯାଇଥିଲା । ହେଲେ ସେଠାରେ ତାଙ୍କୁ ଅପମାନିତ କରାଯାଉଥିବା ଅଭିଯୋଗ ଆଣି ସେ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । 'ନୂଆ ଓଡ଼ିଶା ଯୁବ ଓଡ଼ିଶା' କାର୍ଯ୍ୟକ୍ରମରେ ଥିବା ପଦ୍ମଗିରି ସରପଞ୍ଚ ଓ ତାଙ୍କର କିଛି ଲୋକ ବ୍ଲକ ଉପାଧ୍ୟକ୍ଷଙ୍କୁ ଧକ୍କା ମାରି ବାହାର କରିଥିବା ଅଭିଯୋଗ ଆଣିଛନ୍ତି ବ୍ଲକ ଉପାଧ୍ୟକ୍ଷ । ଯାହା ଫଳରେ ନିରଞ୍ଜନ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଆଜି ଉପାଧ୍ୟକ୍ଷ ନ୍ୟାୟ ପାଇବା ପାଇଁ ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...'ନୂଆ-ଓ' କାର୍ଯ୍ୟକ୍ରମରେ ଯୋଗନଦେଲେ ମାର୍କ କଟାଯିବାକୁ ଧମକ ଦିଆଯାଉଛି: ବିଜେପି

ଏନେଇ ପଦ୍ମଗିରୀ ସରପଞ୍ଚ ଓ ମାଲକାନଗିରି ବ୍ଲକ ଅଧକ୍ଷା ଗୌରୀ ପଡ଼ିଆମି କହିଛନ୍ତି, "ଏଭଳି କିଛି ଘଟଣା ଘଟିନାହିଁ କି ଉପାଧ୍ୟକ୍ଷଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା । ତା'ପରେ ବି ସେ ସେଠାରେ ପହଞ୍ଚି ପାଟି ତୁଣ୍ଡ କରି ସେଠାରେ ବିଶୃଙ୍ଖଳା କରିଛନ୍ତି । କାର୍ଯ୍ୟକ୍ରମକୁ ଆସିଥିବା ୩ ହଜାର ଲୋକ ଏଭଳି ବିଶୃଙ୍ଖଳା ଦେଖି ସେଠାରୁ ପଳାଇ ଯାଇଥିଲେ । ଯାହା ଫଳରେ ସମସ୍ତଙ୍କ ପାଇଁ ରୋଷେଇ କରାଯାଇଥିବା ଖାଦ୍ଯ ନଷ୍ଟ ହୋଇଥିଲା ।" ଏହାସହ ଅଧ୍ୟକ୍ଷଙ୍କ ଏଭଳି ଆଚରଣ ଓ ସେମାନଙ୍କ ଉପରେ ଲଗାଇଥିବା ଅଭିଯୋଗ ଖଣ୍ଡନ କରିବାସହ ପଦ୍ମଗିରି ସରପଞ୍ଚ ଓ ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଆଜି ମାଲକାନଗିରି ଥାନାରେ ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କ ନାଁରେ ବିଡିଓ ପୂର୍ବରୁ ଥାନାରେ ଅଭିଯୋଗ କରିଥିବାର ନଜିର ରହିଛି।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.