ETV Bharat / state

ପୁଣି ଜିତିଲା ବିଜେଡି, ମୋହନ ସରକାରକୁ ଝଟକା; ବ୍ଲକ ଅଧକ୍ଷ ନର୍ବାଚନରେ ବାଜି ମାରିଲା ଶଙ୍ଖ ଦଳ, ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହାରିଲା BJP - Block chairman election - BLOCK CHAIRMAN ELECTION

By election chairman raigjar: ନବରଙ୍ଗପୁରରେ ଜିତିଲା BJD । ରାଇଘର ବ୍ଲକ ଅଧକ୍ଷ ନର୍ବାଚନରେ ବାଜି ମାରିଲା ବିଜେଡି । ଅଧକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ସମର୍ଥିତ ସମିତିସଭ୍ୟ ଗୁପ୍ତପ୍ରସାଦ ଝାଙ୍କର ଓ ବିଜେପି ସମର୍ଥିତ ସମିତିସଭ୍ୟ ତୃପ୍ତିରଞ୍ଜନ ମାଝୀ ନାମାଙ୍କନ ଦାଖଲ କରିଥିଲେ । ଅଧିକ ପଢନ୍ତୁ

ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହାରିଲା BJP
ମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ହାରିଲା BJP (ETV Bharat Odisha)
author img

By ETV Bharat Odisha Team

Published : Aug 23, 2024, 7:54 AM IST

Updated : Aug 23, 2024, 12:27 PM IST

ନବରଙ୍ଗପୁର: ରାଇଘର ବ୍ଲକ ଅଧକ୍ଷ ନର୍ବାଚନରେ ବାଜି ମାରିଲା ବିଜେଡି । ଅଧକ୍ଷ ପଦ ପାଇଁ ବିଜେଡି ଓ ବିଜେପି ପକ୍ଷରୁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡି ସମର୍ଥିତ ସମିତିସଭ୍ୟ ଗୁପ୍ତପ୍ରସାଦ ଝାଙ୍କର ଓ ବିଜେପି ସମର୍ଥିତ ସମିତିସଭ୍ୟ ତୃପ୍ତିରଞ୍ଜନ ମାଝୀ ନାମାଙ୍କନ ଦାଖଲ କରିଥିଲେ । ନିୟମ ଅନୁଯାଇ 12.30 ରୁ 1.30 ଯାଏଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ପରେ ୨ ଘଂଟିକା ସମୟରେ କାଉଁଟିଂ ଆରମ୍ଭ ହୋଇଥିଲା ପରେ ବିଜୟ ହୋଇଥିବା ପ୍ରାର୍ଥୀଙ୍କ ନାମକୁ ନିର୍ବାଚନ ଅଧିକାରୀ ପ୍ରୀତିରଞ୍ଜନ ରଥ ଘୋଷଣା କରିଥିଲେ । କୋଷକୋଙ୍ଗା ପଞ୍ଚାୟତ ସମିତିସଭ୍ୟ ତଥା ବିଜେଡି ସମର୍ଥିତ ପ୍ରାର୍ଥୀ ଗୁପ୍ତ ପ୍ରସାଦ ଝାଙ୍କର ରାଇଘର ବ୍ଲକର ନୂତନ ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

ବ୍ଲକ ଅଧକ୍ଷ ନର୍ବାଚନରେ ବାଜି ମାରିଲା ଶଙ୍ଖ ଦଳ (ETV Bharat Odisha)

ଏହା ବି ପଢନ୍ତୁ- ବିଜେଡି ଦଖଲକୁ ଗଲା ଭାପୁର, ବାଜି ମାରିଲେ ସାବିତ୍ରୀ ପ୍ରଧାନ - Bhapur Block Chairman Election

ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିବା ପରେ ରାଇଘର ବ୍ଲକ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି । ବିଜେଡି ସମର୍ଥିତ ପାର୍ଥି ଗୁପ୍ତ ପ୍ରସାଦ ଝାଙ୍କରଙ୍କୁ 16 ଭୋଟ ମିଳିଥିବା ବେଳେ ବିଜେପି ସମର୍ଥିତ ପାର୍ଥିଙ୍କୁ 7 ଭୋଟ ମିଳିଛି ଓ ଗୋଟିଏ ଭୋଟ ନାକଚ ହୋଇଛି । ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରହିଛନ୍ତି ନିଜ ନିର୍ବାଚନ ମଣ୍ଡଳିରେ ରାଇଘର ବ୍ଲକ ଅଧ୍ୟକ୍ଷ ପାଇଁ ବିଜେଡି ବାଜି ମାରିଥିବା ବେଳେ ବିଜେପିକୁ ଏକ ଶକ୍ତ ଝଟକା ଲାଗିଛି । ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀର ନିତ୍ୟାନନ୍ଦ ଗଣ୍ଡଙ୍କୁ ଶକ୍ତ ଝଟକା ଲାଗିଛି।

ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର କହିଛନ୍ତି, "ବିଜୁ ଜନତା ଦଳ ତରଫରୁ ମୁଁ ନିର୍ବାଚନ ଲଢିଥିଲି । ମୁଁ ପ୍ରଥମେ ସମସ୍ତ ସମିତି ସଭ୍ୟଙ୍କୁ ଧନ୍ୟବାଦ ଦେବି ମୋତେ ସମର୍ଥନ କରିବାରୁ ଏବଂ ରାଇଘର ବ୍ଲକର ସମସ୍ତ ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ମୋତେ ଏହି ସୁଯୋଗ ଦେଇଥିବାରୁ । ଛାତ୍ରା, ମହିଳାଙ୍କ ପାଇଁ ମୁଁ ଜିତିଛି ଏହି ଭୋଟିଂରେ ମୋତେ 16 ଖଣ୍ଡ ଭୋଟ ମିଳିଛି ।"

କେଉଁଠି କେଉଁଠି ଉପନିର୍ବାଚନ ଏବଂ ଅନାସ୍ଥା ଜିତିଲା ବିଜେଡି-

ନୟାଗଡ: ଉପନିର୍ବାଚନରେ ଭାପୁର ବ୍ଲକରେ ବିଜେଡିର ବାଜିମାତ । ପୁଣିଥରେ ଗଡ଼ ଜିତିଛନ୍ତି ସାବିତ୍ରୀ ପ୍ରଧାନ । ନିଦ୍ବନ୍ଦ୍ବରେ ଭାପୁର ବ୍ଲକର ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ସାବିତ୍ରୀ । ମୋଟ ୨୦ ଜଣ ସମିତି ସଭ୍ୟାଙ୍କ ମଧ୍ୟରୁ ସାବିତ୍ରୀଙ୍କ ସପକ୍ଷରେ ୧୬ ଜଣ ସମିତି ସଭ୍ୟା ରହିଥିଲେ । ନିର୍ଦ୍ଧାରିତ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ସାବିତ୍ରୀ ଏକାକୀ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ । ସାବିତ୍ରୀ ପ୍ରଧାନ ପୁଣି ଥରେ ଭାପୁର ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।

କେନ୍ଦ୍ରାପଡା: ଜିଲ୍ଲା ପରିଷଦ ନିର୍ବାଚନରେ ବାଜି ମାରିଲା ବିଜେଡି । ବିଜେଡି ପ୍ରାର୍ଥୀ ଲିଲିତା ଦାସ ନିର୍ଦ୍ବନ୍ଦରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ ହୋଇଛନ୍ତି । ତାଙ୍କ ବିପକ୍ଷରେ ଅନ୍ୟ କେହି ପ୍ରତିଦ୍ବନ୍ଦିତା କରିନଥିଲେ । ଫଳରେ ପୁଣିଥରେ ବିଜେଡି ଦଖଲରେ ରହିଛି କେନ୍ଦ୍ରାପଡା ଜିଲ୍ଲା ପରିଷଦ । ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ।

ନିମାପଡ଼ା: ପଦ ବଜାୟ ରଖିଲେ ନିମାପଡ଼ା ଅଧ୍ୟକ୍ଷା ସସ୍ମିତା ସାହୁ । ନିମାପଡ଼ା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ । ବିଜେଡିର ଗଡ଼ ଭାଙ୍ଗିବା ପାଇଁ ବିଜେପିର ଉଦ୍ୟମ । ନିମାପଡ଼ା ଦଖଲ କରିବା ପାଇଁ ଚକ୍ରବିହୋ ରଚିଥିଲା ବିଜେପି । ଅନାସ୍ଥା ଭୋଟରେ ଅଧ୍ୟକ୍ଷାଙ୍କ ବିରୋଧରେ ୭ ଜଣ କାଉନସିଲର ଭୋଟ ଦେଇଥିବାବେଳେ ଗୋଟିଏ ଭୋଟ ନାକଚ ଓ ଜଣେ କାଉନସିଲର ଭୋଟ ଦେଇ ନଥିଲେ ।

Last Updated : Aug 23, 2024, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.