ଭୁବନେଶ୍ବର: ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା BMC ୨୯ ନମ୍ବର କର୍ପୋରେଟର ଜୀବନ ରାଉତଙ୍କୁ ଭେଟିଲେ ଭାରତୀୟ ଜନତା ଯୁବମୋର୍ଚ୍ଚା । ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ବିଜେପି ଯୁବ ମୋର୍ଚା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ ସମେତ ଯୁବ କର୍ମକର୍ତାମାନେ ଜେଲରେ ଯାଇ କର୍ପୋରେଟରଙ୍କୁ ଭେଟିଛନ୍ତି । ଜୀବନକୁ ଭେଟି ତାଙ୍କ ସହ ଆଲୋଚନା କରି ତାଙ୍କୁ ସାନ୍ତ୍ବନା ଦେଇଛନ୍ତି ।
ତେବେ ରାଜ୍ୟ ସରକାରଙ୍କ ଅନ୍ୟାୟ ଓ ଯୋଜନାର ସତ୍ୟତା ବିରୋଧରେ ସ୍ବର ଉଠାଇ କର୍ପୋରେଟର ଜେଲ ଯାଇଥିବା ବେଳେ ସରକାରଙ୍କ ଅନ୍ୟାୟ ବିରୋଧରେ ଆଗାମୀ ଦିନରେ ସରକାରୀ ବିରୋଧୀ ହାଲାବୋଲ କରିବା ଆଉ ରଣହୁଙ୍କାର ଦେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ଜାଣିଜାଣି ସରକାର ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜେଲ ପଠାଇଛନ୍ତି । ଯଦି ତାଙ୍କୁ ନିର୍ଦ୍ଦୋଷରେ ଜେଲରୁ ଛଡା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛି ଯୁବ ବିଜେପି ମୋର୍ଚ୍ଚା ।
ଏଠାରେ ସୂଚନା ଥାଉକି, ଜାନୁଆରୀ ୧୧ ତାରିଖ ବିଳମ୍ବିତ ରାତିରେ ବିଜେପି କର୍ପୋରେଟରଙ୍କୁ ପୋଲିସକୁ ମାଡ଼ ମାରିବା ଓ ଦାଦାବଟି ଅଭିଯୋଗରେ ଗିରଫ କରିଥିଲା । ପରେ ଜୀବନ ରାଉତଙ୍କ ଗିରଫକୁ ବିରୋଧୀ କରି ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଥିବା ଅଭିଯୋଗ କରି ରାଜଧାନୀରେ ଜାତୀୟ ରାଜପଥ ହାଇଜାକ କରିଥିଲା ଭୁବନେଶ୍ୱର ଜିଲ୍ଲା ବିଜେପି । ଦେଢ଼ଘଣ୍ଟା ଧରି ଜାତୀୟ ରାଜପଥ ଯାମ କରି ସତସଙ୍ଗ ବିହାର ନିକଟରେ ବିଜେପି କର୍ମୀ ହଙ୍ଗାମା କରିଥିଲା । ସେହିପରି ଯୁବ ମୋର୍ଚ୍ଚା ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ସହ ନିର୍ଦ୍ଦୋଷରେ ଜେଲରୁ ଛାଡିବା ଦାବି କରି ରାମ ମନ୍ଦିର ନିକଟରେ ଆନ୍ଦୋଳନ ଧାରଣା ଓ ବିକ୍ଷୋଭ କରିଥିଲେ । ସରକାରୀ ଗୁଣ୍ଡା ସାଜି ପୋଲିସ ଜନ ପ୍ରତିନିଧିଙ୍କୁ ଜାଣି ଜାଣି ପୋଲିସ କେଶରେ ଫସାଇ ଦେଇଛି ବୋଲି ଅଭିଯୋଗ କରିଥିଲା ବିଜେପି । ଆଉ ଗିରଫ କରିବା ବେଳେ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ ସହ ଅକଥନୀୟ ଅତ୍ୟାଚାର କରାଯାଉଛି ।
ଏହା ମଧ୍ୟ ପଢନ୍ତୁ- ବିଜେପି କର୍ପୋରେଟର ଗିରଫ ଘଟଣା, ରାଜଧାନୀରେ ଗର୍ଜିଲା ଦଳ
କେବଳ ସେତିକି ନୁହେଁ ଲୋକପ୍ରତିନିଧି ବୋଲି ପରିଚୟ ଦେବା ପରେ ବି ଅଭଦ୍ର ଭାଷାରେ ଗାଳି ଦେଇ ଗୋଡ ଧରାଥିବା ଅଭିଯୋଗ ଆଣିଛି ବିଜେପି । ତେଣୁ ଘଟଣାଟି ସମ୍ପୂର୍ଣଭାବେ ମାନବ ଅଧିକାରର କ୍ଷୁର୍ଣ୍ଣ କରୁଥିବା ବେଳେ ସରକାରଙ୍କ ବିରୋଧରେ ମୁହଁ ଖୋଲିବାରୁ ମିଥ୍ୟା ମାମଲାରେ ଫସାଇଯାଇ ତାଙ୍କୁ ଗିରଫ କରାଯାଇଥିବା କହିଛି ଯୁବ ମୋର୍ଚ୍ଚା । ଯାହାକୁ ଯୁବ ମୋର୍ଚ୍ଚା ବିରୋଧ କରିବା ସହ ତାଙ୍କ ଗିରଫଦାରୀକୁ ବିରୋଧ କରିଛି । ୯ ଦିନ ଧରି ସେ ଜେଲରେ ରହିଥିବା ବେଳେ ତାଙ୍କୁ ଭେଟି ମନୋବଳକୁ ଯୁବ ମୋର୍ଚ୍ଚା ଦୃଢ କରିଛି । ଆଗାମୀ ଦିନରେ ତାଙ୍କୁ ଛଡା ନଗଲେ ପୁଣି ଥରେ ରାଜ୍ୟ ବିଜେପି ଠାରୁ ଆରମ୍ଭ କରି ଯୁବ ବିଜେପି ସମସ୍ତେ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କ ସତ ଦମନ ନୀତିକୁ ବିରୋଧ କରିବେ ବୋଲି କହିଛନ୍ତି ଯୁବ ବିଜେପି ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ।
ଇଟିଭି ଭାରତ, ଭୁବନେଶ୍ବର