ETV Bharat / state

ପ୍ରିପେଡ ମିଟରକୁ ବିରୋଧ କରି TPWODL ଅଫିସ ଘେରିଲା ବିଜେପି - ପ୍ରିପେଡ ମିଟରକୁ ବିରୋଧ

BJP To Oppose Prepaid Meter: ସମ୍ବଲପୁରରେ ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ବିରୋଧରେ ଗର୍ଜିଲା ସମ୍ବଲପୁର ବିଜେପି l ଗତକାଲି ବିଭିନ୍ନ ପ୍ରସଙ୍ଗକୁ ନେଇ TPWODLର ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟକୁ ଘେରାଉ କରିବା ସହ ପ୍ରତିବାଦ କରିଛି ସମ୍ବଲପୁର ବିଜେପି l ଅଧିକ ପଢନ୍ତୁ

ପ୍ରିପେଡ ମିଟରକୁ ବିରୋଧ କରି TPWODL ଅଫିସ ଘେରିଲା ବିଜେପି

author img

By ETV Bharat Odisha Team

Published : Feb 28, 2024, 8:21 AM IST

ପ୍ରିପେଡ ମିଟରକୁ ବିରୋଧ କରି TPWODL ଅଫିସ ଘେରିଲା ବିଜେପି

ସମ୍ବଲପୁର: ସମ୍ବଲପୁରରେ ବିଦ୍ୟୁତ ବିତରଣକାରୀ ସଂସ୍ଥା TPWODL ବିରୋଧରେ ଗର୍ଜିଲା ସମ୍ବଲପୁର ବିଜେପି l ଗତକାଲି ବିଭିନ୍ନ ପ୍ରସଙ୍ଗକୁ ନେଇ TPWODL ର ଅଇଁଠାପାଲି ସ୍ଥିତ କାର୍ଯ୍ୟାଳୟକୁ ଘେରାଉ କରିବା ସହ ପ୍ରତିବାଦ କରିଛି ସମ୍ବଲପୁର ବିଜେପି l ସମ୍ବଲପୁରରେ TPWODL ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି l ଅଞ୍ଚଳରେ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା, ଚାଷୀଙ୍କୁ ଲିଫ୍ଟ ପଏଣ୍ଟରେ ମାଗଣା ବିଜୁଳି ପ୍ରଦାନ ଦାବି ସମେତ ଅନ୍ୟାନ୍ୟ ଗ୍ରାହକ ଶୋଷଣ ନୀତିକୁ ବିରୋଧ କରିଛି ବିଜେପି l

ବିଜେପି ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ବିଜୁଳି ଉତ୍ପାଦନର ସମସ୍ତ ମାଧ୍ୟମ ଓ ବ୍ୟବସ୍ଥା ଯଥା ଜଳ ବିଦ୍ୟୁତ ପ୍ରକଳ୍ପ, ତାପଜ ବିଦ୍ୟୁତ ପ୍ରକଳ୍ପ, କୋଇଲା ଖଣି ପାଇଁ ପଶ୍ଚିମାଞ୍ଚଳବସୀଙ୍କ ତ୍ୟାଗ ଓ ବଳିଦାନ ରହିଛି । ହୀରାକୁଦ ନଦୀବନ୍ଧ ଯୋଜନା ଠୁଁ ଆରମ୍ଭ କରି ଆଜି ଯାଏଁ ସମସ୍ତ ପ୍ରକଳ୍ପରେ ପଶ୍ଚିମାଞ୍ଚଳବସୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଦ୍ୟୁତ ପ୍ରକଳ୍ପ ଓ କୋଇଲା ଖଣି ପାଇଁ ବହୁ ବାର ବିସ୍ଥାପିତ ମଧ୍ୟ ହୋଇଛନ୍ତି । ହଜାର ହଜାର ପରିବାର ଭୂମିହରା, ବାସହରା ହେବା ସଙ୍ଗେ ସଙ୍ଗେ ପ୍ରଦୂଷଣର ଶିକାର ହୋଇ ରୋଗାକ୍ରାନ୍ତ ମଧ୍ୟ ହେଉଛନ୍ତି । ଅଞ୍ଚଳର ଜମି, ଜଳ, ଜଙ୍ଗଲ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ ହେଉଛି କିନ୍ତୁ ବିଦ୍ୟୁତ ସେବା ଯୋଗାଇବାରେ ଅଞ୍ଚଳବାସୀଙ୍କୁ ଉପେକ୍ଷା କରାଯାଉଛି । ଭୂମିହରା, ବାସହରା ହୋଇ ଗରମ ସହି, ଧୁଆଁ ଧୂଳି ପ୍ରଦୂଷଣ ଶିକାର ହେଉଥିବା ଅଞ୍ଚଳବାସୀଙ୍କୁ ବିଦ୍ୟୁତ ବିତରଣ କମ୍ପାନୀ ଚାକିରୀ ରେ ଅଗ୍ରାଧିକାର ମଧ୍ୟ ଦେଉନାହିଁ ।

ଅଧିକ ପଢନ୍ତୁ- ବିଦ୍ୟୁତ କର୍ମଚାରୀଙ୍କ ଶୋଷଣ ଅଭିଯୋଗ, ଟାଟା ପାୱାର ସାଉଥ-କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଉ

ବିଜେପି ଅଭିଯୋଗ କରିଛି ଏତିକି ତ୍ୟାଗ ବଳିଦାନ କଲା ପରେ ମଧ୍ୟ ବିଦ୍ୟୁତ ସେବାରେ ରିହାତି ମିଳିବା ବଦଳରେ ବିତରଣ କମ୍ପାନୀ ମାନଙ୍କ ଦ୍ଵାରା ନିର୍ଯାତିତ ଓ ଶୋଷିତ ହୋଇ ଆସୁଛନ୍ତି l ସେ ଓଏସଇବି ହେଉ କି ୱେସ୍କୋ ହେଉ କି ଆଜିର ଟାଟା ପାୱାର ସ୍ଥିତି ଯଥା ପୂର୍ବମ ତଥା ପରମ ବୋଲି କହିଛି ବିଜେପି । ଦିନକୁ ଦିନ ସ୍ଥିତି ସୁଧୁରିବା ବଦଳରେ ଜଟିଳ ଓ କଷ୍ଟ ଦାୟକ ହୋଇ ହୋଇ ଯାଉଛି । ଅଞ୍ଚଳରେ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବସ୍ଥା, ତ୍ରୁଟିପୂର୍ଣ୍ଣ ବିଲିଙ୍ଗ, ବେନିୟମ ପାଉଣା ଆଦାୟ, ଭିଜିଲାନ୍ସ ଚଢ଼ାଉ ନାଁରେ ବେନିୟମ ତଣ୍ଡ, ୱେସ୍କୋ ସମୟର ବକେୟା ପାଉଣା ଆଦାୟ, ଗ୍ରାହକଙ୍କୁ ଦୁର୍ବ୍ୟବହାର ଏମିତି ବହୁ ଅଭିଯୋଗ ରହିଛି ଟାଟା ପାୱାର ବିରୋଧରେ ରହିଥିବା ବିଜେପି ଅଭିଯୋଗ ଆଣିଛି । ଏନେଇ ଆଜି ସମ୍ବଲପୁର ବିଜେପି 10 ଦଫା ଦାବି ନେଇ TPWODL କାର୍ଯ୍ୟାଳୟ ଘେରାଉ କରିବା ସହ ପ୍ରତିବାଦ କରିଛି l

ବିଜେପି ଦାବି ଗୁଡିକ ମଧ୍ୟରେ ରହିଛି ଅଞ୍ଚଳରେ ପ୍ରିପେଡ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଉ । ୱେସ୍କୋ ସମୟର ସମସ୍ତ ବକେୟା ପାଉଣାକୁ ଛାଡ କରାଯିବା, ଭିଜିଲାନ୍ସ ଚେକିଙ୍ଗ ସମୟରେ ଗ୍ରାହକର ଉପସ୍ଥିତିକୁ ସ୍ଥାପିତ କରି ଭିଡ଼ିଓ ସୁଟିଂ କରି ତାଙ୍କୁ ପ୍ରମାଣ ସହ ଫାଇନ କରିବା ଅଥବା ନକରିବାର ବ୍ୟବସ୍ଥା l ଟିପିଡବ୍ଲୁଓଡିଏଲର ସମସ୍ତ ପ୍ରକାର ପଦପଦବୀ ଭର୍ତ୍ତି ସମୟରେ ଅଞ୍ଚଳର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦିଆଯିବା । ଅଞ୍ଚଳର ଚାଷୀ ମାନଙ୍କୁ ଲିଫ୍ଟ ଇରିଗେଶନ ପଏଣ୍ଟରେ ମାଗଣା ବିଦ୍ୟୁତ ଯୋଗାଇବା ବ୍ୟବସ୍ଥା କରାଯିବା, ତ୍ରୁଟିପୂର୍ଣ୍ଣ ବିଲିଂର ଅଭିଯୋଗକୁ ଯଥା ଶିଘ୍ର ସୁଚାରୁରୂପେ ସମାଧାନ କରାଯିବା,ନିରୀହ ସରଳ ଗରିବ ବସ୍ତି ବାସିନ୍ଦା ଗ୍ରାହକ ମନଙ୍କୁ ବକେୟା ପାଉଣା ଆଦାୟ ସମୟରେ ମାସିକିଆ କିସ୍ତିର ସୁବିଧା ପ୍ରଦାନ କରାଯିବା,ନୂତନ ବିଜୁଳି ସଂଯୋଗିକରଣକୁ ସରଳୀକରଣ ଓ ତ୍ବରାନ୍ବିତ କରାଯିବା, ସାମାନ୍ୟ ପବନ ହେଲେ ଘଣ୍ଟା ଘଣ୍ଟା ବିଜୁଳୀ ଚାଲି ଯାଉଛି, ଏଥି ପାଇଁ ମଜଭୁତ ଓ ସୁଦୃଢ଼ ଭିତ୍ତିଭୂମିର ବିକାଶ କରାଯିବା ବିଦ୍ୟୁତ କର୍ମଚାରୀ ଗ୍ରାହକ ମାନଙ୍କ ପ୍ରତି ଅଶୋଭନୀୟ ଓ ଅଶାଳୀନ ବ୍ୟବହାର ବନ୍ଦ କରିବା ପରି ଦାବି ରହିଛି l ଏହି ସବୁ ଦାବି ଗୁଡ଼ିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ TPWODL କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦେଇଛି ବିଜେପି । ନଚେତ ଆଗମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ମଧ୍ୟ ଦେଇଛି ବିଜେପି l

ଏହି ଆନ୍ଦୋଳନରେ ବିଜେପି ନେତା ସମୀର ରଞ୍ଜନ ବାବୁ, ଡ.ପ୍ରମୋଦ ରଥ, ସୁଶାନ୍ତ କୁମାର ପୁରୋହିତ ଓ ମାନସ ରଞ୍ଜନ ବକ୍ସିଙ୍କ ମିଳିତ ନେତୃତ୍ଵରେ ହୋଇଥିବା ଆଜିର ଏହି ଆନ୍ଦୋଳନରେ ସମ୍ବଲପୁର ବିଧାନସଭା କ୍ଷେତ୍ରର ସମସ୍ତ ମଣ୍ଡଳରୁ କାର୍ଯ୍ୟକର୍ତ୍ତା, ପଦାଧିକାରୀ ଓ ବିଦ୍ୟୁତ ଉପଭୋକ୍ତା ସାମିଲ ଥିଲେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.