ETV Bharat / state

CEOଙ୍କୁ ଫେରାଦ ହେଲା BJP, 3 ବର୍ଷରୁ ଅଧିକ ସମୟ ଥିବା କମିଶନରେଟ ପୋଲିସ ଅଧିକାରୀଙ୍କୁ ବଦଳି ଦାବି

author img

By ETV Bharat Odisha Team

Published : Mar 9, 2024, 9:01 PM IST

BJP team meets CEO: CEOଙ୍କୁ ଫେରାଦ ହୋଇ 3 ବର୍ଷରୁ ଅଧିକ ସମୟ କମିଶନରେଟ ପୋଲିସରେ ଥିବା ଅଧିକାରୀଙ୍କୁ ବଦଳି ଦାବି କଲା ଦଳ । ଅଧିକ ପଢନ୍ତୁ

CEOଙ୍କୁ ଭେଟିଲା ବିଜେପି ଟିମ
CEOଙ୍କୁ ଭେଟିଲା ବିଜେପି ଟିମ

CEOଙ୍କୁ ଭେଟିଲା ବିଜେପି ଟିମ

ଭୁବନେଶ୍ବର: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଭୁବନେଶ୍ବର ଏବଂ କଟକ କମିଶନରେଟ ପୋଲିସରେ ୩ବର୍ଷରୁ ଉର୍ଦ୍ଧ୍ଵ ସମୟ ଧର କାର୍ଯ୍ୟରତ ଥିବା ଅଧିକାରୀଙ୍କୁ ବଦଳି କରିବା ପାଇଁ ବିଜେପି ସିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ଏହି ଦାବିପତ୍ରରେ ଅଧିକ ସମୟ ଧରି କାର୍ଯ୍ୟରତ ଥିବା କିଛି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ନାମ ମଧ୍ୟ ଦଳ ଉଲ୍ଲେଖ କରିଛି ।

ଦଳର ରାଜ୍ୟ ଉପ-ସଭାପତି ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି,‘‘ଯେଉଁ ଅଫିସରମାନେ ନିଜ ଜିଲ୍ଲାରେ ରହୁଛନ୍ତି ସେମାନଙ୍କୁ ଅନ୍ୟ ଜିଲ୍ଲା ବଦଳି ପାଇଁ ଦଳ ଦାବି କରିଛି । ଅଧିକାରୀମାନେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିବା ECIଙ୍କ ଗାଇଡଲାଇନର ଉଲ୍ଲଙ୍ଘନ କରୁଛି । ଏବେ କେବଳ ଭୁବନେଶ୍ବରରେ ଥିବା ଅଫିସରଙ୍କ ପାଇଁ ଆମେ ଭେଟିଛୁ ଆଗକୁ ଅନ୍ୟ ଜିଲ୍ଲାର ତାଲିକା କରାଯାଇ ସିଇଓଙ୍କ ନିକଟରେ ଅଭିଯୋଗ କରିବୁ ।’’

ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି,‘‘ ତଳଠୁ ଉପର ଯାଏଁ ଭୁବନେଶ୍ୱର ଛାଡୁନାହାନ୍ତି କିଛି ପୋଲିସ ଅଧିକାରୀ । ବଡ଼ବଡ଼ିଆ ଅଫିସରଙ୍କ ଉପରେ ଚାପ ପକାଇ ଓ ନେତାଙ୍କ ଖାସ ହୋଇ ରାଜଧାନୀରେ ଡେରା ପକାଇଛନ୍ତି । ଏଇଠୁ ପ୍ରମୋସନ ପାଇ ଏସଆଇ ଠାରୁ ଆରମ୍ଭ କରି ଅତିରିକ୍ତ ଡିସିପି ପର୍ଯନ୍ତ ଭୁବନେଶ୍ୱର ଛାଡ଼ୁନାହାନ୍ତି । ଜିଲ୍ଲା ବାହାରକୁ ବଦଳି ହେଲେ ବି ତଥାପି ଚାପ ପକାଇ ଟ୍ରାନ୍ସଫର ନନେଇ ଏଇଠି ବସି ରହିଛନ୍ତି । ରାତି ପାଇଲେ ରାଜନୈତିକ କାର୍ଯ୍ୟକ୍ରମ ହେଉ ବା ରାଲି ଧାରଣା, ପୋଲିସ ପୋଷାକରେ ଡ୍ୟୁଟି କରୁଥିବା କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଓ ଅଧିକାରୀଙ୍କୁ ଦେଖିବାକୁ ମିଳୁଛି । ଏପରିକି ଏମାନେ ଦୀର୍ଘଦିନ ହେବ ଥାନାଠୁ ଆରମ୍ଭ କରି ମୁଖ୍ୟାଳୟ ବା ଡିସିପି ଓ ସିପି ଅଫିସର ବିଭିନ୍ନ ପୋଷ୍ଟରେ ଅବସ୍ଥାପିତ ରହି ଭୁବନେଶ୍ୱରରେ ଡ୍ୟୁଟି କରୁଛନ୍ତି । ଏପରି କିଛି ପୋଲିସ ଅଫିସରଙ୍କ ପାଇଁ ନିର୍ବାଚନ ବିଗିଡାପାରେ ବୋଲି ଆଶଙ୍କା କରୁଛି ଦଳ ।’’

ଏହା ମଧ୍ୟ ପଢନ୍ତୁ :- ବଢ଼ିଲା ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି, ଉପକୃତ ହେବେ 59509

ତେବେ ଚଳିତ ସପ୍ତାହର ଶେଷ ଭାଗରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଆଲୋଚନା ଜାରି ରହିଥିଲେ କୌଣସି ନିଷ୍କର୍ସ ବାହାରି ପାରିନି । ଉଭୟ ଦଳର ଶୀର୍ଷ ନେତା ଏହି ଆଲୋଚନା ଜାରି ରଖିଛନ୍ତି । ହେଲେ ଚୂଡାନ୍ତ ନିଷ୍ପତ୍ତି ପୂର୍ବରୁ କେହି ସିଧାସଳଖ ମୁହଁ ଖୋଲୁନାହାନ୍ତି । ତେବେ ମେଣ୍ଟ ଚୂଡାନ୍ତ ହେବା ପରେ ଉଭୟ ଦଳ ପ୍ରାର୍ଥୀ ଘୋଷଣା ଆରମ୍ଭ କରିବା ନେଇ ଅନୁମାନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.