ସମ୍ବଲପୁର: ବିଜେଡିକୁ ଟାର୍ଗେଟ କରି ସମ୍ବଲପୁର ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ । ବର୍ତ୍ତମାନ ସମ୍ବଲପୁରରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପର ପର୍ବ ଜାରି ରହିଛି । ଏହି କ୍ରମରେ ଆଜି (ଶୁକ୍ରବାର) ଜିଲ୍ଲା ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରିଛନ୍ତି ।
ତେବେ ଗତକାଲି ସମ୍ବଲପୁର ଜୁଯୁମୁରା ଅଞ୍ଚଳରେ ବିଜେଡିର ପ୍ରଚାର ସମୟରେ ରେଢ଼ାଖୋଲ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ବିଜେପି ନେତୃ ମଣ୍ଡଳୀକୁ କୌରବ ବୋଲି କହିବା ସହ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ କୃଷ୍ଣ ବୋଲି କହିଥିଲେ । ଏହି ପ୍ରସଙ୍ଗକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେପିର ପ୍ରମୁଖ ନେତା ପ୍ରମୋଦ ରଥ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ପ୍ରସନ୍ନଙ୍କ ଏହିଭଳି ମନ୍ତବ୍ୟ ହିନ୍ଦୁ ଦେବା ଦେବୀଙ୍କ ଅପମାନ ଅଟେ । ଏହାକୁ ନିନ୍ଦା କରିବା ସହ ରାଜ୍ୟରେ ଅସଲ କୌରବ କିଏ ତାହା ଓଡିଶାର ସାଧାରଣ ଲୋକ ଜାଣିଛନ୍ତି । ଯେଉଁମାନେ ନାରୀ ନିର୍ଯାତନାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଯିଏ ପ୍ରାର୍ଥୀ କରୁଛି ସେମାନେ ହେଉଛନ୍ତି ଅସଲ କୌରବ । ପୂର୍ବରୁ ଓଡିଶାର ପରିଚୟ ପ୍ରଭୁ ଜଗନ୍ନାଥ ହୋଇଥିବା ବେଳେ ଏବେ ଦାଦନ, ଅଣ-ଓଡ଼ିଆ ଶାସନ, ସୁରେନ୍ଦ୍ର ସାଏଙ୍କୁ ଅପମାନ ଓ ଅଫିସର ଶାସନ ଓଡିଶାର ପରିଚୟ ହୋଇଛି ବୋଲି ବିଜେପି ନେତା ପ୍ରମୋଦ ରଥ କହିଛନ୍ତି l
ଏହା ମଧ୍ୟ ପଢ଼ନ୍ତୁ...ଯୋଡି ଶଙ୍ଖ ଭିଡିଓ ହଜାଇଲାଣି ଧର୍ମେନ୍ଦ୍ରଙ୍କ ନିଦ: ବିଜେଡି - Lungi Politics
ପ୍ରମୋଦ ଏହା ମଧ୍ୟ କହିଛନ୍ତି ଯେ, ବିଜେଡି ନେତା ଯେଉଁ ଲୁଙ୍ଗି ପିନ୍ଧି ସାମ୍ବାଦିକ ସମ୍ମିଳନୀ କରିଥିଲା ତାହା ଓଡ଼ିଆ ସଂସ୍କୃତି ନୁହଁ । ତାହା ଅଣ ଓଡ଼ିଆ ସଂସ୍କୃତି ଅଟେ । ବିଜେଡି ନେତା ଯେଉଁ ଢାଞ୍ଚାରେ ଲୁଙ୍ଗି ପିନ୍ଧିଥିଲେ ସେହି ଭଳି ଲୁଙ୍ଗି ପିନ୍ଧି କଣ ଜଗନ୍ନାଥ ମନ୍ଦିର ପ୍ରବେଶ କରି ହେବ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରମୋଦ । ଅନ୍ୟପଟେ ଯେଉଁ ଲୁଙ୍ଗିକୁ ସମ୍ବଲପୁରୀ ଲୁଙ୍ଗି କହି ଏହା ସମ୍ବଲପୁରୀ ବୁଣାକାରଙ୍କ ଅପମାନ ବୋଲି ବିଜେଡି ନେତା ଅପପ୍ରଚାର କରିଥିଲେ, ସେହି ଲୁଙ୍ଗି ସମ୍ବଲପୁରୀ ଲୁଙ୍ଗି ନୁହେଁ । ଏମିତି କହି ଅସଲି ସମ୍ବଲପୁରୀ ବାନ୍ଧକଳାର ଲୁଙ୍ଗିକୁ ପ୍ରେସମିଟରେ ପ୍ରଦର୍ଶନ କରିଥିଲେ ବିଜେପି ନେତା ।
ଇଟିଭି ଭାରତ, ସମ୍ବଲପୁର