ETV Bharat / state

ପ୍ରତାପ ଷଡ଼ଙ୍ଗୀ ମୁଣ୍ଡ ଫାଟିବା ନେଇ ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ, ନିନ୍ଦା କଲେ ଧର୍ମେନ୍ଦ୍ର ଓ ଅଶ୍ବିନୀ - BJP MP INJURED

ସଂସଦ ଭବନରେ ବାଲେଶ୍ବର ସାଂସଦଙ୍କ ଆହତ ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିନ୍ଦା କଲେ ବିଜେପି ରାଜ୍ୟ ସଭାପତି ମନମୋହନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

BJP MP INJURED
BJP MP INJURED (ETV BHARAT ODISHA)
author img

By ETV Bharat Odisha Team

Published : Dec 19, 2024, 2:32 PM IST

ଭୁବନେଶ୍ବର: ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦରେ ଆହତ ହେବା ଘଟଣା । ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ''ଏପରି ଘଟଣାକୁ ସାରା ଦେଶ ନିନ୍ଦା କରୁଛି । ସଂସଦୀୟ ଗଣତନ୍ତ୍ରରେ ଆଜି ଦୁଃଖ ଦାୟକ ଓ ଦୁର୍ଭାଗ୍ୟ ଜନକ ଦିନ । ଗଣତନ୍ତ୍ରକୁ ସମ୍ମାନ ଦେବା ଉଚିତ । ଗଣତନ୍ତ୍ରରେ ଗୁଣ୍ଡା ଗର୍ଦ୍ଦିର ସ୍ଥାନ ନାହିଁ । ଦାୟିତ୍ଵ ସମ୍ପନ୍ନ ଦଳର ବିରୋଧୀ ଦଳ ନେତା ଦାବି କରୁଥିବା ରାହୁଲ ଗାନ୍ଧୀ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି, ଏହାକୁ 140 କୋଟି ଭାରତୀୟ ନିନ୍ଦା କରୁଛନ୍ତି । ''

ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ:

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ''75 ବର୍ଷର ଗଣତନ୍ତ୍ରର ଛବି ଆଜି ଖରାପ ହୋଇଛି । ଯେତେ ନିନ୍ଦା କଲେ କମ୍ ହେବ । ଯେଉଁ ମାନଙ୍କୁ ଆମେ ନିର୍ବାଚିତ କରୁଛନ୍ତି, ସେମାନଙ୍କ ଆଚରଣ ଉଚ୍ଚାରଣ, ବ୍ୟବହାର ପରିବର୍ତ୍ତନ ହେବା ଉଚିତ । ବିରୋଧୀ ଦଳ ନେତା ଯେଉଁଭଳି ଗୁଣ୍ଡା ଗର୍ଦ୍ଦି କଲେ, ଜଣେ ମାନସିକ ସନ୍ତୁଳନ ଥିବା ଲୋକ ଏଭଳି ବ୍ୟବହାର କେବେ କରିବେ ନାହିଁ । ପ୍ରତାପ ଷଡ଼ଙ୍ଗୀ ଶୀଘ୍ର ଆରୋଗ୍ୟ ହୁଅନ୍ତୁ । 56 ବର୍ଷ କ୍ଷମତାରେ ରହିବା ପରେ, ଏବେ କ୍ଷମତା ଅନ୍ଧ ହୋଇଯାଇଛି କଂଗ୍ରେସ । ନିରୁତ୍ସାହିତ ହୋଇଯାଇଛି କଂଗ୍ରେସ । ଜରୁରୀ କାଳୀନ ପରିସ୍ଥିତି ଘଟଣାରେ ଗଣତନ୍ତ୍ରକୁ ହତ୍ୟା କରିଥିଲା କଂଗ୍ରେସ । ''

BJP MP INJURED (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ - BALASORE MP INJURED

ଆମର ସାଂସଦ ମାନେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି:

ମନମୋହନ ସାମଲ କହିଛନ୍ତି, '' ଆମର ସାଂସଦମାନେ ହସ୍ପିଟାଲରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟିଛନ୍ତି । ସଂସଦ ଆଗରେ ଆନ୍ଦୋଳନ ଜାରି ରହିଛି । ସଂସଦରେ ସିଡ଼ିରୁ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଛନ୍ତି। ସାଂସଦ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଠେଲି ଦେଇଥିବାରୁ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି ଖୋଦ ପ୍ରତାପ ଷଡଙ୍ଗୀ । ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। '' ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ହସ୍ପିଟାଲରେ ତାଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଭେଟିଛନ୍ତି ।

'ରାହୁଲ ଗାନ୍ଧୀ ଜୋର ଜବରଦସ୍ତ ଧକ୍କା ମାରି ଭିତରକୁ ପଶିଥିଲେ':

ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, '' ରାହୁଲ ଗାନ୍ଧୀ ଜୋର ଜବରଦସ୍ତ ଧକ୍କା ମାରି ଭିତରକୁ ପଶିଥିଲେ । ଏହି କାରଣରୁ ତିନିରୁ ଚାରିଜଣ ସାଂସଦ ତଳେ ପଡ଼ି ଯାଇଥିଲେ । ଏଥିରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଥିଲେ । ମୁକେଶ ରାଜପୁତ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

'କଂଗ୍ରେସର ପ୍ରକୃତ କାର୍ଯ୍ୟକଳାପ ସାମ୍ନାକୁ ଆସିଛି' :

ଏନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, '' ସଂସଦରେ ସମ୍ବିଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କଂଗ୍ରେସର ଇତିହାସ ଯେପରି ଦେଶ ଆଗରେ ଉପସ୍ଥାପିତ ହୋଇଥିଲା, ସେହି କାରଣରୁ କଂଗ୍ରେସ ଚିହିଁକି ଉଠିଥିଲା । ସେମାନଙ୍କର ପ୍ରକୃତ କାର୍ଯ୍ୟକଳାପ ଆଜି ସମସ୍ତଙ୍କ ସାମ୍ନାକୁ ଆସିଛି । ସେମାନେ ଆମର ଦୁଇ ସାଂସଦଙ୍କୁ ଧକ୍କା ଦେଇ ଆହତ କରିଛନ୍ତି । ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହା କଣ ସଂସଦର ମର୍ଯ୍ୟାଦା ? କଣ ସଂସଦରେ ଆପଣ ଏପରି କାର୍ଯ୍ୟ କରନ୍ତି ? କଂଗ୍ରେସ ବୁଝିବା ଉଚିତ ଯେ ସମଗ୍ର ଦେଶ ସ୍ପଷ୍ଟ ଭାବେ ଜାଣେ ଯେ, କଂଗ୍ରେସ ସର୍ବଦା ଆମ୍ବେଦକରଙ୍କୁ ବିରୋଧ କରି ତାଙ୍କୁ ଅପମାନିତ କରିଛି। ''

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.