ETV Bharat / state

3 ଲୋକସଭା ପ୍ରାର୍ଥୀ ଦେଲା BJP: କଟକରୁ ଭର୍ତ୍ତୃହରି, କନ୍ଧମାଳରୁ ସୁକାନ୍ତ ଓ ଯାଜପୁରରୁ ରବୀନ୍ଦ୍ର - BJP releases candidates

author img

By ETV Bharat Odisha Team

Published : Mar 30, 2024, 8:59 PM IST

Updated : Mar 30, 2024, 9:28 PM IST

BJP releases the 8th list of Lok Sabha Candidates: କଟକରୁ ଭର୍ତ୍ତୃହରି ମହତାବ, କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀ ଓ ଯାଜପୁରରୁ ରବୀନ୍ଦ୍ର ବେହେରାଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବରୁ ଘୋଷଣା ହୋଇସାରିଥିଲା 18 ପ୍ରାର୍ଥୀଙ୍କ ନାମ । ଅଧିକ ପଢନ୍ତୁ

3 ଲୋକସଭା ପ୍ରାର୍ଥୀ ଦେଲା BJP: କଟକରୁ ଭର୍ତ୍ତୃହରି, କନ୍ଧମାଳରୁ ସୁକାନ୍ତ ଓ ଯାଜପୁରରୁ ରବୀନ୍ଦ୍ର

ହାଇଦ୍ରାବାଦ/ଭୁବନେଶ୍ବର: ଆଜି ଭାରତୀୟ ଜନତା ପାର୍ଟି (ବିଜେପି) 8ମ ପର୍ଯ୍ୟାୟରେ ଓଡିଶାର ଅବଶିଷ୍ଟ 3 ସଂସଦୀୟ ଆସନ ସହ 3 ରାଜ୍ୟ ପଞ୍ଜାବ ଓ ପଶ୍ଚିମବଙ୍ଗ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । କଟକ ସଂସଦୀୟ ଆସନରୁ ନିକଟରେ ଦଳରେ ସାମିଲ ହୋଇଥିବା ବରିଷ୍ଠ ରାଜନତା ଭର୍ତ୍ତୃହରି ମହତାବ, କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀ ଓ ଯାଜପୁରର ଦଳ ଡା.ରବୀନ୍ଦ୍ର ନାରାୟାଣ ବେହେରାଙ୍କୁ ପ୍ରାର୍ଥୀ କରିଛି । ପୂର୍ବ ପର୍ଯ୍ୟାୟରେ ଦଳ ଓଡିଶାରେ 18 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା । ଅବଶିଷ୍ଟ ଏହି 3 ଆସନରେ ଆଜି ଦଳ ପ୍ରାର୍ଥୀ ଘୋଷଣା କରି ଲୋକସଭା ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଶେଷ କରିଛି ।

କଟକରେ ଭର୍ତ୍ତୃହରି- ସଂତୃପ୍ତ ଲଢେଇ:-

ଏବେ ସିଲିଭର ସିଟି କଟକରେ ରାଜ୍ୟର ଅନ୍ୟତମ ରୋଚକ ଲଢେଇ ଦେଖିବାକୁ ମିଳିବ । ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳ କର୍ପୋରେଟ କ୍ଷେତ୍ରରୁ ରାଜନୀତିକୁ ଆସିଥିବା ନବାଗତ ସଂତୃପ୍ତ ମିଶ୍ରଙ୍କୁ ସଂସଦୀୟ ପ୍ରାର୍ଥୀ କରିଛି । ଦଳରୁ 6ଥର ସାଂସଦ ନିର୍ବାଚିତ ହୋଇଥିବା ବରିଷ୍ଠ ରାଜନେତା ଭର୍ତ୍ତୃହରି ମହତାବ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଆଜି ବିଜେପି ତାଙ୍କୁ ନିଜ ପାରମ୍ପରିକ ଆସନ କଟକରୁ ପ୍ରାର୍ଥୀ କରିଛି । ଏବେ ରାଜନୀତିରେ ବେଶ ଅଭିଜ୍ଞ ଓ ବରିଷ୍ଠ ଭତ୍ତୃହରିଙ୍କ ସହ ନବାଗତ ସଂତୃପ୍ତଙ୍କ ସହ ମୁକାବିଲା ହେବାକୁ ଯାଉଛି ।

କନ୍ଧମାଳରେ ଅଚ୍ୟୁତଙ୍କୁ ଟକ୍କର ଦେବେ ସୁକାନ୍ତ:-

କନ୍ଧମାଳରେ ଆଜି ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ସାଂସଦ ପ୍ରାର୍ଥୀ କରିଥିବା ବେଳେ ପୂର୍ବରୁ ଏହି ଆସନରେ ବିଜେଡି ବର୍ତ୍ତମାନର ସାଂସଦ ତଥା ଚର୍ଚ୍ଚିତ ଶିକ୍ଷାବିତ ଅଚ୍ଯୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି । ସୁକାନ୍ତ ମଧ୍ୟ ପୂର୍ବରୁ 2014ରେ ଏହି ଆସନରେ ବିଜେପି ପକ୍ଷରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । 2019ରେ ଏହି ଆସନରେ ବିଜେପି ପକ୍ଷରୁ ବରିଷ୍ଠ ନେତା ଖାରବେଳ ସ୍ବାଇଁ ପ୍ରାର୍ଥୀ ହୋଇଥିଲେ । ଅଚ୍ଯୁତଙ୍କ ସପକ୍ଷରେ ଜନାଦେଶ ଯାଇଥିଲା । ଏବେ ଏହି ଆସନରେ ସୁକାନ୍ତ ବିଜେପି ଟିକେଟରେ ଅଚ୍ଯୁତଙ୍କୁ ମୁକାବିଲା କରିବେ ।

ଯାଜପୁରରେ ରବୀନ୍ଦ୍ର-ଶର୍ମିଷ୍ଠା ଲଢେଇ:-

ପୂର୍ବ ଓଡିଶାର ଅନ୍ୟତମ ଚର୍ଚ୍ଚିତ ଲୋକସଭା ଆସନରେ ଆଜି ବିଜେପି ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ପ୍ରାର୍ଥୀ କରିଛି । ରବୀନ୍ଦ୍ରଙ୍କ ମୁକାବିଲା ଜଣେ ମହିଳା ପ୍ରତିଦ୍ବନ୍ଦ୍ବୀଙ୍କ ସହ ହେବାକୁ ଯାଉଛି । ଶାସକ ବିଜୁ ଜନତା ଦଳ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ ପୂର୍ବରୁ ଶର୍ମିଷ୍ଠା ସାଂସଦ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବିଜେଡିରେ କମୁଛି ଅଭିନେତାଙ୍କ ଚମକ; ଅରିନ୍ଦମ, ସିଦ୍ଧାର୍ଥ ପରେ ଦଳ ଛାଡିଲେ ଅନୁଭବ, ଆକାଶ - Cine Stars quit BJD

ପ୍ରଥମ ପର୍ଯ୍ୟାୟରେ 18 ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ଆଜି ଲୋକସଭା ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଶେଷ କରିଛି । ଏବେ ଦଳର ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିବ । ପ୍ରତିପକ୍ଷ ତଥା ରାଜ୍ୟରେ କ୍ଷମତାରେ ଥିବା ବିଜେଡି ପ୍ରଥମ ପର୍ଯ୍ୟାୟରେ 15 ଲୋକସଭା ଓ 72 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ ବିଜେପିର ବିଧାୟକ ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ କଂଗ୍ରେସ ଏପର୍ଯ୍ୟନ୍ତ ଉଭୟ ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଖାତା ଖୋଲିନି । ଦଳ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରାୟ 60 ଆସନରେ ପ୍ରାର୍ଥୀ ଘୋଷଣା ଲକ୍ଷ୍ୟ ସହ ବିଚାର ବିମର୍ଶ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 30, 2024, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.