ETV Bharat / state

ଜରୁରୀକାଳୀନ ପରିସ୍ଥିତିକୁ 50 ବର୍ଷ; ବ୍ରହ୍ମପୁର ବିଜେପି ପାଳିଲା କଳା ଦିବସ - BJP Observed Black Day

author img

By ETV Bharat Odisha Team

Published : Jun 26, 2024, 6:40 PM IST

BJP Observed Black Day: ୧୯୭୫ ମସିହା ଜୁନ୍ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧି ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଜିଲ୍ଲା ବିଜେପି କଳା ଦିବସ ପାଳନ କରିଛି । ଅଧିକ ପଢ଼ନ୍ତୁ

BJP Observed Black Day
BJP Observed Black Day (ETV Bharat Odisha)

ବ୍ରହ୍ମପୁର: ତତ୍କାଳୀନ ଇନ୍ଦିରା ଗାନ୍ଧି ସରକାର ୧୯୭୫ ମସିହା ଜୁନ୍ ୨୫ ତାରିଖରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହାକୁ ବିରୋଧ କରି ଜୁନ 25କୁ କଳା ଦିବସ ଭାବେ ପାଳନ କରି ଆସୁଛି ବିଜେପି । ସେହିକ୍ରମରେ ଗତକାଲି (ମଙ୍ଗଳବାର) ଦିନ ବ୍ରହ୍ମପୁରରେ ମଧ୍ୟ ବିଜେପି ପକ୍ଷରୁ କଳା ଦିବସ ପାଳନ କରାଯାଇଛି । ଯେଉଁଥିରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ଯେତେବେଳେ ସେହି ଘୋଷଣା ହୋଇଥିଲା ମୁଁ ସେହି ସମୟରେ ଗଣମାଧ୍ୟମରେ କାର୍ଯ୍ୟରତ ଜଣେ ପ୍ରତିନିଧି ଭାବରେ କାମ କରୁଥିଲି । ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଘୋଷଣାକୁ ମୁଁ ଫୋନ୍ କରି ଜର୍ଜ ଫର୍ଣ୍ଣାଣ୍ଡିଜକୁ ଅବଗତ କରାଇଥିଲି ।

ସେ ଆହୁରୀ ମଧ୍ୟ କହିଥିଲେ ଯେ, ଦେଶରେ ୧୯୭୫ ଜୁନ୍ ୨୫ ତାରିଖରେ ଲାଗୁ କରାଯାଇଥିଲା ଜରୁରୀକାଳୀନ ପରିସ୍ଥିତି । ହେଲେ ୨୪ ତାରିଖରେ ବ୍ରହ୍ମପୁର ଗ୍ରସ୍ତରେ ଆସିଥିଲେ ଜର୍ଜ ଫର୍ଣ୍ଣାଣ୍ଡିଜ୍ । ଗୋପାଳପୁର ଠାରେ ତାଙ୍କର ରହିଥିବା ଶ୍ୱଶୁର ଘରେ ସେ ରହିଥିବା ବେଳେ ସେହି ସମୟରେ ଏହି ଖବର ଜଣେ ଗଣମାଧ୍ୟମ ପ୍ରତିନିଧି ଭାବରେ ସେହି ସମୟରେ ପହଞ୍ଚାଇଥିଲେ ବୋଲି କହିଛନ୍ତି ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା । ଏହି ସମୟରେ ଉକ୍ତ ଆନ୍ଦୋଳନର ତୁଙ୍ଗ ନେତା ଭାବରେ ଜର୍ଜ ଫର୍ଣ୍ଣାଣ୍ଡିଜ୍ ରହିଥିବା ବେଳେ ସେ ଉକ୍ତ ଖବର ପାଇଁ କେଉଁ ଆଡେ ଚାଲିଯାଇଥିଲେ । ହେଲେ ତା ପରଦିନ ବ୍ରହ୍ମପୁରରେ ବୈଠକ ହେବ ବୋଲି ପ୍ରଚାର ହୋଇଥିଲା ହେଲେ ସେ ଆଉ ଆସିନଥିଲେ ବୋଲି କହିଛନ୍ତି ରାମଚନ୍ଦ୍ର । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଜର୍ଜ ଫର୍ଣ୍ଣାଣ୍ଡିଜ୍ ସେହି ଜରୁରୀ ପରିସ୍ଥିତି ବିରୁଦ୍ଧରେ ସଂଗ୍ରାମ କରିଥିଲେ । ଦେଶରେ ସେହି ସମୟର ସେହି ନିଷ୍ପତ୍ତିକୁ ନେଇ ବିରୋଧ କରି ଦେଶରେ ଜୟପ୍ରକାଶ ନାରାୟଣଙ୍କ ଠାରୁ ଆରମ୍ଭ କରି ମୋରାଜ ଦେଶାଇ, ବିଜୁ ପଟ୍ଟନାୟକ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ ଭଳି ପ୍ରମୁଖ ନେତା ଗିରଫ ହୋଇଥିସେ।

ଏହା ମଧ୍ୟ ପଢ଼ନ୍ତୁ... କାଲି ଜିଲ୍ଲାଠୁ ନେଇ ରାଜ୍ୟ ସ୍ତର ଯାଏଁ କଳା ଦିବସ ପାଳିବ ବିଜେପି - BJP To Observe Black Day

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ସାଧାରଣ ଜନତା ଏହାକୁ ନେଇ ସଙ୍ଘର୍ଷ କରିଥିଲେ । ଅହିଂସା ମାର୍ଗରେ କରିଥିବା ସେହି ଆନ୍ଦୋଳନରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତିରୁ ପ୍ରାୟ ଏକ ଲକ୍ଷ ବ୍ୟକ୍ତି ବିଶେଷ ଗିରଫ ହୋଇ ଜେଲରେ ରହିଥିବା ବେଳେ ବହୁ ବ୍ୟକ୍ତି ବିଶେଷ ଉକ୍ତ ଘଟଣାରେ ଶହୀଦ ହୋଇଥିଲେ । ଦେଶର ସେହି ଘୋଷଣାକୁ ବିରୋଧ କରି ତାହାକୁ ଭାରତୀୟ ଗଣତନ୍ତ୍ରର ଅନ୍ଧକାର ଯୁଗ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ କରାଯାଇଥିବା ବେଳେ ଏହି ଅବସରରେ ସେହି ପୁରୁଣା କଥାକୁ ମନପକାଇଛନ୍ତି ରାମଚନ୍ଦ୍ର ପଣ୍ଡାଙ୍କ ସମେତ ସେହି ସମୟର ବହୁ ନେତୃବୃନ୍ଦ । ଯାହାକି ସେହି କଳା ଦିବସର କଥାକୁ ମନ ପକାଇ ନାଗରିକ ଅଧିକାର ଏବଂ ସମ୍ୱିଧାନ ପକ୍ଷରୁ ନାଗରିକଙ୍କ ପାଇଁ ପ୍ରଦାନ କରିଥିବା ସଚେତନତା, ଜନସାଧାରଣ ଜାଗରଣ ସଚେତନତାକୁ ମନପକାଇ ଭବିଷ୍ୟତରେ ଯେପରି ଆଉ କେବେ ତାହା ହୋଇପାରିବ ନାହିଁ ଏବଂ ଏକଛତ୍ରବାଦ ଶାସନକୁ କେହି କରିବେ ନାହିଁ ତାହାକୁ ଏହାର ମାଧ୍ୟମରେ ସ୍ମରଣ କରାଯିବା ଏହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.