ETV Bharat / state

ସୁରମା ପାଢ଼ୀ ବାଚସ୍ପତି, ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ - SURAMA PADHY NEW SPEAKER

author img

By ETV Bharat Odisha Team

Published : Jun 19, 2024, 12:26 PM IST

Updated : Jun 20, 2024, 11:21 AM IST

Surama Padhy New Speaker of Odisha Assembly: ବରିଷ୍ଠ ବିଜେପି ନେତ୍ରୀ ସୁରମା ପାଢୀ ହେଲେ ବାଚସ୍ପତି । ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ । ଅଧିକ ପଢନ୍ତୁ

ସୁରମା ପାଢ଼ୀ ବାଚସ୍ପତି, ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ
ସୁରମା ପାଢ଼ୀ ବାଚସ୍ପତି, ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ (ETV Bharat Odisha)

ଭୁବନେଶ୍ବର: ବରିଷ୍ଠ ବିଜେପି ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ ହେଲେ ବିଧାନସଭା ବାଚସ୍ପତି । ତାଙ୍କ ନାମରେ ଆରମ୍ଭରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ସେ ବୁଧବାର ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ସୁରମା ବୁଧବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ। ଆଜି ସ୍ବତନ୍ତ୍ର ବିଧାନସଭା ଅଧିବେଶନର ତୃତୀୟ ତଥା ଅନ୍ତିମ ଦିବସରେ ନିର୍ଦ୍ବନ୍ଦ୍ବରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ବୁଧବାର ବାଚସ୍ପତି ପଦ ପାଇଁ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଭରୁଥିବାର ଦୃଶ୍ୟ (ETV Bharat Odisha)

ନୟାଗଡ଼ ଜିଲ୍ଲାର ରଣପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ସୁରମା ପୂର୍ବରୁ ମଧ୍ୟ ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି । 2004ରୁ 2009 ମଧ୍ୟରେ ସେ ସମବାୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଚଳିତ ନିର୍ବାଚନରେ ବିଜେପି ଶାସନକୁ ଆସିବା ପରେ ତାଙ୍କ ନାମ ବାଚସ୍ପତି ପଦ ପାଇଁ ଚର୍ଚ୍ଚା ହୋଇଥିଲା । ବୁଧବାର ଦଳୀୟ ବୈଠକରେ ତାଙ୍କ ନାମରେ ଚୂଡାନ୍ତ ମୋହର ବାଜିବା ପରେ ସେ ନାମାଙ୍କନ ଭରିଥିଲେ ।

ସୁରମାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ପ୍ରସ୍ତାବକ ରହିଥିଲେ । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ସୁରମାଙ୍କ ନାମାଙ୍କନ ସମୟରେ ବିଜେପିର ବିଧାୟକମାନେ ଉପସ୍ଥିତ ଥିଲେ । ବାଚସ୍ପତି ପଦ ପାଇଁ ଆଉ କେହି ଦ୍ଵିତୀୟ ନାମାଙ୍କନ କରିନାହାନ୍ତି । ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୋନ ଯୋଗେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ମଧ୍ୟ ହୋଇଥିଲେ ।

ସୁରମାଙ୍କ ରାଜନୈତିକ କ୍ୟାରିୟର:-

1988 ମସିହାରେ ସୁରମା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । 2004 ମସିହାରେ ସୁରମା ବିଜେପି ଟିକଟରେ ନୟାଗଡ ଜିଲ୍ଲା ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ 13ଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିବା ସହ ନବୀନ ପଟ୍ଟନାୟକଙ୍କର ୨ୟ ମନ୍ତ୍ରିମଣ୍ଡଳରେ ସମବାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ନବୀନ ହେବେ କି ବିରୋଧୀ ଦଳ ନେତା ? ଆଜି ବିଜେଡି ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି - Leader of Opposition for BJD

ପରେ 2009, 2014 ଓ 2019 ବିଧାନସଭା ନିର୍ବାଚନରେ କ୍ରମାଗତ ପରାଜିତ ହୋଇଥିଲେ ସୁରମା । ଚଳିତ ନିର୍ବାଚନରେ ପୁଣିଥରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟ ହାସଲ କରିଥିଲେ ସୁରମା । ପ୍ରଥମ ବିଜୟରେ ମନ୍ତ୍ରୀ ପଦ ପାଇଥିବା ସୁରମା ଏଥର ଦ୍ବିତୀୟ ବିଜୟରେ ବାଚସ୍ପତି ପରି ସାମ୍ବିଧାନିକ ପଦରେ ଅଧିଷ୍ଠିତ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 20, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.