ETV Bharat / state

ରଘୁନାଥପାଲ୍ଲୀରେ ପ୍ରଚାର ଅଭିଯାନ ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି - Raghunathpali Assembly Constituency - RAGHUNATHPALI ASSEMBLY CONSTITUENCY

Durga Tanti Starts Election Campaign: ପ୍ରଚାର ଅଭିଯାନ ଆରମ୍ଭ କଲେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି । ଅଧିକ ପଢ଼ନ୍ତୁ

Etv Bharatରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି
ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି
author img

By ETV Bharat Odisha Team

Published : Apr 14, 2024, 10:01 PM IST

ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ଆରମ୍ଭ କଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି

ରାଉରକେଲା: ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ସରଗରମ ରାଜ୍ୟ ରାଜନୀତି । ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପିଲାଣି ନିର୍ବାଚନ ମୈଦାନ । ନିଜ ନିଜର ଦଳୀୟ ସମର୍ଥକମାନଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କଲେଣି ନେତା । ଏହି ଅବସରରେ ଆଜି (ରବିବାର) ପଣା ସଂକ୍ରାନ୍ତି ଓ ଆମ୍ବେଦକର ଜୟନ୍ତୀ ଅବସରରେ ରଘୁନାଥପାଲ୍ଲୀ ବିଧାନସଭା ଆସନ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଏକ ବିଶାଳ ରାଲି କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ।

ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ନିଶ୍ଚିତ କରିବା ପାଇଁ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତି ଏବଂ ବିଜେପି କର୍ମୀଙ୍କ ଜୋରଦାର ପ୍ରୟାସ କରିଛନ୍ତି । ଆଜି ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଦୁର୍ଗା ତନ୍ତି । ପ୍ରଥମେ ରାଉରକେଲା ସେକ୍ଟର 6ରୁ ସେକ୍ଟର ୧୭ ଆମ୍ବେଦକର ମୂର୍ତ୍ତି ନିକଟକୁ ବିଶାଳ ରାଲି ଯାଇ ଆମ୍ବେଦକରଙ୍କ ମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସେକ୍ଟର ୬, ୧୮, ୧୭ ଏବଂ ୧୬ରେ ପ୍ରଚାର କରିଥିଲେ । ଏହି ରାଲିରେ ହଜାର ହଜାର ସଂଖ୍ୟାକ ବିଜେପି କର୍ମୀ ଏବଂ ସମର୍ଥକ ଯୋଗଦେଇ ରାଲିକୁ ତ୍ୱରାନ୍ୱିତ କରିଥିଲେ ।

ଏହି ଅବସରରେ ଦୁର୍ଗା ତନ୍ତି କହିଛନ୍ତି, "ଦୀର୍ଘ ଦିନ ଧରି ଏଠାରେ ଶାସନ କରୁଥିବା ବିଜୁ ଜନତା ଦଳର ବିଫଳତା ହିଁ ଆମକୁ ସଫଳତା ଦେବ । ସାଧାରଣ ଲୋକଙ୍କୁ ଯେଉଁ ମୌଳିକ ସୁବିଧା ମିଳିବା କଥା ରାଜ୍ୟ ସରକାର ତାହା ଯୋଗାଉନାହାନ୍ତି । କେନ୍ଦ୍ର ପଠାଉଥିବା ଯୋଜନାକୁ ଅଟକାଇ ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି । ପ୍ରାଧାନମନ୍ତ୍ରୀ ମୋଦିଙ୍କ ଯେଉଁ ଗ୍ୟାରେଣ୍ଟି ଅଛି ତାକୁ ଆମେ ଲୋକଙ୍କ ପାଖରେ ପହଁଚାଇବୁ । ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀଙ୍କ ଆଶୀର୍ବାଦ ଆଗାମୀ ନିର୍ବାଚନରେ ଆମକୁ ବିଜୟ ଆଡ଼କୁ ଆଗେଇ ନେବ । ଏହି ଆଧାରରେ ଓଡିଶାରେ ଡବଲ ଇଞ୍ଜିନ ସରକରା ଗଢ଼ିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ପଣାସଂକ୍ରାନ୍ତିରେ ମହାପ୍ରଭୁଙ୍କ ଦର୍ଶନ କଲେ ସମ୍ୱିତ ପାତ୍ର, 'ଏଥର ରାଜ୍ୟରେ ବିଜେପି ସରକାର' - Sambit Patra Puri Visit

ତେବେ ପ୍ରଚାର ପରେ ଦୁର୍ଗା ତନ୍ତି ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଆୟୋଜିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାସହ ରଘୁନାଥପାଲ୍ଲୀରେ ବିଜେପି ଦଳର ଏକ ବୈଠକ ଆୟୋଜନ କରାଯାଇଥିଲା । ଏଥିର ବିଜେପିର କାର୍ଯ୍ୟକ୍ରମ ଏବଂ ନିର୍ବାଚନ ରଣନୀତି ନେଇ ଆଲୋଚନା । ଗୋଟିଏ ପଟେ ବିଜେପି ନିର୍ବାଚନ ମୈଦାନକୁ ଓହ୍ଲାଇ ରାଲି କରି ଲୋକଙ୍କ ସହ ମିଶି ଭୋଟ ଭିକ୍ଷା କରୁଥିବା ବେଳେ କଂଗ୍ରେସ ବର୍ତ୍ତମାନ ପର୍ଯ୍ୟନ୍ତ ରଘୁନାଥପାଲ୍ଲୀ ଅଞ୍ଚଳରେ ପ୍ରଚାରକୁ ସମ୍ପୂର୍ଣ୍ଣ ଓହ୍ଲାଇ ନାହିଁ । ଅନ୍ୟପକ୍ଷରେ ବିଜେଡି ଏପର୍ଯ୍ୟନ୍ତ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହିଁ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.