ETV Bharat / state

ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ନ୍ୟାୟ ଦାବି କଲା ବିଜେପି ମହିଳା ମୋର୍ଚ୍ଚା - BERHAMPUR GANG RAPE CASE - BERHAMPUR GANG RAPE CASE

Berhampur Rape Case: ଥଣ୍ଡାରେ ନିଶା ଦେଇ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ନ୍ୟାୟ ଦାବିରେ ଆନ୍ଦୋଳନକୁ ଓଲ୍ଲାଇଲେ ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

Berhampur Rape Case
Berhampur Rape Case (ETV Bharat Odisha)
author img

By ETV Bharat Odisha Team

Published : May 10, 2024, 7:03 PM IST

Berhampur Rape Case (ETV Bharat Odisha)

ବ୍ରହ୍ମପୁର: ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାକୁ ନ୍ୟାୟ ଦାବି କଲା ବିଜେପି ମହିଳା ମୋର୍ଚ୍ଚା । ଗତ ୩ ତାରିଖରେ ବ୍ରହ୍ମପୁରରେ ଘଟିଯାଇଥିଲା ଲୋମହର୍ଷଣ ଗଣଦୁଷ୍କର୍ମ । ଯାହାକୁ ନେଇ ପୀଡିତା ଏବଂ ତାଙ୍କ ପରିବାର ବର୍ଗଙ୍କୁ ନ୍ୟାୟ ପ୍ରଦାନ କରିବା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା । ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ଼ଃ ଐଶ୍ୱର୍ଯ୍ୟା ବିଶ୍ଵାଳଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ଏଥିରେ ଜିଲ୍ଲା ମହିଳା ସଭାନେତ୍ରୀ ଅନୁଜା ନନ୍ଦ ବିଶ୍ଵାଳଙ୍କ ସମେତ ଅନେକ ମହିଳା ସାମିଲ ହୋଇଥିଲେ ।

ଗଞ୍ଜାମ ଜିଲ୍ଲାରେ ଅପରାଧ ରେକର୍ଡ଼ ବୃଦ୍ଧି ପାଇଥିବା ବେଳେ ମହିଳା ଏଠାରେ ଅସୁରକ୍ଷିତ ରହି ଦୁଷ୍କର୍ମ, ନିର୍ଯାତନା, ଅସଦାଚରଣ ଓ ହତ୍ୟାକାଣ୍ଡର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ପ୍ରତ୍ୟେକ ତିନି ଦିନରେ ଜଣେ ମହିଳା ଅପରାଧର ଶିକାର ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ କେବଳ କାଗଜରେ ସୀମିତ ବୋଲି ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ବବିତା ପାତ୍ର ଦାବି ରଖିଛନ୍ତି । ଅନ୍ୟପଟେ ପୀଡିତା ନାବାଳିକାଙ୍କୁ ୮ ଜଣ ଗଣଦୁଷ୍କର୍ମ କରିଥିବା ବେଳେ ପୋଲିସ ଘଟଣାର ୫ ଦିନ ପରେ ମାତ୍ର ୫ ଜଣଙ୍କୁ ହିଁ ଗିରଫ କରି କୋର୍ଟ ଚାଲାଣ କରିଛି । ଏପରିକି ଘଟଣାରେ ଫେରାର ଅନ୍ୟ ଜଣେ ଅଭିଯୁକ୍ତର ସମ୍ପର୍କ ବିଜୁ ଜନତା ଦଳ ସହିତ ରହିଥିବା ନେଇ ଦଳର ମହିଳା କର୍ମକର୍ତ୍ତା ମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ମୃଦୁ ପାନୀୟରେ ନିଶା ଦେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୫ ଗିରଫ - BERHAMPUR GANG RAPE CASE

ସେପଟେ ଧାରଣାରେ ବସିଥିବା ବିଜେପି ମହିଳା କର୍ମକର୍ତ୍ତା ମାନଙ୍କ ସହିତ ପୂର୍ବରୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡଃ ସାର୍ଥକ ଷଡ଼ଙ୍ଗୀ ଆଲୋଚନା କରିଥିବା ସୂଚନା ମିଳିଛି । ଆଲୋଚନା କରିବା ପରେ ପୋଲିସ ପକ୍ଷରୁ ଉପଯୁକ୍ତ ପ୍ରମାଣରେ ଇତି ମଧ୍ୟରୁ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ମଧ୍ୟ ଖୁବ ଶୀଘ୍ର ପ୍ରମାଣ ସହ ଗିରଫ କରିବୁ ବୋଲି କୁହାଯାଇଥିବା ବିଜେପି ପକ୍ଷରୁ କୁହାଯାଇଛି । ହେଲେ ଏହି ଘଟଣାରେ ପ୍ରକୃତରେ ବ୍ରହ୍ମପୁର ସହରର ଶାସକ ଦଳର କର୍ମକର୍ତ୍ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶାସକ ଦଳର ହେଇଥିବାରୁ ପୋଲିସ ସେମାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଛି ବୋଲି ଅଭିଯୋଗ ହୋଇଛି। ୨୪ ଘଣ୍ଟା ଭିତରେ ଦୋଷୀ ମାନଙ୍କୁ ଗିରଫ ଏବଂ ଉପଯୁକ୍ତ କ୍ଷତି ପୂରଣ ପ୍ରତିଶୃତି ପରେ ଧାରଣାରୁ ଉଠିଥିଲେ ଜନତା ମହିଳା ମୋର୍ଚ୍ଚା ସଦସ୍ୟମାନେ । ଆଗାମୀ ଦିନରେ ଦାବି ପୂରଣ ନହେଲେ ପୁଣି ବିଜେପି ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.