ETV Bharat / state

ନିମାପଡାରେ ପ୍ରଭାତୀଙ୍କୁ ଟିକେଟ୍‌ ପରେ ବିଜେପି ଛାଡିଲେ ଦିଲ୍ଲୀପ ନାୟକ, କଂଗ୍ରେସକୁ ବାଏ ବାଏ କହିଲେ ଯଜ୍ଞଶ୍ବର ବାବୁ - Dilip nayak quits BJP

Dilip nayak and Jagyanswar Babu quits BJP and Congress: ବିଜେପି ନେତା ଦିଲ୍ଲୀପ ନାୟକ ଛାଡିଥିବା ବେଳେ ବଲାଙ୍ଗୀରର ଆଉ ଜଣେ ପୁରଖା ନେତା ଯଜ୍ଞଶ୍ୱର ବାବୁ କଂଗ୍ରେସ ଛାଡିଛନ୍ତି । ଅଧିକ ପଢନ୍ତୁ

DILIP NAYAK QUITS BJP
DILIP NAYAK QUITS BJP
author img

By ETV Bharat Odisha Team

Published : Apr 4, 2024, 9:06 AM IST

Updated : Apr 4, 2024, 10:31 AM IST

DILIP NAYAK QUITS BJP

ନିମାପଡା/ ବଲାଙ୍ଗୀର: ଦଳ ଛାଡିଲେ ବିଜେପି ନେତା ଦିଲ୍ଲୀପ ନାୟକ । ଟିକେଟ୍ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଥିବା କହିଛନ୍ତି । ଗତ ମଙ୍ଗଳବାର ଦିନ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । ଏଥିରେ ନିମାପଡ଼ା ବିଧାନସଭା ପାଇଁ ପ୍ରଭାତୀ ପରିଡ଼ାଙ୍କୁ ବିଜେପି ଟିକେଟ ଦେଇଛି । ତେବେ ପ୍ରଭାତୀଙ୍କୁ ଟିକେଟ ମିଳିବାର ୨୪ ଘଣ୍ଟା ନ ପୁରୁଣୁ ନିମାପଡ଼ାରେ ଦିଲ୍ଲୀପ ଗତକାଲି(ବୁଧବାର) ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ପ୍ରଦାନ କରିଛନ୍ତି । ଏଥିସହ ତାଙ୍କ ଆଗାମୀ ରଣନୀତି କଣ ହେବ ତାହା ସ୍ପଷ୍ଟ କରିବେ ବୋଲି ମଧ୍ୟ କହିଛନ୍ତି । ସେହିପରି ବଲାଙ୍ଗୀରର କଂଗ୍ରେସ ନେତା ଯଜ୍ଞଶ୍ୱର ବାବୁ ମଧ୍ୟ ଦଳ ଛାଡିଛନ୍ତି ।

ସୂଚନା ମୁତାବକ, ଗତ ସାଧାରଣ ନିର୍ବାଚନରେ ବିଜେପି ଓ ବିଜେଡି ଉଭୟ ଦଳରୁ ତାଙ୍କୁ ଟିକେଟ ମିଳିବ ବୋଲି ଚର୍ଚ୍ଚା ଜୋର ହେଉଥିବା ବେଳେ ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ । ପରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେପି ରେ ସାମିଲ ହୋଇ ବିଧାୟକ ଟିକେଟ ଆଶାୟୀ ଥିଲେ । ହେଲେ ବିଜେପି ନିମାପଡ଼ାରେ ପ୍ରଭାତୀଙ୍କୁ ଟିକେଟ ଘୋଷଣା ପରେ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଜେପିରୁ ଇସ୍ତଫା ଦେଇଛନ୍ତି ଦିଲ୍ଲୀପ ନାୟକ । ସେପଟେ ଦିଲ୍ଲୀପ ବିଜେପିରୁ ଇସ୍ତଫା ଦେଇ ସ୍ଵାଧୀନ ଭାବରେ ନିମାପଡ଼ାରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଲାଣି ।

ସେହିପରି ଭାରତୀୟ ଜନତା ଦଳରୁ ପୁର୍ନବାର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇଥିବା ପ୍ରଭାତୀ ପରିଡ଼ା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନିର୍ବାଚନ ସମୟରେ ଦଳ ଛାଡ଼ିବା ଓ ଦଳରେ ମିଶିବା ଏହା ଏକ ସ୍ବାଭାବିକ ପ୍ରକିୟା । ପୂର୍ବରୁ କଂଗ୍ରେସ ଦଳରୁ ଟିକେଟ ପାଇ ବିଧାୟକ ପ୍ରାର୍ଥୀ ହୋଇଥିଲେ । ପରେ ପରାଜୟ ବରଣ ହେବାପରେ ଭାରତୀୟ ଜନତା ପାର୍ଟି ଦଳରେ ମିଶିଥିଲେ ଏବଂ ଦଳ ଯାହା ନିଷ୍ପତ୍ତି ନେବ ତାହା ମାନି ମାନି ଚଳିବ ବୋଲି କହିଥିଲେ । ମାତ୍ର ଅଢେଇ ବର୍ଷ ଦଳରେ ରହି ତାଙ୍କ ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକି ଭାରତୀୟ ଜନତା ପାର୍ଟିରେ କୌଣସି ପ୍ରଭାବ ପଡ଼ିବ ନାହିଁ ଯେଉଁମାନେ ଦଳରେ ମିଶିବେ ସେମାନଙ୍କୁ ସ୍ବାଗତ କରାଯିବ ଏବଂ ଯେଉଁ ମାନେ ଦଳ ଛାଡ଼ିବେ ସେମାନଙ୍କ ପାଇଁ ଆମେ ଦୁଃଖିତ ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।

ସେହିପରି ଅନ୍ୟପଟେ ବଲାଙ୍ଗୀର ଆଉ ଜଣେ ପୁରଖା ନେତା ଯଜ୍ଞଶ୍ୱର ବାବୁ ଗତକାଲି(ବୁଧବାର) କଂଗ୍ରେସ ଦଳ ଛାଡିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ସହ ଦଳର ସବୁ ପଦ ପଦବୀରୁ ସେ ଇସ୍ତଫା ଦେଇଥିବାର କହିଛନ୍ତି । ତାଙ୍କର ଇସ୍ତଫା ପତ୍ର କଂଗ୍ରେସ କମଟି ସଭାପତି ଶରତ ପଟ୍ଟନାୟକଙ୍କୁ ଦେଇଥିବାର ସେ କହିଛନ୍ତି । ତେବେ ସେ କଂଗ୍ରେସ ଦଳର ଉପସଭାପତି ଓ ମ୍ୟାନେଜିଂ ଦାୟିତ୍ୱରେ ପାଞ୍ଚ ବର୍ଷ ଥିବା ବେଳେ ବର୍ତ୍ତମାନ ମଧ୍ୟ ସେ କଂଗ୍ରେସ କାର୍ଯ୍ୟକାରୀ କମିଟି ଓ ଜାତୀୟ ବିଭିନ୍ନ କମିଟିରେ ଥିଲେ । ତେବେ ସେ କୌଣସି ଲୋଭରେ କିମ୍ବା ଟିକେଟ ଆଶାରେ ଦଳ ଛାଡି ନ ଥିବାର କହିଛନ୍ତି । ସେ କେବଳ ବଲାଙ୍ଗୀରର 12 ବର୍ଷ ଧରି ବନ୍ଦ ପଡିଥିବା ଚିନି କଳକୁ ପୁନଃ କାର୍ଯ୍ୟକ୍ଷମ କରିବା ଦିଗରେ ହିଁ କାମ କରିବେ । ଯାହା ଦ୍ୱାରା ଜିଲ୍ଲାର ଅର୍ଥନୈତିକ ବିକାଶ ସମ୍ଭବ ହେବ ବୋଲି ସେ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବିଜେପି ସହ 23 ବର୍ଷର ସଂପର୍କ ତୁଟାଇଲେ ଭୃଗୁ ବକ୍ସିପାତ୍ର: ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା

ତେବେ ଯଜ୍ଞସ୍ୱର ବାବୁ 1990ରେ ବଲାଙ୍ଗୀର ସଇଁତଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳରୁ ବିଧାୟକ ଭାବରେ ବିଜୟୀ ହୋଇଥିଲେ । ପରେ ସେ ବିଜେଡି ଦଳରେ ସାମିଲ ହୋଇଥିଲେ ଏଥିସହ ପରେ ବିଜେଡି ଗଠନ ହେବା ପରେ ସେ ବିଜେଡିରେ ମିଶି ଥିଲେ । ସେହିପରି 2012 ମେ ମାସରେ ପ୍ୟାରୀ ଓ ସେ ମିଶି ନବୀନଙ୍କ ବିରୋଧରେ ମିଡ ନାଇଟ ଅପରେସନ କରି ବିଜେଡିରୁ ତଡା ଖାଇଥିଲେ । ସେମାନେ ନିଜେ ଓଡିଶା ଜନ ମୋର୍ଚ୍ଚା ନାଁରେ ଦଳ ଗଠନ କରି ନିଜେ ଯଜ୍ଞଶ୍ବର ବାବୁ ଏହାର ଆବାହକ ଥିଲେ ।

ସେହିପରି ସେ ବଲାଂଗୀର ବିଜୟାନନ୍ଦ ଚିନି କଳର ସଭାପତି ଥିବା ବେଳେ ଋଣ ଖିଲାପି ଓ ଦୁର୍ନୀତି ଅଭିଯୋଗରେ ଗିରଫ ମଧ୍ୟ ହୋଇଥିଲେ । ଆଉ ପରବର୍ତ୍ତୀ ସମୟରେ ସେ ପୁଣି କଂଗ୍ରେସ ଦଳର ଯୋଗଦାନ କରି ବିଭିନ୍ନ ପଦ ପଦବୀରେ ଥିଲେ । ତେବେ ଗତକାଲି ସେ କଂଗ୍ରେସ ଦଳ ଛାଡି ଥିବାର ବିଧିବଦ୍ଧ ଘୋଷଣା କରିଛନ୍ତି । ତେବେ ଏହା ପାଇଁ ସେ କୌଣସି ରାଜନୈତିକ ସ୍ୱାର୍ଥ ନ ଥିବା କହିଥିବା ବେଳେ ସେ ଏବେ କେବଳ ସେହି ଚିନି କଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ,ନିମାପଡା/ ବଲାଙ୍ଗୀର

Last Updated : Apr 4, 2024, 10:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.