ETV Bharat / state

ଧାନ ମଣ୍ଡିକୁ ନେଇ ବଢୁଛି ଚିନ୍ତା, ଚାଷୀଙ୍କୁ ନ୍ୟାୟ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

author img

By ETV Bharat Odisha Team

Published : Jan 30, 2024, 9:58 PM IST

BJP Kisan Morcha: ଧାନ ମଣ୍ଡିରେ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ଆଣିଛି କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା । ଏହାର ସିବିଆଇ ତଦନ୍ତ ଦାବି କରି କଟକ ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ବିଜେପି । ଅଧିକ ପଢ଼ନ୍ତୁ

ବିଜେପି କୃଷକ ମୋର୍ଚ୍ଚା
ବିଜେପି କୃଷକ ମୋର୍ଚ୍ଚା

ବିଜେପି କୃଷକ ମୋର୍ଚ୍ଚା

କଟକ: ପୁଣି ଧାନ ମଣ୍ଡିରେ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ଆଣିଛି କଟକ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା । ଚାଷୀଙ୍କ ସହ ଖେଳୁଛନ୍ତି ରାଜ୍ୟ ସରକାର ଆଉ ମିଲର । କଟକ ଜିଲ୍ଲାରେ ଗତ ତିନି ତାରିଖରୁ ଧାନ ମଣ୍ଡି ଖୋଲି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ଚାଷୀଙ୍କ ଠାରୁ ଧାନ କିଣା ଯାଇନି ବୋଲି ଅଭିଯୋଗ କରିଛି ବିଜେପି । ଏହାର ସିବିଆଇ ତଦନ୍ତ ଦାବି କରି କଟକ ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ବିଜେପି ।

ତେବେ ଧାନ ମଣ୍ଡିରେ ଅବ୍ୟବସ୍ଥା କରାଯାଇଥିବା ଅଭିଯୋଗ ଆଣି ବିଜେପି କହିଛି ଯେ, ପର୍ଯ୍ୟାୟ କ୍ରମେ ଜାନୁଆରୀ 3, 6 ଓ 10 ତାରିଖରେ ଧାନ କିଣିବାକୁ ଟୋକେନ୍ ମିଳିଥିବା ବେଳେ ଆଜି ସୁଦ୍ଧା ଧାନ କିଣା ଯାଇନାହିଁ । ଯାହା କି ଟୋକେନ୍ ଅବଧି ଶେଷ ହେବା ଆଶଙ୍କା କରି ଧାନ ମଣ୍ଡିରେ ଧାନ ପଡି ରହିଛି । ଏହାସହ ଚାଷୀଙ୍କ ଠାରୁ ଧାନ ନକିଣିବା ଓ କଟନୀ ଛଟନୀରେ କ୍ବିଣ୍ଟାଲ୍ ପ୍ରତି ପାଞ୍ଚ କେଜି ଧାନ କାଟାଯାଉଛି । ତେବେ ଏସବୁର ସିବିଆଇ ତଦନ୍ତ ଦାବି କରି କଟକ ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି ବିଜେପି ।

ବିଜେପି ଏହା ମଧ୍ୟ ଅଭିଯୋଗ କରିଛି ୟେ, 24 ବର୍ଷ ମଧ୍ୟରେ ନବୀନ ସରକାର ଅମଳରେ ଚାଷ ଜମିକୁ ଜଳ ସେଚନ ହୋଇ ପାରିଲା ନାହିଁ । ଶୀତଳଭଣ୍ଡାର ଗୁଡ଼ିକ ଅଚଳ ହୋଇ ପଡ଼ିଛି । ଅତୀତରେ ଓଡ଼ିଶାରେ 112 ଟି ଶୀତଳଭଣ୍ଡାର ମଧ୍ୟରୁ ମାତ୍ର 8 ଟି କାର୍ଯ୍ୟ କ୍ଷମ ହେଉଛି । ଚାଷୀ ନିଜର କଷ୍ଟ ଉପାର୍ଜିତ ଧାନକୁ କ୍ବିଣ୍ଟାଲ୍ ପିଛା ୧୨ଶହରୁ ୧୩ଶହ ଟଙ୍କାରେ ଦଲାଲଙ୍କ ହାତରେ ବିକ୍ରି କରିବାକୁ ବାଧ୍ୟ ହେଉଛି l ଅପରପକ୍ଷରେ କେନ୍ଦ୍ର ସରକାର କ୍ବିଣ୍ଟାଲ୍ ପିଛା ୨୧୮୩ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରୁଛନ୍ତି l ଏହାସହିତ ଦୀର୍ଘ ଦିନରୁ ମଣ୍ଡିରେ ମିଲରମାନଙ୍କ ହସ୍ତକ୍ଷେପ ଓ ଶୋଷଣ ସ୍ଥାନୀୟ ସରକାରୀ ନେତା ଏବଂ ସରକାରୀ କଳ ଜରିଆରେ ଚାଲୁଅଛି l ତାହାକୁ ସଂପୂର୍ଣ୍ଣ ରୂପେ ସରକାର ତଦାରଖ କରିବା ଦରକାର l

ଏହା ମଧ୍ୟ ପଢ଼ନ୍ତୁ.....ବୌଦ୍ଧରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା, ଆନ୍ଦୋଳନ ଚେତାବନୀ ଦେଲା ବିଜେପି

ଅନ୍ୟପକ୍ଷେ କୃଷି ଯନ୍ତ୍ରପାତି, ସାର ଓ କୀଟନାଶକ ନିର୍ଦ୍ଦିଷ୍ଟ ସମୟରେ ଯୋଗାଇବା ଦରକାର ଏବଂ ସାରା ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ ହେବା ଦରକାର ବୋଲି ପୂର୍ବରୁ ବିଜେପି ମୋର୍ଚ୍ଚା ଦାବି କରିଛି l ଯଦି ଏହି ତମାମ ଦାବି ପୂର୍ଣ୍ଣ ନହୁଏ ତେବେ ଆଗମୀ ନିର୍ବାଚନରେ ବିଜେପି, ରାଜ୍ୟ ସରକାରଙ୍କ ଅସଲ ଚେହେରା ସମ୍ନାକୁ ଆଣିବ ବୋଲି କହିଛି । ଏହାସହ ଏହି ସବୁ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ବିଜେପିର କୃଷକ ମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.