ETV Bharat / state

୩୦ ଜିଲ୍ଲା ବୁଲିବେ ୧୫ ମନ୍ତ୍ରୀ, ବଜେଟର ବିଭିନ୍ନ ଦିଗ ଉପରେ କରିବେ ଆଲୋଚନା - Ministers To Visit 30 Districts

author img

By ETV Bharat Odisha Team

Published : Aug 3, 2024, 9:52 PM IST

Updated : Aug 3, 2024, 11:03 PM IST

Ministers To Visit Different Districts: ଜିଲ୍ଲାରୁ ଜିଲ୍ଲା ବୁଲିବେ ବିଜେପି ସରକାରର ସବୁ ମନ୍ତ୍ରୀ । ମୋହନ ସରକାର ଆଣିଥିବା ଲୋକାଭିମୁଖୀ ଯୋଜନା ବାବଦରେ ଲୋକଙ୍କ ସହ କରିବେ ଚର୍ଚ୍ଚା । ସେପଟେ ରାୟଗଡା ଓ କୋରାପୁଟ ଗସ୍ତ କରି ସମୀକ୍ଷା କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

MINISTERS TO VISIT 30 DISTRICTS
MINISTERS TO VISIT 30 DISTRICTS (ETV Bharat Odisha)

ଭୁବନେଶ୍ବର/ରାୟଗଡା: ରାଜ୍ୟର ପ୍ରତ୍ୟେକ ଜିଲ୍ଲା ବୁଲିବେ ମନ୍ତ୍ରୀ । ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ । ବିଜେପି ରାଜ୍ୟରେ ସରକାରକୁ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ୧୫ ମନ୍ତ୍ରୀ ବୁଲିବେ ୩୦ ଜିଲ୍ଲା । ବଜେଟରେ ମୋହନ ସରକାର ଆଣିଥିବା ଲୋକାଭିମୁଖୀ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବେ । ପ୍ରତି ମନ୍ତ୍ରୀ ୨ଟି ଜିଲ୍ଲା ଗସ୍ତ କରିବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେପଟେ କୋରାପୁଟ ଓ ରାୟଗଡା ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି ମନମୋହନ ସାମଲ ।

୩୦ ଜିଲ୍ଲା ଗସ୍ତ କରିବେ ୧୫ ମନ୍ତ୍ରୀ:

ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି," ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବେ । ବଜେଟର ବିଭିନ୍ନ ଦିଗ ବାବଦରେ ସାଧାରଣ ଲୋକଙ୍କ ଆଲୋଚନା ଚର୍ଚ୍ଚା କରିବେ । ଏହାକୁ ନେଇ ଯୋଜନା ହୋଇଛି । ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ସହ ଯୋଡିବା ପାଇଁ ସଙ୍ଗଠନ ଭୂମିକା । ସଙ୍ଗଠନ ସେଇ ଭୂମିକା ନିର୍ବାହ କରିବ । ଜନହିତକାରୀ ନିଷ୍ପତ୍ତି ସରକାରୀ ସ୍ତରରେ ହେବ । ଏଭଳି ନିଷ୍ପତ୍ତି ହୋଇ ସାରିଛି । ମନ୍ତ୍ରୀମାନେ ଦୁଇଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ । ସରକାର ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ସେଇ ନିଷ୍ପତ୍ତିଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଙ୍ଗଠନ ଯେଉଁ ଯୋଜନା କରିଛି ମନ୍ତ୍ରୀମାନେ ସେଥିରେ ସାମିଲ ହେବେ ।"

ସମସ୍ତ ସ୍ତରକୁ ସକ୍ରିୟ କରିବା ପାଇଁ କାର୍ଯ୍ୟ କରୁଛି ବିଜେପି:

ସେହିପରି ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, "ଓଡ଼ିଶାବାସୀ ବିଶ୍ବାସ ରଖି ଭାରତୀୟ ଜନତା ପାର୍ଟିକୁ ଶାସନ ଭାର ଦେଇଛନ୍ତି । ବିଜେପି ତାର ସଂକଳ୍ପ ପତ୍ରରେ ଯାହା କହିଥିଲା ତାହା ଅକ୍ଷର ଅକ୍ଷରେ ତାହା ପୂରଣ କରିବ । ସେ ଦୃଷ୍ଟିରୁ ସରକାର ତାଙ୍କ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି । ସଂଗଠନ ଦୃଷ୍ଟିରୁ ବିଜେପି ନିର୍ବାଚନ ପରେ ସମସ୍ତ ୧୪୭ଟି ବିଧାନସଭା ଓ ୨୧ଟି ଲୋକସଭା ଆସନରେ ଆମେ ସମୀକ୍ଷା କରିସାରିଛି । ଏବେ ଜିଲ୍ଲାମାନଙ୍କରେ ବୌଠକ ସରିଛି । ଜିଲ୍ଲା ଅନୁସାରେ ବିଧାନସଭା ଅନୁସାରେ ମଣ୍ଡଳ ସ୍ତରରେ ସମସ୍ତ ସ୍ତରକୁ ସକ୍ରିୟ କରିବା ପାଇଁ ବିଜେପି ତାର କାର୍ଯ୍ୟକ୍ରମ କରୁଛି । କାର୍ଯ୍ୟକାରିଣୀରୁ ମଧ୍ୟ ସମସ୍ତ ବିଧାନସଭା ଓ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଛନ୍ତି । ତେଣୁ କ'ଣ କରିବାରକୁ ପଡ଼ିବ, କେମିତି କରିବାକୁ ପଡ଼ିବ ଓ କାହାଦ୍ବାରା କ'ଣ କରିବାକୁ ପଡ଼ବ ସେ ସମସ୍ତ କଥା ସେ ବିସୟରେ ଆଲୋଚନା ହୋଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଓଡିଶାରେ ବିଜେପି ଆରମ୍ଭ କଲା କି ଅପରେସନ ଲୋଟସ ? ସୁସ୍ଥ ଗଣତନ୍ତ୍ର ପାଇଁ ଏହା ସମୀଚିନ ନୁହେଁ କହିଲା କଂଗ୍ରେସ - shrikant jena targets bjp

ସମୀକ୍ଷା ଆରମ୍ଭ କଲେ ବିଜେପି ରାଜ୍ୟ ସଭାପତି:

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କୋରାପୁଟ ଏବଂ ରାୟଗଡା ଗସ୍ତରେ ଅଛନ୍ତି । ଲୋକମାନଙ୍କ ସହିତ ଆଲୋଚନା ଏବଂ ସମୀକ୍ଷା କରୁଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ କିପରି ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ହେବ ସେଥିପାଇଁ ଆଲୋଚନା ଚାଲିଛି । ନିର୍ବାଚନ ସମୟରେ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ସଙ୍କଳ୍ପ ପତ୍ରରେ ଦେଇଥିବା ପ୍ରତିଶୃତିକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ଭାଜପା । ରାଜ୍ୟର ଓ ରାଜ୍ୟବାସୀଙ୍କ ବିକାଶ ହିଁ ଭାଜପା ସରକାରର ମୂଳ ଲକ୍ଷ୍ୟ । ଲୋକେ ଯେଉଁ ଆଶାରେ ସୁଯୋଗ ଦେଇଛନ୍ତି ତାହାକୁ ଭାଜପା ପୂରଣ କରିବ । ୧୦୦ ଦିନର ପ୍ରତିଶୃତି ନିଶ୍ଚୟ ପୂରଣ କରିବ ଭାଜପା ସରକାର । ଶନିବାର ରାୟଗଡ଼ା ଗସ୍ତରେ ଆସି ଗଣମାଧ୍ୟମକୁ ସମ୍ବୋଧିତ କରି ଏହିଭଳି ମନ୍ତବ୍ୟ ଦେଇଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ।

Manmohan Samal (ETV Bharat Odisha)

ବଜେଟ ଉପରେ ଆଲୋଚନା କଲେ:

ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝି ତାହାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି ମନମୋହନ ସାମଲ । ଏହି ଅବସରରେ ରାଜ୍ୟ ସରକାରଙ୍କ ବଜେଟ ଉପରେ ଆଲୋକପାତ କରି ଓଡ଼ିଶାର ବିକାଶ ପାଇଁ ଏହା ଭାଜପାର ଉଦ୍ଦିଷ୍ଟ ଏବଂ ଉତ୍କୃଷ୍ଟ ବଜେଟ ବୋଲି କହିଛନ୍ତି ମନମୋହନ । ବଜେଟରେ ପୁରୀ ଶ୍ରୀମନ୍ଦିରକୁ ୫୦୦ କୋଟି ଟଙ୍କା ପ୍ରଦାନ ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ମହିଳା ଲାଭାନ୍ବିତ ହେବେ । ସେହିଭଳି ଭାଜପା ସରକାର ଚାଷୀଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ନେଇ ସୂଚନା ଦେଇଛନ୍ତି । ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ପ୍ରକାରେ ଧାନ କ୍ବିଣ୍ଟାଲ ୩୧୦୦ କରାଯିବା ଏକ ଶୀର୍ଷ ନିଷ୍ପତ୍ତି ହୋଇଛି । ସେହିଭଳି କେନ୍ଦ୍ର ସରକାର ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ୪ ଲେନ ବିଶିଷ୍ଟ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏତଦବ୍ୟତିତ ରାୟଗଡା ରେଳ ଡିଭିଜନ ମଧ୍ୟ କାର୍ଯ୍ୟକ୍ଷମ ହେବ ବୋଲି ମନମୋହନ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର ଓ ରାୟଗଡା

Last Updated : Aug 3, 2024, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.